Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୮ ରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆଜିର ଖବର

୧୮ ରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

September 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୧୮ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହେବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏନପିଏସ ବାତ୍ସଲ୍ୟକୁ ସବସ୍କ୍ରାଇବ୍ ବା ଗ୍ରାହକ ପଞ୍ଜୀକରଣ, ଯୋଜନା ପ୍ରଚାର ପୁସ୍ତିକା ଜାରି କରିବା ଏବଂ ନୂତନ ଅପ୍ରାପ୍ତ ବୟସ୍କ ଗ୍ରାହକଙ୍କୁ ସ୍ଥାୟୀ ଅବସର ଖାତା ନମ୍ବର (ପ୍ରାନ୍) କାର୍ଡ ବଣ୍ଟନ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ।
ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ ଅବସରରେ ଦେଶର ପ୍ରାୟ ୭୫ଟି ସ୍ଥାନରେ ଏକକାଳୀନ ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ଏବଂ ସେହିସବୁ ସ୍ଥାନରେ ନୂତନ ଅପ୍ରାପ୍ତ ବୟସ୍କ ଉପଭୋକ୍ତାଙ୍କୁ ପ୍ରାନ୍ ସଦସ୍ୟତା ବିତରଣ କରାଯିବ।

ଏନପିଏସ ବାତ୍ସଲ୍ୟ ଦ୍ୱାରା ଅଭିଭାବକମାନେ ପେନସନ ଆକାଉଣ୍ଟରେ ନିବେଶ କରି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ ଏବଂ ଚକ୍ରବୃଦ୍ଧି ସୁବିଧା ସହିତ ଦୀର୍ଘମିଆଦୀ ସମ୍ପତ୍ତି ସୁନିଶ୍ଚିତ କରିପାରିବେ । ଏନପିଏସ ବାତ୍ସଲ୍ୟ ନମନୀୟ ବିନିଯୋଗ ଏବଂ ନିବେଶ ବିକଳ୍ପ ପ୍ରଦାନ କରିଥାଏ, ଯାହା ପିତାମାତାଙ୍କୁ ପିଲାଙ୍କ ନାମରେ ବାର୍ଷିକ ୧,୦୦୦ ଟଙ୍କା ନିବେଶ କରିବାକୁ ଅନୁମତି ଦେଇଥାଏ, ଫଳରେ ଏହା ସମସ୍ତ ଆର୍ଥିକ ପୃଷ୍ଠଭୂମିର ପରିବାର ପାଇଁ ଉପଲବ୍ଧ ହୋଇଥାଏ ।

ପିଲାଙ୍କ ଆର୍ଥିକ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏହି ନୂତନ ପଦକ୍ଷେପ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଭାରତର ପେନସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପେନସନ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ଅଧୀନରେ ଏହି ଯୋଜନା ପରିଚାଳିତ ହେବ।

ଏନ୍ପିଏସ୍ ବାତ୍ସଲ୍ୟର ଶୁଭାରମ୍ଭ ସମସ୍ତଙ୍କ ପାଇଁ ଦୀର୍ଘମିଆଦୀ ଆର୍ଥିକ ଯୋଜନା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭାରତର ଭବିଷ୍ୟତ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁରକ୍ଷିତ ଓ ସ୍ୱାଧୀନ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।

ଏନପିଏସ ବାତ୍ସଲ୍ୟ ଯୋଜନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.