Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ କନଫରେନ୍ସରେ ଯୋଡ଼ି ହେଲେ ଆଇନ ମନ୍ତ୍ରୀ
ଆଜିର ଖବର

ସିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ କନଫରେନ୍ସରେ ଯୋଡ଼ି ହେଲେ ଆଇନ ମନ୍ତ୍ରୀ

September 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପବିତ୍ର ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସିଏମ କିଷାନ ସହାୟତାର ଶୁଭାରମ୍ଭ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟରିମରୁ ଭିଡ଼ିଓ କନଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅପରାହ୍ନ ୪:୩୦ ରେ କରିଥିଲେ।

ଖୋର୍ଦ୍ଧାରୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭିଡ଼ିଓ କନଫ୍ୱରେନ୍ସରେ ଏହି କାର୍ଯ୍ୟକ୍ରମରେ ଯୋଡି ହେଇଥିଲେ।

ସିଏମ କିଷାନ ଓଡିଶା ସରକାରଙ୍କ ରାଜ୍ୟ ଯୋଜନା ଅନ୍ତର୍ଗତ ଏକ କୃଷକ କଲ୍ୟାଣକାରୀ ଯୋଜନା। ଉକ୍ତ ଯୋଜନାର ସହାୟତ ର ଶୁଭାରମ୍ଭ ସିଏମ -କିସାନ ପୋର୍ଟାଲର ଉନ୍ମୋଚନ, ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ, କୃଷକ ଓଡ଼ିଶାର ଏକିକୃତ ପୋର୍ଟାଲର ଉନ୍ମୋଚନ କରାଯାଇଛି।

ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁସାରେ ସିଧାସଳଖ ସହାୟତା ରାଶି, ସିଏମ କିଷାନ ଯୋଜନା ରେ ଅନ୍ତର୍ଭୂକ୍ତ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୨ ଗୋଟି ସମାନ କିସ୍ତିରେ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରାଯିବ।

ସି ଏମ୍- କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍ ଓ ମାନଦଣ୍ଡ:

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିମନ୍ତେ-

୧. ଆଧାର କାର୍ଡ
୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା
୩. ଜମି ପଟ୍ଟା
୪. ରାସନ୍ କାର୍ଡ

ଏହା ସହିତ କୃଷକ ଓଡିଶା ପୋର୍ଟାଲରେ ନିଜର ଜମିକୁ ସଂଯୁକ୍ତ କରିବା ସହିତ ନିଜର ଫୋନ ନମ୍ବର ଓ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ କରିବା ଆବଶ୍ୟକ।

ଭୁମିହୀନ କୃଷକ ପରିବାରଙ୍କ ନିମନ୍ତେ

୧. ଆଧାର କାର୍ଡ
୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା
୩. କାର୍ଯ୍ୟ ପତ୍ର
୪. ରାସନ୍ କାର୍ଡ

ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲାର ୧୧୨୦୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୭୮୧୬୭ ଜଣ ଭୁମିହୀନ କୃଷକ ପରିବାର କାଳିଆ ଯୋଜନାର ଲାଭ ପାଉଛନ୍ତି।

ଯୋଗ୍ୟ ବିବେଚିତ କାଳିଆ ହିତାଧିକାରୀମାନେ ସି ଏମ୍- କିଷାନ ଯୋଜନାରେ ଲାଭ ପାଇପାରିବେ।

ବାଦ୍ ପଡିଯାଇଥିବା ଚାଷୀମାନେ ନୂତନ ସି ଏମ୍- କିଷାନ ପୋର୍ଟାଲରେ ଆବେଦନ କରିପାରିବେ।

ଆଜି ସି ଏମ୍- କିଷାନ ଯୋଜନାର ସହାୟତା ହସ୍ତାନ୍ତର ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ରୁ ୨୫ ଜଣ ଚାଷି ଅଂଶଗ୍ରହଣ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରତି ବ୍ଲକ୍ ରେ ୧୦ ଜଣ ଚାଷୀ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଅଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର , ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କସ୍ତୁରୀ ବାଳା ଜେନା, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ଼ଃ ପ୍ରଦିପ୍ତ ପଣ୍ଡା, ସି ଡିଭିଓ, ଆସିଷ୍ଟାଣ୍ଟ ଡିରେକ୍ଟର, ହର୍ଟିକଲଚର, ଜିଲ୍ଲା ମତ୍ସ୍ୟାଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।

ନୂଆଖାଇ ପୃଥ୍ୱୀରାଜ ହରିଚନ୍ଦନ ମୋହନ ଚରଣ ମାଝି
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.