Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ

September 4, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟ। ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ଶାହା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଆଜି ସମଗ୍ର ଦେଶ ତଥା ତ୍ରିପୁରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ ଯେ ନେସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନ୍.ଏଲ୍.ଏଫ୍.ଟି.) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏ.ଟି.ଟି.ଏଫ୍.) ଅସ୍ତ୍ର ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହୋଇ ସମଗ୍ର ତ୍ରିପୁରାର ବିକାଶ ନିମନ୍ତେ ଏହି ରାଜ୍ୟରେ ୩୫ ବର୍ଷ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଶାନ୍ତି ଏବଂ ବାର୍ତ୍ତାଳାପ ମାଧ୍ୟମରେ ଏକ ସକ୍ଷମ ଏବଂ ବିକଶିତ ଉତ୍ତର-ପୂର୍ବାଞ୍ଚଳର ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି। ସଡ଼କ, ରେଳ ଏବଂ ବିମାନ ଦ୍ୱାରା ଶ୍ରୀ ମୋଦୀ କେବଳ ଉତ୍ତର-ପୂର୍ବ ଏବଂ ଦିଲ୍ଲୀ ମଧ୍ୟରେ ଦୂରତା ହ୍ରାସ କରିନାହାନ୍ତି, ବରଂ ହୃଦୟ ମଧ୍ୟରେ ଦୂରତା ମଧ୍ୟ ଦୂରେଇ ଦେଇଛନ୍ତି ବୋଲି ସେ କହିଥିଲେ । ଶ୍ରୀ ଶାହ ଆହୁରି କହିଥିଲେ, ଭାରତ ସରକାର ଅଷ୍ଟଲକ୍ଷ୍ମୀ ଅବଧାରଣା ଏବଂ ପୂର୍ବୋଦୟକୁ ମିଶାଇ ତ୍ରିପୁରା ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ସଂକଳ୍ପ ନେଇଛନ୍ତି, ଯେଉଁଥିରେ ଆଜିର ରାଜିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଜିର ରାଜିନାମା ହେଉଛି ଉତ୍ତର-ପୂର୍ବାଞ୍ଚଳ ପାଇଁ ଦ୍ୱାଦଶ ରାଜିନାମା ଏବଂ ତ୍ରିପୁରା ସହ ଜଡ଼ିତ ତୃତୀୟ ରାଜିନାମା। ସେ କହିଥିଲେ ଯେ ଏହିସବୁ ରାଜିନାମା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାକୁ ଆସିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଏହି ୧୨ଟି ରାଜିନାମା ଜରିଆରେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି।

ଅମିତ ଶାହ କହିଥିଲେ ଯେ ଆଜିର ରାଜିନାମା ଅନୁଯାୟୀ ୩୨୮ରୁ ଅଧିକ ସଶସ୍ତ୍ର କ୍ୟାଡର ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇ କେବଳ ବିକଶିତ ତ୍ରିପୁରା ନୁହେଁ, ବରଂ ବିକଶିତ ଭାରତରେ ମଧ୍ୟ ଯୋଗଦାନ କରିପାରିବେ। ଶ୍ରୀ ଶାହା କହିଥିଲେ ଯେ ଭାରତ ସରକାର ସେହି ଅଞ୍ଚଳର ବିକାଶ ତଥା ସେମାନଙ୍କ ଅସ୍ତ୍ରଶସ୍ତ୍ର ଉଠାଇବାର କାରଣକୁ ଦୂର କରିବା ଲାଗି ସମସ୍ତ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକ ଏବଂ ସମ୍ବେଦନଶୀଳ ପ୍ରୟାସ କରିଆସୁଛନ୍ତି। ସେ କହିଥିଲେ ଯେ କେନ୍ଦ୍ର ସରକାର ତ୍ରିପୁରାର ଆଦିବାସୀ ଜନସଂଖ୍ୟାର ସାମଗ୍ରିକ ବିକାଶ ପାଇଁ ୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ସମସ୍ତ ରାଜିନାମା ଗୁଡ଼ିକୁ ଅକ୍ଷରେ ଅକ୍ଷରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ଇତିହାସ ସାକ୍ଷୀ ରହିଛି ଯେ ମୋଦୀ ସରକାର ପ୍ରତ୍ୟେକ ଶାନ୍ତି ରାଜିନାମାକୁ ଆନ୍ତରିକ ଓ ବାସ୍ତବ ଭାବନା ନେଇ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ବ୍ରୁ-ରିଆଙ୍ଗ ରାଜିନାମା ପରେ ଆଜି ହଜାର ହଜାର ବ୍ରୁ-ରିଆଙ୍ଗ ଭାଇ ନିଜ ଘରେ ରହୁଛନ୍ତି, ସେମାନଙ୍କ ପିଲାମାନେ ଭଲ ବିଦ୍ୟାଳୟରେ ପଢ଼ୁଛନ୍ତି, ସେମାନଙ୍କ ରୋଜଗାରର ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସମ୍ପୂର୍ଣ୍ଣ ଲାଭ ମିଳୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଏହି ରାଜିନାମାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବେ ଏବଂ ସମସ୍ତଙ୍କ ଆଶା ପୂରଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ପ୍ରୟାସ କରିବ। ସେ କହିଥିଲେ ଯେ ଏକ ସୁଦୃଢ଼ ତ୍ରିପୁରା ଗଠନ ଦିଗରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ୨୦୧୫ରେ ତ୍ରିପୁରାରୁ ଏ.ଏଫ୍.ଏସ୍.ପି.ଏ. ହଟାଇ ଦେଇଥିଲେ, ଉତ୍ତର-ପୂର୍ବର ଅଧିକାଂଶ ଅଞ୍ଚଳରୁ ଏ.ଏଫ୍.ଏସ୍.ପି.ଏ. ମଧ୍ୟ ହଟାଇ ଦିଆଯାଇଛି। ସେ କହିଥିଲେ ଯେ ମୋଦୀ ସରକାର ସଶସ୍ତ୍ର ବାହିନୀ ପରିବର୍ତ୍ତେ ବିକାଶ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କ, ବିଶେଷ କରି ଆଦିବାସୀ ଗୋଷ୍ଠୀଗୁଡ଼ିକର ସଂସ୍କୃତି, ଭାଷା, ପରିଚୟ ଇତ୍ୟାଦି ସଂରକ୍ଷଣ କରି ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି ରାଜିମାନା ଅଧୀନରେ ଏନ୍.ଏଲ୍.ଏଫ୍.ଟି. ଏବଂ ଏ.ଟି.ଟି.ଏଫ୍. ହିଂସା ପରିତ୍ୟାଗ କରି, ସେମାନଙ୍କ ସମସ୍ତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମର୍ପଣ କରିବା ସହିତ ସେମାନଙ୍କ ସଶସ୍ତ୍ର ସଙ୍ଗଠନଗୁଡ଼ିକୁ ଭାଙ୍ଗିବା ପାଇଁ ରାଜି ହୋଇଛନ୍ତି । ଏହାବ୍ୟତୀତ ଏନ୍.ଏଲ୍.ଏଫ୍.ଟି. ଏବଂ ଏ.ଟି.ଟି.ଏଫ୍.ର ସଶସ୍ତ୍ର କ୍ୟାଡରମାନେ ମଧ୍ୟ ଆଇନ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗଦେବାକୁ ଏବଂ ଦେଶର ଅଖଣ୍ଡତା ବଜାୟ ରଖିବାକୁ ରାଜି ହୋଇଛନ୍ତି ।

ଏହି ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ସମଗ୍ର ଉତ୍ତର-ପୂର୍ବରେ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବନା ପ୍ରତିଷ୍ଠା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଥିଲେ।

ଅମିତ ଶାହ ତ୍ରିପୁରା ସରକାର ନରେନ୍ଦ୍ର ମୋଦୀ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025

ଟଳିଲା ବଡ଼ ଦୁର୍ଘଟଣା: ବିମାନରେ ଥିଲେ ଏସପି ସାଂସଦ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଯାତ୍ରୀ

September 14, 2025

ନୂଆପଡା ଉପନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଆସନ୍ତାକାଲିଠାରୁ ପକ୍ରିୟା ଆରମ୍ଭ

September 14, 2025
Latest News

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025

ଟଳିଲା ବଡ଼ ଦୁର୍ଘଟଣା: ବିମାନରେ ଥିଲେ ଏସପି ସାଂସଦ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଯାତ୍ରୀ

September 14, 2025

ନୂଆପଡା ଉପନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଆସନ୍ତାକାଲିଠାରୁ ପକ୍ରିୟା ଆରମ୍ଭ

September 14, 2025

ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.