Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମବାୟକୁ ସଶକ୍ତ କରିବା ପାଇଁ ସମବାୟପ୍ରେମୀଙ୍କୁ ସଦସ୍ୟତା ଆରମ୍ଭ କଲା ବିଜେପି
ଆଜିର ଖବର

ସମବାୟକୁ ସଶକ୍ତ କରିବା ପାଇଁ ସମବାୟପ୍ରେମୀଙ୍କୁ ସଦସ୍ୟତା ଆରମ୍ଭ କଲା ବିଜେପି

September 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମବାୟ ପ୍ରକୋଷ୍ଠ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କ ନେତୃତ୍ୱରେ ବର୍ତମାନ ସମଗ୍ର ଦେଶରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ସମବାୟକୁ ଗ୍ରାମାଚଂଳରେ ବିଜନେସ୍‌ର ହବ୍ ଭାବେ ପରିଣତ କରାଯିବ।

ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଓøଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଷ୍ଟ୍ରବାଦ ବିଚାରଧାରାର ଅଧିକରୁ ଅଧିକ ସଦସ୍ୟ ସମବାୟ ସହିତ ଯୋଡି ହୋଇ ସମବାୟ ସଂସ୍ଥାଗୁଡିକୁ ଲୋକାଭୀମୁଖୀ କରିବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଏହି ବୈଠକରେ ଯୋଗ ଦେଇ କହିଛନ୍ତି।

ବର୍ତମାନ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନରେ ରାଜ୍ୟର ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ୍ୟ ସଦସ୍ୟଙ୍କୁ ସଦସ୍ୟତା କରାଯିବ। ସମସ୍ତ ପ୍ରାଥମିକ ସମବାୟ ସମିତିର ନେତା ଓ ସମବାୟବିତ୍‌ମାନଙ୍କୁ ଦଳରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଂଜନ ମଙ୍ଗରାଜ କହିଛନ୍ତି।

ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ସୁଦର୍ଶନ ନାୟକ, ଯଜେ୍ଞଶ୍ୱର ବାବୁ, ପବିତ୍ର ଦାସ, ଅକ୍ଷୟ ମହାନ୍ତି, ଇଂ.ଅଜୟ ସାହୁ, ରଞ୍ଜିତ୍ ଆଚାର୍ଯ୍ୟ, କଲ୍ୟାଣ ଚାଟାର୍ଜୀ, ଅରଣ ଭଟ୍ଟମିଶ୍ର, ଶେଷକୁମାର ମେହେର ଓ ସୈାମ୍ୟରଂଜନ ଲେଂକା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଦସ୍ୟ ଟୋଲିର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆ ଠାରୁ ହାରି ବାଂଲାଦେଶକୁ ବଡ କ୍ଷତି: ଫାଇନାଲରେ ଭାରତ-ପାକିସ୍ତାନ କି?

September 25, 2025

ଆଗାମୀ ପାଞ୍ଚ ବର୍ଷରେ ୨ ଲକ୍ଷ ଅତିକ୍ରମ କରିବ କି ସୁନାର ମୂଲ୍ୟ?: ଜାଣନ୍ତୁ ବିଶେଷଜ୍ଞଙ୍କ ଆକଳନ

September 25, 2025

ଆଜି ସେପ୍ଟେମ୍ବର ୨୫ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2025

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025
Latest News

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

September 25, 2025

ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶାର କଳାକୃତୀ

September 25, 2025

ଟିମ ଇଣ୍ଡିଆ ଠାରୁ ହାରି ବାଂଲାଦେଶକୁ ବଡ କ୍ଷତି: ଫାଇନାଲରେ ଭାରତ-ପାକିସ୍ତାନ କି?

September 25, 2025

ଆଗାମୀ ପାଞ୍ଚ ବର୍ଷରେ ୨ ଲକ୍ଷ ଅତିକ୍ରମ କରିବ କି ସୁନାର ମୂଲ୍ୟ?: ଜାଣନ୍ତୁ ବିଶେଷଜ୍ଞଙ୍କ ଆକଳନ

September 25, 2025

ବ୍ରହ୍ମପୁର–ସୁରଟ ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ”: ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.