Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମିଶ୍ର
ଆଜିର ଖବର

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମିଶ୍ର

September 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଶିବ ଶଙ୍କର ମିଶ୍ର।
ଆଇନ୍ ବୃତ୍ତି ଏକ ମହାନ୍ ବୃତ୍ତି। ତେଣୁ ଏହାକୁ ପେସା ଭାବେ ନେଇଥିବା ବ୍ୟକ୍ତିଙ୍କର ଆବଶ୍ୟକତା ହେଉଛି ଶାଳୀନତା। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ରେ ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ନୂତନ ବ୍ୟାଚର ଛାତ୍ରଛାତ୍ରୀଙ୍କ ନିମନ୍ତେ ରବିବାର ଆୟୋଜିତ ୧୪ତମ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଜଷ୍ଟିସ୍ ମିଶ୍ର।

ପୂର୍ବକାଳରେ ସମାଜ ସେବା ଏବଂ ପଛୁଆବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ହିଁ ଆଇନ୍ ବୃତ୍ତିର ଏକମାତ୍ର ଉଦ୍ଦେଶ୍ୟ ଥିବା ବେଳେ ଏହା ମାଧ୍ୟମରେ କେହି କେବେ ନିଜର ଜୀବିକା ଭାବେ ବିବେଚନା କରୁ ନଥିଲା। ସେତେବେଳେ ସଚ୍ଚୋଟତା ଏବଂ ସମର୍ପଣ ଭାବ ସହ ଏହି ବୃତ୍ତିରେ ସଂଶ୍ଳିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟ କରୁଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ।

ଜଷ୍ଟିସ୍ ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ଖୁବ୍ ଭାଗ୍ୟବାନ ଯେ ସେମାନେ ସେମାନଙ୍କ ଶିକ୍ଷାନୁଷ୍ଠାନରେ କିଛି ପ୍ରସିଦ୍ଧ ଶିକ୍ଷକମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି ଯେଉଁମାନେ କି ଅନେକ ଆଇନ୍ ବିଶାରଦଙ୍କୁ ଗଢ଼ି ତୋଳିଛନ୍ତି। ଏଥି ସହିତ ବର୍ତମାନ ଉପଲବ୍ଧ ଇନ୍‌ଟରନେଟ ଏବଂ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜସାଧ୍ୟ କରିଦେଇଛି।

ସେ ନୂତନ ଛାତ୍ରଛାତୀଙ୍କ ସହ ବାର୍ତାଳାପ କରି ସେମାନଙ୍କୁ ଉପଦେଶ ଦେଇଥିଲେ। ଆଗାମୀ କିଛି ବର୍ଷ ସେମାନେ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହି ଏହା ପରେ ସେମାନେ ଏହି ବୃତିରେ କିଭଳି ସୁଯୋଗ ରହିଛି ସେ ସମ୍ପର୍କରେ ବିସ୍ତୃତ ଧାରଣା ପାଇପାରିବେ ବୋଲି କହିଥିଲେ।

ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଏହି କାର୍ଯ୍ୟକ୍ରମ ତାଙ୍କୁ ଯୁବବର୍ଗଙ୍କ ସହ ଆଲୋଚନା କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିଛି। ସୋଆ ଲ’ସ୍କୁଲର କିଛି ଗ୍ରାଜୁଏଟ୍ ମଧ୍ୟ ତାଙ୍କ ପାଖରେ ଇନ୍‌ଟର୍ଣ୍ଣ ଭାବେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ଆଇନଜୀବୀ ଏବଂ ବିଚାରପତିମାନଙ୍କୁ ସମାଜରେ ମେଧାରେ ପ୍ରତୀକ ବୋଲି ବିବେଚନା କରାଯାଏ। ଛାତ୍ରଛାତ୍ରୀମାନେ ଆଲୋଚନା, ବିତର୍କ ଏବଂ ଜଟିଳ ଭାବେ ଚିନ୍ତା କରି ସେମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରଫେସର ଆଜାଦ କହିଥିଲେ ଯେ ଏହି ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଅପୂର୍ବ ଯାତ୍ରାର ଅୟମାରମ୍ଭ। ଏହା ସେମାନଙ୍କୁ ଆଇନ୍ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ସହିତ ବିଚାର ବ୍ୟବସ୍ଥାକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିବ।

ଅନୁଷ୍ଠାନର ଆସୋସିଏଟ୍ ପ୍ରଫେସର ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଶା ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.