Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମବାୟକୁ ସଶକ୍ତ କରିବା ପାଇଁ ସମବାୟପ୍ରେମୀଙ୍କୁ ସଦସ୍ୟତା ଆରମ୍ଭ କଲା ବିଜେପି
ଆଜିର ଖବର

ସମବାୟକୁ ସଶକ୍ତ କରିବା ପାଇଁ ସମବାୟପ୍ରେମୀଙ୍କୁ ସଦସ୍ୟତା ଆରମ୍ଭ କଲା ବିଜେପି

September 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମବାୟ ପ୍ରକୋଷ୍ଠ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କ ନେତୃତ୍ୱରେ ବର୍ତମାନ ସମଗ୍ର ଦେଶରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ସମବାୟକୁ ଗ୍ରାମାଚଂଳରେ ବିଜନେସ୍‌ର ହବ୍ ଭାବେ ପରିଣତ କରାଯିବ।

ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଓøଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଷ୍ଟ୍ରବାଦ ବିଚାରଧାରାର ଅଧିକରୁ ଅଧିକ ସଦସ୍ୟ ସମବାୟ ସହିତ ଯୋଡି ହୋଇ ସମବାୟ ସଂସ୍ଥାଗୁଡିକୁ ଲୋକାଭୀମୁଖୀ କରିବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଏହି ବୈଠକରେ ଯୋଗ ଦେଇ କହିଛନ୍ତି।

ବର୍ତମାନ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନରେ ରାଜ୍ୟର ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ୍ୟ ସଦସ୍ୟଙ୍କୁ ସଦସ୍ୟତା କରାଯିବ। ସମସ୍ତ ପ୍ରାଥମିକ ସମବାୟ ସମିତିର ନେତା ଓ ସମବାୟବିତ୍‌ମାନଙ୍କୁ ଦଳରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଂଜନ ମଙ୍ଗରାଜ କହିଛନ୍ତି।

ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ସୁଦର୍ଶନ ନାୟକ, ଯଜେ୍ଞଶ୍ୱର ବାବୁ, ପବିତ୍ର ଦାସ, ଅକ୍ଷୟ ମହାନ୍ତି, ଇଂ.ଅଜୟ ସାହୁ, ରଞ୍ଜିତ୍ ଆଚାର୍ଯ୍ୟ, କଲ୍ୟାଣ ଚାଟାର୍ଜୀ, ଅରଣ ଭଟ୍ଟମିଶ୍ର, ଶେଷକୁମାର ମେହେର ଓ ସୈାମ୍ୟରଂଜନ ଲେଂକା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଦସ୍ୟ ଟୋଲିର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026
Latest News

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.