ସ୍ୱର୍ଣ୍ଣ ପଦକ ବିଜୟୀ ସୁମିତ୍ ଅଣ୍ଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published: Sep 3, 2024, 4:35 pm IST

ନୂଆଦିଲ୍ଲୀ: ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଏଫ୍‌୬୪ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥ୍‌ଲେଟ୍ ସୁମିତ୍ ଅଣ୍ଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘ସୁମିତଙ୍କର ଅସାଧାରଣ ପ୍ରଦର୍ଶନ! ପୁରୁଷ ଜାଭଲିନ୍ ଏଫ୍‌୬୪ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ! ସେ ଅସାଧାରଣ ଧର୍ଯ୍ୟ ଏବଂ ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି। ତାଙ୍କର ଆଗାମୀ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା । @sumit_javelin #Cheer4Bharat”

Related posts