Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ୍‌ମୋ ସହାୟତାରେ ଗୁରୁତର ମହିଳାଙ୍କ ଜୀବନ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଚିକିତ୍ସକ
ଆଜିର ଖବର

ଏକ୍‌ମୋ ସହାୟତାରେ ଗୁରୁତର ମହିଳାଙ୍କ ଜୀବନ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଚିକିତ୍ସକ

September 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞା‌ନକୌଶଳର ସଫଳ ପ୍ରୟୋଗ ତଥା ଉତ୍ସର୍ଗୀକୃତ ଭାବନାର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏମ୍‌ସ ଭୁବନେଶ୍ୱର। ଅତ୍ୟାଧୁନିକ ଏକ୍‌ମୋ ଥେରାପି ପ୍ରୟୋଗ କରି ଗୁରୁତର ହୋଇପଡ଼ିଥିବା ଜଣେ ମହିଳାଙ୍କ ବଞ୍ଚାଇବ‌ାରେ ସଫଳତା ହାସଲ କରିଛନ୍ତି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଡାକ୍ତରୀ ଦଳ। କୋଭିଡ୍‌ ସମୟରେ ଚର୍ଚ୍ଚାକୁ ଆସିଥିବା ଏହି ଏକ୍‌ମୋ ଥେରାପିର ପ୍ରୟୋଗ ସଫଳତାର ସହିତ ଅଣକୋଭିଡ୍‌ ରୋଗୀଙ୍କ କ୍ଷେତ୍ରରେ କରାଯାଇଛି। ଯାହାକି ଏମ୍‌ସ ଭୁବନେଶ୍ୱର ପାଇଁ ବିଶେଷ ସମ୍ମାନ ଆଣିଦେଇଛି।

୫୩ ବର୍ଷ ବୟସ୍କା ଜଣେ ମହିଳାଙ୍କୁ ନିମୋନିଆ ଏବଂ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସହ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। କ୍ରମଶଃ ଉକ୍ତ ମହିଳାଙ୍କ ଅବସ୍ଥା ଦ୍ରୁତଗତିରେ ଖରାପ ହେବାକୁ ଲାଗିଲା। ଶ୍ବାସକ୍ରିୟାରେ ଜଟିଳତା ସହିତ ଅମ୍ଳଜାନ ସ୍ତର ମାତ୍ରାଧିକ ହ୍ରାସ ଘଟିଥିଲା। ସର୍ବାଧିକ ଭେଣ୍ଟିଲେଟର୍‌ ଏବଂ ଅନ୍ୟାନ୍ୟ ମେଡିକାଲ୍‌ ଚିକିତ୍ସା ପଦ୍ଧତିର ପ୍ରୟୋଗ ସତ୍ତ୍ବେ ମହିଳାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା। ଫଳରେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ୍‌ମୋ ହିଁ ଏକମାତ୍ର ବିକଳ୍ପ ଭାବରେ ଉଭା ହୋଇଥିଲା।

ଜଣେ ଗୁରୁତର ମହିଳାଙ୍କ କ୍ଷେତ୍ରରେ ଏକ୍‌ମୋ ପ୍ରୟୋଗ କରି ଜୀବନ ବଞ୍ଚାଇଥିବାରୁ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଡାକ୍ତରୀ ଦଳର ଅସାଧାରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ସଫଳତା ମେଡିକାଲ ପାଠ୍ୟକ୍ରମ ସହିତ ଉନ୍ନତ ଜ୍ଞାନକୌଶଳର ଏକତ୍ରୀକରଣ ନେଇ ଏମ୍‌ସର ପ୍ରତିବଦ୍ଧତାକୁ ଦର୍ଶାଉଛି। ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏବଂ ଜନତାଙ୍କ ମଧ୍ୟରେ ସଚେତନତା ଏବଂ ଉପଲବ୍ଧତାକୁ ଗୁରୁତ୍ୱ ଦେଇ ଏକ୍‌ମୋ ଥେରାପି ଏକ ଜୀବନ ରକ୍ଷାକାରୀ ହସ୍ତକ୍ଷେପ ପ୍ରମାଣିତ ହୋଇଥିବା ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଏହି ଜୀବନ ରକ୍ଷାକାରୀ ପ୍ରକ୍ରିୟାର ନେତୃତ୍ୱ ନେଇଥିବା ଆଇସିୟୁ କନ୍‌ସଲଟାଣ୍ଟ ତଥା ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ଅନୁଯାୟୀ ଶରୀରରେ ଅମ୍ଳଜାନର ଘୋର ଅଭାବ ଏବଂ ଫୁସଫୁସ ଭଳି ଅଙ୍ଗର ବିଫଳତା କାରଣରୁ ରୋଗୀଙ୍କ ଜୀବନ ସଙ୍କଟାପନ୍ନ ଅବସ୍ଥାରେ ଥିଲା। ସେସମୟରେ ଏକ୍‌ମୋ ତାଙ୍କ ବଞ୍ଚିବା ପାଇଁ  ଏକମାତ୍ର ବିକଳ୍ପ ସାଜିଥିଲା।
ଏହି ଉନ୍ନତ ଯନ୍ତ୍ରଟି ଉକ୍ତ ମହିଳାଙ୍କର କୃତ୍ରିମ ଫୁସଫୁସ ଏବଂ ହୃଦୟ ଭାବରେ କାର୍ଯ୍ୟ କଲା, ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ସ୍ତର ବଜାୟ ରଖିଲା ଏବଂ ଫୁସଫୁସକୁ ସୁସ୍ଥ ହେବାକୁ ଆବଶ୍ୟକ ସମୟ ପ୍ରଦାନ କରିଥିଲା।

ଏକ୍‌ମୋ ଥେରାପିରେ ଆଠ ଦିନ ପରେ ରୋଗୀଙ୍କ ଅବସ୍ଥା ଯଥେଷ୍ଟ ଉନ୍ନତ ହେବାକୁ ଲାଗିଲା। ତାଙ୍କର ଫୁସଫୁସ ପୁନର୍ବାର କାର୍ଯ୍ୟକ୍ଷମ ହେବାକୁ ଲାଗିଲା, ଏବଂ ଶେଷରେ ତାଙ୍କୁ ଏକ୍‌ମୋ ବ୍ୟବସ୍ଥାରୁ କଢ଼ାଯାଇଥିଲା। ଏକାଧିକ ସଂକ୍ରମଣର ମୁକାବିଲା ପାଇଁ ଚାଲୁଥିବା ସହାୟକ ଚିକିତ୍ସା ଏବଂ ଆଣ୍ଟିବାୟୋଟିକ୍ ଜାରି ରହିବା ପରେ ମହିଳା ଜଣଙ୍କ ସୁସ୍ଥ ହେବା ସହିତ ଡିସ୍‌ଚାର୍ଯ ହୋଇଥିବା ଡ. ବେହେରା ସୂଚନା ଦେଇଛନ୍ତି।

ଶିଶୁ ଏକ୍‌ମୋ ବିଶେଷଜ୍ଞ ଡ. କୃଷ୍ଣ ମୋହନ ଗୁଲା ଏବଂ ସିଟିଭିଏସ୍‌ ବିଭାଗୀୟ ମୁଖ୍ୟ ଡ. ସତ୍ୟପ୍ରିୟ ମହାନ୍ତି ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ଦେବାନନ୍ଦ ସାହୁ, ଡିଡିଏ ଅଭିଜିତ ସରକାର, ଏସ୍‌ଏଓ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉକ୍ତ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।
ପାରମ୍ପାରିକ ଚିକିତ୍ସା ପଦ୍ଧତି ବିଫଳ ହେଲେ ଜୀବନ ବଞ୍ଚାଇବାରେ ଏକ୍‌ମୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ଏପରି ଜ୍ଞାନକୌଶଳରେ ନିର୍ମିତ ଯାହାକି ଶରୀର, ହୃଦୟ ଏବଂ ଫୁସଫୁସର କାର୍ଯ୍ୟ କରି ଦୀର୍ଘସ୍ଥାୟୀ ହୃଦୟ ଏବଂ ଶ୍ବାସକ୍ରିୟା ସହାୟତା ପ୍ରଦାନ କରିଥାଏ, ଯାହାକି ଉପରୋକ୍ତ ଅଙ୍ଗପ୍ରତ୍ୟେଙ୍ଗର ପୁନରୁଦ୍ଧାର ସମୟ ପ୍ରଦାନ କରିଥାଏ।

AIIMS Bhubaneswar
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.