Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନକଲ୍ୟାଣକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଆଜିର ଖବର

ଜନକଲ୍ୟାଣକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗରେ ଜନକଲ୍ୟାଣକାରୀ ‘ସୁଭଦ୍ରା’ ଯୋଜନା ସଫଳତାର ସହିତ ଆରମ୍ଭ ହୋଇଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ୧୦୦ ଦିନର କାର୍ଯ୍ୟ ସଫଳତା ମଧ୍ୟରେ ଯେଉଁ ସବୁ ଯୋଜନା ଏବଂ କାର୍ଯ୍ୟକ୍ରମ ଜାରି ରହିଛି, ସେସବୁକୁ ତ୍ୱରାନ୍ୱିତ କରି ବିଭାଗୀୟ କାର୍ଯ୍ୟ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଏଥି ସହିତ ମୁଖ୍ୟ ଶାସନ ସଚିବ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଭଲ ଭାବେ ବୁଝିବା ସହିତ ସେସବୁ ଦକ୍ଷତା ଏବଂ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି।

ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା, ସମସ୍ୟାର ସମାଧାନ, ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ ସହ ବିଭନ୍ନ ଅଂଚଳରେ ଜନସାଧାରଣଙ୍କର ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟସେବା ଭଳି ସର୍ବନିମ୍ନ ଆବଶ୍ୟକତାକୁ ପୂର୍ଣ୍ଣମାତ୍ରାରେ ଉପଲବ୍ଧ କରାଇବା ସୁନିଶ୍ଚିତ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଗ୍ରାମାଂଚଳ ଓ ସହରାଂଚଳ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ, ଭୂ ସଂସ୍କାର, ପର୍ଯ୍ୟଟନ ସମେତ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କର ପୁଞ୍ଜି ବିନିଯୋଗ ପାଇଁ ସ୍ୱତନ୍ତ୍ର ସହାୟତା ପାଣ୍ଠି ଅନୁଦାନ-୨୦୨୪-୨୫ର ବିନିଯୋଗ ସ୍ଥିତି ଓ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଥିଲା।

ବୈଠକରେ ନୀତି ଆୟୋଗ ତରଫରୁ କେନ୍ଦ୍ର ବଜେଟ୍ ୨୦୨୪-୨୫ରେ ଘୋଷଣା ଅନୁଯାୟୀ ‘ପୂର୍ବୋଦୟ’ ରାଜ୍ୟମାନଙ୍କ ପାଇଁ ଏକ ବ୍ୟାପକ ଦୂରଦୃଷ୍ଟି ଯୋଜନା ପ୍ରଣୟନ ପାଇଁ ନୀତି ଆୟୋଗଙ୍କ ଦ୍ୱାରା ଗଠିତ ପରାମର୍ଶଦାତା କମିଟି ପାଇଁ ଆବଶ୍ୟକୀୟ ମତାମତ ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଗତ ଜୁଲାଇ ମାସରେ ନୀତି ଆୟୋଗଙ୍କ ୯ମ କାର୍ଯ୍ୟନିର୍ବାହୀ ପରିଷଦର ବୈଠକରେ ଆଲୋଚିତ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥାଗୁଡିକର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା।

ଚଳିତ ସେପ୍ଟେମ୍ବର ୨୭ ଓ ୨୮ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଭିନ୍ନ ବିଭାଗର ସଚିବମାନଙ୍କ ସମେତ ପ୍ରଥମ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଦ୍ୱିତୀୟ ଦିନରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନେ ଯୋଗଦାନ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଭିତ୍ତିକ ଆଲୋଚନା କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

ଜନକଲ୍ୟାଣକାରୀ ଯୋଜନା ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ଲୋକସେବା ଭବନ ସୁଭଦ୍ରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025

ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତା

October 20, 2025

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ

October 20, 2025
Latest News

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025

ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

October 20, 2025

ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତା

October 20, 2025

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.