Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି
ଆଜିର ଖବର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ଅଭିଯାନ ୫.୦
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ଅଭିଯାନ ୫.୦

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ସହ ସ୍ୱଚ୍ଛତାକୁ ସଂସ୍ଥାପନ କରିବା, ବକେୟା ମାମଲାର ଫଇସଲା, ଉନ୍ନତ ସ୍ଥାନ ପରିଚାଳନା ଏବଂ ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ଲକ୍ଷ୍ୟ ଧାର୍ଯ୍ୟ କରି ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ବିଶେଷ ଅଭିଯାନ ୪.୦ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛି ।

ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ୬ ସେପ୍ଟେମ୍ବର ୨୦୨୪ରେ ସମସ୍ତ ଗଣମାଧ୍ୟମ ମୁଖ୍ୟଙ୍କ ସହ ଦୀର୍ଘ ଦିନରୁ ବକେୟା ତଥା ବିଚାରାଧିନ ମାମଲାଗୁଡିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ୪.୦ କୁ କାର୍ଯ୍ୟକାରୀ କରିବାର ପ୍ରସ୍ତୁତି ସମ୍ପର୍କିତ ଅଗ୍ରଗତି ଏବଂ ସମ୍ପୂର୍ଣ୍ଣ ସରକାରୀ ଆଭିମୂଖ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମକୁ ପାନ୍‌-ଇଣ୍ଡିଆ ଆଧାରରେ ପ୍ରଚାର କରିବା ସହିତ ସ୍ୱଚ୍ଛତା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ।

ସ୍ୱତନ୍ତ୍ର ଅଭିଯାନ ୩.୦

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଅଭିଯାନ ୩.୦ ସମୟରେ ବ୍ୟାପକ ସଫଳତା ମିଳିଥିଲା। ମୋଟ ୧୦୧୩ ଆଉଟ୍‌ଡୋର୍ ଅଭିଯାନ କରାଯାଇଥିଲା ଏବଂ ୧୯୭୨ ଟି ସ୍ଥାନ ଚିହ୍ନଟ କରାଯିବା ସହ ସେଗୁଡିକୁ ସଫା କରାଯାଇଥିଲା।  ମୋଟ  ୨୮,୫୭୪ ଫାଇଲଗୁଡିକୁ ହଟାଇ ଦିଆଯାଇଥିଲା। ମୋଟ ୨.୦୧ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସନ କରାଯିବା ସହ ୩.୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ସିପିଜିଆର୍‌ଏମ୍‌ଏସ୍ ଅଧିନରେ ସାର୍ବଜନୀନ ଅଭିଯୋଗ ତଥା ଜନସାଧାରଣ ଅଭିଯୋଗ ସମ୍ପର୍କିତ ଆବେଦନ ମାମଲାର ସମାଧାନ କରିବାରେ ମନ୍ତ୍ରଣାଳୟ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।

ନଭେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୪ ମଧ୍ୟରେ ମିଳିଥିବା ସଫଳତା

ଏହି ସମୟ ମଧ୍ୟରେ, ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତାକୁ ସଂସ୍ଥାଗତ କରିବା ଏବଂ ଲମ୍ବିତ ମାମଲାଗୁଡିକର ସମାଧାନର ସମାନ ଗତି ବଜାୟ ରଖିବାକୁ ଲଗାତର ଉଦ୍ୟମ କରାଯାଇଛି।

ଏହି ସମୟ ମଧ୍ୟରେ ହାସଲ କରାଯାଇଥିବାର ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି:

–        ଆବର୍ଜନା ନିଷ୍କାସନରୁ ରାଜସ୍ୱ ଆୟ ୧.୭୬ କୋଟି ଟଙ୍କା

–        ୧.୪୭ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସିତ

–        ୧୮,୫୨୦ ଫିଜିକାଲ୍ ଫାଇଲ୍  ହଟାଇ ଦିଆଯାଇଥିଲା

–        ୧୧୦ ଗାଡି ଅକାମୀ ଘୋଷଣା କରାଯାଇଥିଲା

–        ୨,୪୨୨ ସ୍ଥାନ ସଫା କରାଯାଇଥିଲା

–        ୩୩,୫୪୬ ବର୍ଗ ଫୁଟ ସ୍ଥାନ ଖାଲି କରାଯାଇଥିଲା

–        ମୋଟ ୧,୩୪୫ ଆଉଟ୍‌ଡୋର୍ ଅଭିଯାନ କରାଯାଇଥିଲା

–        ୩,୦୪୪ ଜନ ଅଭିଯୋଗ ଏବଂ ୭୩୭ ଆବେଦନର ସମାଧାନ କରାଯାଇଥିଲା

ନରେନ୍ଦ୍ର ମୋଦୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ୱଚ୍ଛତା
Share. Facebook Twitter LinkedIn Email WhatsApp Copy Link

Related Posts

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ସ୍ୱର ବଦଳାଇଲା ଆମେରିକା: ଭାରତ ସହିତ ସ୍ୱାକ୍ଷର କଲା ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି

October 31, 2025

ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର

October 31, 2025

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଜାଣନ୍ତୁ ଆପଣ ମାଗଣାରେ କେଉଁଠାରେ ଦେଖିପାରିବେ ମ୍ୟାଚ୍?

October 31, 2025
Latest News

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025

ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ: ମୁଖ୍ୟମନ୍ତ୍ରୀ

October 31, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ସ୍ୱର ବଦଳାଇଲା ଆମେରିକା: ଭାରତ ସହିତ ସ୍ୱାକ୍ଷର କଲା ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି

October 31, 2025

ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର

October 31, 2025

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଜାଣନ୍ତୁ ଆପଣ ମାଗଣାରେ କେଉଁଠାରେ ଦେଖିପାରିବେ ମ୍ୟାଚ୍?

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.