Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଟିଇଆର୍‌ରେ ଆୟୋଜିତ ହାକରୱାର ୫.୦ ରେ ୯୫ଟି ଟିମ୍‌ଙ୍କ ଯୋଗଦାନ
ଆଜିର ଖବର

ଆଇଟିଇଆର୍‌ରେ ଆୟୋଜିତ ହାକରୱାର ୫.୦ ରେ ୯୫ଟି ଟିମ୍‌ଙ୍କ ଯୋଗଦାନ

September 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ନିକଟରେ ଆୟୋଜିତ ୨୪ ଘଂଟିଆ ହାକରୱାର ୫.୦ ର ଶିକ୍ଷାନୁଷ୍ଠାନର ୫୮୦ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୯୫ଟି ଟିମ୍ ଭର୍ଚୁଆଲି ସାମିଲ ହୋଇଥିଲେ।

ଭବିଷ୍ୟତର ବୈଷୟିକ ଜ୍ଞାନ ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉଦ୍ଭାବନ ଓ ସମସ୍ୟା ସମାଧାନ କରିବାର ଦକ୍ଷତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ।

କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇଞ୍ଜିନିୟରିଂ(ସିଏସ୍‌ଇ) ବିଭାଗ ଦ୍ୱାରା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ  ଆୟୋଜନ କରିବାରେ ଶିକ୍ଷାନୁଷ୍ଠାନର କୋଡେକ୍ସ କ୍ଲବ୍‌, ସେଂଟର ଫର ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ ସିଆଇଆଇ) ଏବଂ ଅଟଳ ଇନୋଭେସନ୍ ସେଂଟର- ସୋଆ ଫାଉଣ୍ଡେସନ୍ (ଏଆଇସି ସୋଆ) ସହଯୋଗ କରିଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାର ମନୋଭାବ ଓ ଅଭିନବ ଢଙ୍ଗରେ ସମସ୍ୟା ସମାଧାନ କରିବା ର ଦକ୍ଷତା ବୃଦ୍ଧି କରିବା ହିଁ ଏହି ହାକରୱାର ୫.୦ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଏସ୍‌ଇ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଛନ୍ତି।

ଏହା ସହିତ ଏହି କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ଛାତ୍ରଛାତ୍ରୀମାନେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସମ୍ମାନଜନକ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪(ଏସ୍‌ଆଇଏଚ୍‌-୨୦୨୪)ରେ ଯୋଗ ଦେଇ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦିତ କରିପାରିବେ ବୋଲି ସେ କହିଛନ୍ତି।

ପ୍ରତିଯୋଗୀମାନେ ଏସ୍‌ଆଇଏଚ୍‌-୨୦୨୪ର ଥିମ୍ ଯେପରିକି ସ୍ମାର୍ଟ ଅଟୋମେସନ୍‌, ଫିଟ୍‌ନେସ୍ ଆଣ୍ଡ ସ୍ପୋର୍ଟସ୍ , ହେରିଟେଜ୍ ଆଣ୍ଡ କଲ୍‌ଚର,  ମେଡଟେକ୍ / ବାୟୋଟେକ୍‌/ ହେଲଥ୍‌ଟେକ୍‌, ଏଗ୍ରିକଲ୍‌ଚର, ସ୍ମାର୍ଟ ଭେଇକଲ୍ସ , କ୍ଳିନ୍ ଆଣ୍ଡ ଗ୍ରିନ୍ ଟେକ୍‌ନୋଲୋଜି, ବ୍ଳକ୍ ଚେନ୍ ଓ ସାଇବର୍ ସିକ୍ୟୁରିଟି ପ୍ରୋଜେକ୍ଟ ରେ ପ୍ରତିଯୋଗୀମାନେ କାର୍ଯ୍ୟ କରିଥିଲେ।

ସିଏସ୍‌ଇ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଦିବ୍ୟ ସୁନ୍ଦର ଦାସଙ୍କ ନେତ୍ୱତୃରେ ୬୫ ଜଣ ଫ୍ୟାକଲ୍ଟି ମେମ୍ବର ଙ୍କୁ ନେଇ ଗଠିତ ଏକ ଟିମ୍ ଏହି ପ୍ରୋଜେକ୍ଟର ଗୁଡିକର ଆକଳନ କରିବା ସହ ଶ୍ରେଷ୍ଠ ୧୦ଟି  ଟିମ୍‌କୁ ତାଙ୍କର ଉଚ୍ଚକୋଟୀର କାର୍ଯ୍ୟ ଏବଂ ଗବେଷଣା ନିମନ୍ତେ ମନୋନୀତ କରାଯାଇଥିଲା ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଶୁକ୍ରବାର ଶିକ୍ଷାନୁଷ୍ଠାନରେ ଆୟୋଜିତ ଅନ୍ତିମ ଅକଳନରେ ଆସେନ୍ସର୍ ଟେକ୍‌ନୋଲୋଜିର ସିନିୟର୍ ମ୍ୟାନେଜର ଅମ୍ରିତା ପ୍ରିୟଦର୍ଶନୀ , ୱିପ୍ରୋ ଟେକ୍‌ନୋଲୋଜି ଲିମିଟେଡ୍‌ର ଟେକ୍ନିକାଲ୍ ହେଡ୍ ମଧୁଜ୍ୟୋସ୍ନା ସୋମ୍ ଏବଂ ଇନ୍‌ଫୋସିସ୍‌ର ଗ୍ରୁପ୍ ପ୍ରୋଜେକ୍ଟ ମ୍ୟାନେଜର ରାମକୃଷ୍ଣ ସାହୁ ପ୍ରୋଜେକ୍ଟ ଗୁଡିକୁ ଅନୁଧ୍ୟାନ କରିଥିଲେ।

ଶ୍ରେଷ୍ଠ ତିନିଜଣ ବିଜେତା ଟିମ୍‌ଙ୍କ ସମେତ ସାତଟି ଅତିରକ୍ତ ଟିମ୍‌କୁ ମଧ୍ୟ ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩୦ଟି ଟିମ୍ କୁ ଶିକ୍ଷାନୁଷ୍ଠାନ ତରଫରୁ ଅନ୍ତିମ ଏସ୍‌ଆଇଏଚ୍ -୨୦୨୪ରେ ଭାଗ ନେବା ପାଇଁ ମନୋନୀତ କରାଯିବ ବୋଲି ସେ କହିଛନ୍ତି।

ପ୍ରଫେସର ମିଶ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକଙ୍କୁ ଏହି କ୍ଷେତ୍ରରେ ଯୋଗାଇଥିବା ଦିଗ୍‌ଦର୍ଶନ ଓ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କ ସମେତ ପ୍ରଫେସର ଶାରଦା ପ୍ରସନ୍ନ ପତି, ଡକ୍ଟର ଭାରତ ଜ୍ୟୋତି ରଂଜନ ସାହୁ, ଡକ୍ଟର ଦିବ୍ୟ ସୁନ୍ଦର ଦାସ , ଡକ୍ଟର ଆଦିତି ପଣ୍ଡା, ଡକ୍ଟର ଅନୁକମ୍ପା ବେହେରା ଏବଂ ଡକ୍ଟର ଶତରୂପା ଦାଶ ଯୋଗଦେଇଥିଲେ।

ବିଭିନ୍ନ ବିଭାଗର ଯଥା ସିଏସ୍‌ଇ ସମେତ କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇନ୍‌ଫରମେସନ୍ ଟେକନୋଲୋଜି, କମ୍ପ୍ୟୁଟର ଆପ୍ଳିକେସନ୍ ,ସେଂଟର ଫର ଡାଟା ସାଇନସ୍‌, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ନିଂ ଆଣ୍ଡ ଇଂଟରନେଟ୍ ଅଫ୍ ଥିଙ୍ଗସ୍‌ର ଅଧ୍ୟାପିକା ମାନେ ମଧ୍ୟ ଉପସ୍ଥିତ ଥିଲେ।

ଆଇଟିଇଆର୍ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.