Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି
ଆଜିର ଖବର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ସହ ସ୍ୱଚ୍ଛତାକୁ ସଂସ୍ଥାପନ କରିବା, ବକେୟା ମାମଲାର ଫଇସଲା, ଉନ୍ନତ ସ୍ଥାନ ପରିଚାଳନା ଏବଂ ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ଲକ୍ଷ୍ୟ ଧାର୍ଯ୍ୟ କରି ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ବିଶେଷ ଅଭିଯାନ ୪.୦ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛି ।

ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ୬ ସେପ୍ଟେମ୍ବର ୨୦୨୪ରେ ସମସ୍ତ ଗଣମାଧ୍ୟମ ମୁଖ୍ୟଙ୍କ ସହ ଦୀର୍ଘ ଦିନରୁ ବକେୟା ତଥା ବିଚାରାଧିନ ମାମଲାଗୁଡିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ୪.୦ କୁ କାର୍ଯ୍ୟକାରୀ କରିବାର ପ୍ରସ୍ତୁତି ସମ୍ପର୍କିତ ଅଗ୍ରଗତି ଏବଂ ସମ୍ପୂର୍ଣ୍ଣ ସରକାରୀ ଆଭିମୂଖ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମକୁ ପାନ୍‌-ଇଣ୍ଡିଆ ଆଧାରରେ ପ୍ରଚାର କରିବା ସହିତ ସ୍ୱଚ୍ଛତା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ।

ସ୍ୱତନ୍ତ୍ର ଅଭିଯାନ ୩.୦

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଅଭିଯାନ ୩.୦ ସମୟରେ ବ୍ୟାପକ ସଫଳତା ମିଳିଥିଲା। ମୋଟ ୧୦୧୩ ଆଉଟ୍‌ଡୋର୍ ଅଭିଯାନ କରାଯାଇଥିଲା ଏବଂ ୧୯୭୨ ଟି ସ୍ଥାନ ଚିହ୍ନଟ କରାଯିବା ସହ ସେଗୁଡିକୁ ସଫା କରାଯାଇଥିଲା।  ମୋଟ  ୨୮,୫୭୪ ଫାଇଲଗୁଡିକୁ ହଟାଇ ଦିଆଯାଇଥିଲା। ମୋଟ ୨.୦୧ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସନ କରାଯିବା ସହ ୩.୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ସିପିଜିଆର୍‌ଏମ୍‌ଏସ୍ ଅଧିନରେ ସାର୍ବଜନୀନ ଅଭିଯୋଗ ତଥା ଜନସାଧାରଣ ଅଭିଯୋଗ ସମ୍ପର୍କିତ ଆବେଦନ ମାମଲାର ସମାଧାନ କରିବାରେ ମନ୍ତ୍ରଣାଳୟ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।

ନଭେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୪ ମଧ୍ୟରେ ମିଳିଥିବା ସଫଳତା

ଏହି ସମୟ ମଧ୍ୟରେ, ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତାକୁ ସଂସ୍ଥାଗତ କରିବା ଏବଂ ଲମ୍ବିତ ମାମଲାଗୁଡିକର ସମାଧାନର ସମାନ ଗତି ବଜାୟ ରଖିବାକୁ ଲଗାତର ଉଦ୍ୟମ କରାଯାଇଛି।

ଏହି ସମୟ ମଧ୍ୟରେ ହାସଲ କରାଯାଇଥିବାର ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି:

–        ଆବର୍ଜନା ନିଷ୍କାସନରୁ ରାଜସ୍ୱ ଆୟ ୧.୭୬ କୋଟି ଟଙ୍କା

–        ୧.୪୭ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସିତ

–        ୧୮,୫୨୦ ଫିଜିକାଲ୍ ଫାଇଲ୍  ହଟାଇ ଦିଆଯାଇଥିଲା

–        ୧୧୦ ଗାଡି ଅକାମୀ ଘୋଷଣା କରାଯାଇଥିଲା

–        ୨,୪୨୨ ସ୍ଥାନ ସଫା କରାଯାଇଥିଲା

–        ୩୩,୫୪୬ ବର୍ଗ ଫୁଟ ସ୍ଥାନ ଖାଲି କରାଯାଇଥିଲା

–        ମୋଟ ୧,୩୪୫ ଆଉଟ୍‌ଡୋର୍ ଅଭିଯାନ କରାଯାଇଥିଲା

–        ୩,୦୪୪ ଜନ ଅଭିଯୋଗ ଏବଂ ୭୩୭ ଆବେଦନର ସମାଧାନ କରାଯାଇଥିଲା

ନରେନ୍ଦ୍ର ମୋଦୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ୱଚ୍ଛତା
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.