Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ ରେକର୍ଡ: 160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ
ଆଜିର ଖବର

ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ ରେକର୍ଡ: 160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ

September 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଲ ପରିବହନ
ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ପୂର୍ବତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷରେ ମାତ୍ର 160 ଦିନରେ 100 ନିୟୁତ ଟନ୍ରୁ ଅଧିକ ପଣ୍ୟ ଅପସାରଣ କରି ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଚଳିତ ଆର୍ଥିକ ବର୍ଷର 7 ସେପ୍ଟେମ୍ବର 2024 ସୁଦ୍ଧା ପୂର୍ବତଟ ରେଳପଥ ସଫଳତାର ସହିତ 100.44 ନିୟୁତ ଟନ୍ ପଣ୍ୟ ଅପସାରଣ କରି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ 6.5% ଅଭିବୃଦ୍ଧି ପଞ୍ଜିକରଣ କରିପାରିଛି। ଏହି ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ଅବଧି ପଣ୍ୟ ଅପସାରଣ ତୁଳନାରେ 6.15 ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି।

ରେଳ ମଣ୍ଡଳ ଗୁଡ଼ିକ ଦ୍ୱାରା ଯୋଗଦାନ:

• ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ 60.38 ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଇଥିଲା,

• ୱାଲଟିୟର ରେଳ ମଣ୍ଡଳରେ 22.68 ନିୟୁତ ଟନ୍, ଏବଂ

• ସମ୍ବଲପୁର ରେଳ ମଣ୍ଡଳରେ 17.38 ନିୟୁତ ଟନ୍।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର ଲଜିଷ୍ଟିକ୍ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ରେଳପଥ ପାରାଦୀପ, ବିଶାଖାପାଟନମ୍ (ଭାଇଜାଗ୍), ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରିଥାଏ ଏବଂ ଇସ୍ପାତ, ଶକ୍ତି, ଆଲୁମିନିୟମ୍, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ପୂରଣ କରିଥାଏ।  ପୂର୍ବତଟ ରେଳପଥ ଦ୍ୱାରା ପରିବହନ ହେଉଥିବା ପ୍ରମୁଖ ଦ୍ରବ୍ୟଗୁଡ଼ିକ ହେଉଛି କୋଇଲା, ଲୁହାପଥର, ଆଲୁମିନିୟମ୍, ମାଙ୍ଗାନିଜ୍ ଏବଂ ବକ୍ସାଇଟ୍।

160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ କରିବାର ଏହି ସଫଳତା ରେଳବାଇର ଉନ୍ନତ ଦକ୍ଷତା ଏବଂ ଶିଳ୍ପ ଚାହିଦା ପୂରଣ ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଅଛି। ତୁଳନାତ୍ମକ ଭାବରେ, ଏହି ମାଇଲଖୁଣ୍ଟ ହାସଲ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୂର୍ବ ଆର୍ଥିକ ବର୍ଷରେ (2023-24) 171 ଦିନ ସମୟ ବିନିଯୋଗ କରିଥିବାବେଳେ 2022-23 ଆର୍ଥିକ ବର୍ଷରେ 191 ଦିନ ସମୟ ବିନିଯୋଗ କରିଥିଲା।

ପଣ୍ୟ ପରିବହନରେ କ୍ରମାଗତ ଉନ୍ନତି ଭାରତର ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ପୂର୍ବତଟ ରେଳପଥର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଶୀଘ୍ର ଏବଂ ନିରବଚ୍ଛିନ୍ନ ପରିବହନକୁ ନିଶ୍ଚିତ କରି ଦେଶର ଅର୍ଥନୀତିରେ ଅବଦାନ ଦେଇଆସୁଅଛି।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026
Latest News

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.