Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇର ପ୍ରମୁଖ ଚଳଚ୍ଚିତ୍ର ଅନୁଷ୍ଠାନର ସମୀକ୍ଷା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ମୁମ୍ବାଇର ପ୍ରମୁଖ ଚଳଚ୍ଚିତ୍ର ଅନୁଷ୍ଠାନର ସମୀକ୍ଷା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

September 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମୁମ୍ବାଇର ଏନଏଫଡିସି କ୍ୟାମ୍ପସ ପରିଦର୍ଶନ କରି ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଏବଂ ଭାରତୀୟ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି)ର କାର୍ଯ୍ୟକଳାପର ବ୍ୟାପକ ସମୀକ୍ଷା କରିଛନ୍ତି।

ଏହି ଗସ୍ତ ସମୟରେ ମନ୍ତ୍ରୀ ଗୁଲସନ ମହଲର ଐତିହ୍ୟ ଭବନ ସମେତ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏଥିରେ ନୀରବ ଯୁଗରୁ ଆଜି ପର୍ଯ୍ୟନ୍ତ ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧ ଏବଂ ବିବିଧ ଐତିହ୍ୟକୁ ପ୍ରଦର୍ଶିତ କରି ଦେଶର ସାଂସ୍କୃତିକ ଢାଞ୍ଚାରେ ସିନେମାର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରାଯାଇଛି।

ସିବିଏଫସିର ଅଧ୍ୟକ୍ଷ ପ୍ରସୁନ ଯୋଶୀ ସାର୍ଟିଫିକେସନ୍ ପ୍ରକ୍ରିୟା ଏବଂ ସମଗ୍ର ଚଳଚ୍ଚିତ୍ର ଜଗତର ସଦ୍ୟତମ ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମନ୍ତ୍ରୀ ତାଙ୍କ ସମୀକ୍ଷାରେ ଚଳଚ୍ଚିତ୍ର କ୍ଷେତ୍ରରେ ନିଯୁକ୍ତିକୁ ବହୁଗୁଣିତ କରିବା ପାଇଁ ଆବଶ୍ୟକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଚ୍ଚମାନର ନିଯୁକ୍ତି ସୃଷ୍ଟି କରିବା ସହ ବାଣିଜ୍ୟିକ ସ୍ତରରେ ମଧ୍ୟ ଉପଯୋଗୀ ଯୋଜନା ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଭାରତର ସିନେମା ଐତିହ୍ୟର ପୁନରୁଦ୍ଧାର ଓ ସଂରକ୍ଷଣ ଦିଗରେ ଉଦାହରଣମୂଳକ କାର୍ଯ୍ୟ ପାଇଁ ସେ ଏନଏଫଡିସି-ଏନଏଫଏଆଇ  (ନ୍ୟାସନାଲ ଫିଲ୍ମ ଆର୍କାଇଭ୍ସ ଅଫ୍ ଇଣ୍ଡିଆ)କୁ ପ୍ରଶଂସା କରିଥିଲେ।

ଦେଶର ସାଂସ୍କୃତିକ ଓ ଐତିହାସିକ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସେ ପ୍ରୟାସକୁ ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲେ, ଯାହା ଦ୍ୱାରା ଭବିଷ୍ୟତ ପିଢ଼ି ଏହି ସମୃଦ୍ଧ କଳାତ୍ମକ ଐତିହ୍ୟକୁ ଉପଭୋଗ କରିପାରିବେ ଏବଂ ଶିଖିପାରିବେ। ଏଭିଜିସି କ୍ଷେତ୍ରରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦିଗରେ ନିଆଯାଉଥିବା କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଶିଳ୍ପ ଅଭିମୁଖୀକରଣର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ବୈଷ୍ଣବ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ଆନିମେସନର ଅଗ୍ରଗତି ର ସମୀକ୍ଷା କରିବା ସହ ଭାରତୀୟ ମନୋରଞ୍ଜନ ଶିଳ୍ପରେ ବଢୁଥିବା କ୍ଷେତ୍ର ଭାବରେ ଆନିମେସନ ଏବଂ ଭିଜୁଆଲ ଇଫେକ୍ଟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମାଞ୍ଚଳ ମହାନିର୍ଦ୍ଦେଶକ ସ୍ମିତା ଭଟ୍ଟ ଶର୍ମା, ପରିଚାଳନା ନିର୍ଦ୍ଦେଶକ (ଏନ୍ଏଫଡିସି) ପୃଥୁଲ କୁମାର, ସିଇଓ (ସିବିଏଫସି) ରାଜେନ୍ଦ୍ର ସିଂହ ଏବଂ ଏନ୍ଏଫଡିସି ଓ ସିବିଏଫସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଗସ୍ତ ଅବସରରେ ମନ୍ତ୍ରୀ ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଅଧୀନରେ ଏନ୍ଏଫଡିସି ପରିସରରେ ବୃକ୍ଷରୋପଣ କରିଥିଲେ।

ଅଶ୍ୱିନୀ ବୈଷ୍ଣବ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.