Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ୍ ମଞ୍ଜୁରି: ଏଥର ଚନ୍ଦ୍ରରେ ଅବତରଣ କରି ପୃଥିବୀକୁ ଫେରିବ
ଆଜିର ଖବର

ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ୍ ମଞ୍ଜୁରି: ଏଥର ଚନ୍ଦ୍ରରେ ଅବତରଣ କରି ପୃଥିବୀକୁ ଫେରିବ

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବା ପରେ ପୃଥିବୀକୁ ଫେରିବା ପାଇଁ ଜ୍ଞାନକୌଶଳ ବିକଶିତ ଓ ପ୍ରଦର୍ଶନ କରିବା ଏବଂ ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପୃଥିବୀରେ ଏହାର ବିଶ୍ଳେଷଣ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରଯାନ-୪ ନାମକ ଚନ୍ଦ୍ର ଅଭିଯାନକୁ ଅନୁମୋଦନ ମିଳିଛି ।

ଚନ୍ଦ୍ରଯାନ-୪ ଅଭିଯାନ ଶେଷରେ ଚନ୍ଦ୍ରରେ ଭାରତୀୟ ଅବତରଣ (୨୦୪୦ ମସିହା ସୁଦ୍ଧା ଯୋଜନା) ଏବଂ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିବା ପାଇଁ ମୌଳିକ ଜ୍ଞାନକୌଶଳ କ୍ଷମତା ହାସଲ କରିବ । ଡକିଂ/ଅନଷ୍ଟୋକିଂ, ଅବତରଣ, ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏବଂ ଚନ୍ଦ୍ର ନମୁନା ସଂଗ୍ରହ ଓ ବିଶ୍ଳେଷଣ ପାଇଁ ଆବଶ୍ୟକ ପ୍ରମୁଖ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବ।

୨୦୩୫ ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ (ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ) ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟଙ୍କୁ ଅବତରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଭାରତ ସରକାର ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତାରିତ ଦୃଷ୍ଟିକୋଣର ରୂପରେଖ ଦେଇଛନ୍ତି । ଏହି ସ୍ୱପ୍ନକୁ ସାକାର କରିବା ଲାଗି ଗଗନଯାନ ଏବଂ ଚନ୍ଦ୍ରଯାନର ପରବର୍ତ୍ତୀ ଅଭିଯାନ ପାଇଁ ପରିକଳ୍ପନା କରାଯାଇଛି ଯେଉଁଥିରେ ଆନୁସଙ୍ଗିକ ମହାକାଶ ପରିବହନ ଏବଂ ଭିତ୍ତିଭୂମି କ୍ଷମତାର ବିକାଶ ଅନ୍ତର୍ଭୁକ୍ତ ।

ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂର ସଫଳ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳକୁ ପ୍ରମାଣିତ କରିଛି ଏବଂ ଅନ୍ୟ କିଛି ଦେଶ ପାଖରେ ଥିବା ସାମର୍ଥ୍ୟ ପ୍ରଦର୍ଶନ କରିଛି । ସଫଳ ଅବତରଣ ଅଭିଯାନର ଏକ ପ୍ରାକୃତିକ ଉତ୍ତରାଧିକାରୀ ହେଉଛି ଚନ୍ଦ୍ର ନମୁନା ସଂଗ୍ରହ କରିବା ଏବଂ ସେମାନଙ୍କୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିବାର କ୍ଷମତାର ପ୍ରଦର୍ଶନ।

ଇସ୍ରୋ ମହାକାଶ ଯାନର ବିକାଶ ଏବଂ ଉତକ୍ଷେପଣ ଦାୟିତ୍ୱରେ ରହିବ। ଇସ୍ରୋରେ ପ୍ରଚଳିତ ଅଭ୍ୟାସ ମାଧ୍ୟମରେ ଏହି ପ୍ରକଳ୍ପର ପ୍ରଭାବଶାଳୀ ପରିଚାଳନା ଏବଂ ତଦାରଖ କରାଯିବ। ଶିଳ୍ପ ଓ ଶିକ୍ଷାବିତଙ୍କ ଭାଗିଦାରୀରେ ଅନୁମୋଦନ ମିଳିବାର ୩୬ ମାସ ମଧ୍ୟରେ ଏହି ମିଶନ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳ ସ୍ୱଦେଶୀ ଭାବେ ବିକଶିତ ହେବ ବୋଲି ପରିକଳ୍ପନା କରାଯାଇଛି। ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ଏହି ମିଶନ କାର୍ଯ୍ୟକାରୀ ହେବ ଏବଂ ଅର୍ଥବ୍ୟବସ୍ଥାର ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ନିଯୁକ୍ତି ସମ୍ଭାବନା ଏବଂ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧ ହେବ ବୋଲି ପରିକଳ୍ପନା କରାଯାଇଛି।

ଜ୍ଞାନକୌଶଳର ପ୍ରଦର୍ଶନ ଅଭିଯାନ ‘‘ଚନ୍ଦ୍ରଯାନ-୪’’ ପାଇଁ ସମୁଦାୟ ପାଣ୍ଠି ର ଆବଶ୍ୟକତା ହେଉଛି ୨୧୦୪.୦୬ କୋଟି ଟଙ୍କା। ଏଥିରେ ମହାକାଶଯାନର ବିକାଶ ଓ ଉପଲବ୍ଧି, ଏଲଭିଏମ୍୩ର ଦୁଇଟି ଉତକ୍ଷେପଣ ଯାନ ମିଶନ, ବାହ୍ୟ ଗଭୀର ମହାକାଶ ନେଟୱର୍କ ସମର୍ଥନ ଏବଂ ଡିଜାଇନ୍ ପ୍ରମାଣିକରଣ ପାଇଁ ସ୍ୱତନ୍ତ୍ର ପରୀକ୍ଷଣ କରିବା ଅନ୍ତର୍ଭୁକ୍ତ। ଶେଷରେ ଚନ୍ଦ୍ର ପୃଷ୍ଠରେ ଅବତରଣ ଏବଂ ସଂଗୃହୀତ ଚନ୍ଦ୍ର ନମୁନା ସହିତ ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଅଭିଯାନ ଅନ୍ତର୍ଭୁକ୍ତ।

ଏହି ଅଭିଯାନ ଦ୍ୱାରା ମାନବ ଅଭିଯାନ, ଚନ୍ଦ୍ର ନମୁନା ସହିତ ପ୍ରତ୍ୟାବର୍ତ୍ତନ ଏବଂ ଚନ୍ଦ୍ର ନମୁନାର ବୈଜ୍ଞାନିକ ବିଶ୍ଳେଷଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ମୌଳିକ ଜ୍ଞାନକୌଶଳରେ ଭାରତ  ଆତ୍ମନିର୍ଭରଶୀଳ ହୋଇପାରିବ। ଏହାକୁ ସାକାର କରିବା ଦିଗରେ ଭାରତୀୟ ଉଦ୍ୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପୃକ୍ତି ରହିବ। ଚନ୍ଦ୍ରଯାନ-୪ ବିଜ୍ଞାନ ସଭା, କର୍ମଶାଳା ମାଧ୍ୟମରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯୋଡ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏହି ମିଶନ ଫେରସ୍ତ ହୋଇଥିବା ନମୁନାଗୁଡ଼ିକର କ୍ୟୁରେସନ୍ ଏବଂ ବିଶ୍ଳେଷଣ ପାଇଁ ସୁବିଧା ପ୍ରତିଷ୍ଠାକୁ ସୁନିଶ୍ଚିତ କରିବ, ଯାହା ଜାତୀୟ ସମ୍ପତ୍ତି ହେବ।

narendra modi union cabinet ଚନ୍ଦ୍ରୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.