Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

September 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ।

କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସ୍‌ଆର୍‌ସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ପ୍ରାକ୍‌ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ ଦେବା ପାଇଁ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି।

ଉପକୂଳ ଓଡିଶା କୋରାପୁଟ ମାଲକାନଗିରି ମୋହନ ଚରଣ ମାଝୀ ଲଘୁଚାପ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରାଉଲକେଲାରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସମେତ ୬ ଜଣ ଗୁରୁତର

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026
Latest News

ରାଉଲକେଲାରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସମେତ ୬ ଜଣ ଗୁରୁତର

January 10, 2026

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.