Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ପୁନର୍ବାର ଜାରି ରହିଛି। ବିଭିନ୍ନ ସ୍ଥାନରେ ଯାତ୍ରାକୁ ବିପୁଳ ସ୍ୱାଗତ କରାଯାଉଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସଚେତନ ଓ ପଞ୍ଜୀକରଣ କରାଯାଉଛି । ଶନିବାର ଏହି ଯାତ୍ରା କଳାହାଣ୍ଡି ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ହିତାଧିକାରୀ ଓ ଜନପ୍ରତିନିଧିମାନେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ ହେବା ସହିତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଥିଲେ।

ଅନ୍ୟପକ୍ଷରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଞ୍ଚି କେନ୍ଦ୍ରୀୟ ଯୋଜନାର ସଚେତନତା ବାର୍ତ୍ତା ବାଣ୍ଟିଛି । ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଛି।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ନଭେମ୍ବର ୧୫ ତାରିଖ, ଜନଜାତୀୟ ଗୌରବ ଦିବସ  ଉପଲକ୍ଷେ ଆରମ୍ଭ କରିଥିଲେ । ଏହି ଯାତ୍ରା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁନର୍ବାର ଆଦିବାସୀ ଓ ଗ୍ରାମାଞ୍ଚଳରେ କେନ୍ଦ୍ରୀୟ ଯୋଜନାର ୧୦୦ ପ୍ରତିଶତ ବିସ୍ତାର ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଟାଙ୍ଗୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି ଟାଙ୍ଗୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ଏହାବ୍ୟତୀତ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଆଜି ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାକୁ ଦେଖି ମହାରାଷ୍ଟ୍ର ସାମ୍ବାଦିକମାନେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା।

କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଠାରେ ସାମ୍ବାଦିକଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନେ ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।
ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ, ଅନୁଷ୍ଠାନର ଲକ୍ଷ୍ୟ, ସଫଳତା, କାର୍ଯ୍ୟକଳାପ ଏବଂ ଆକାଂକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେ କହିଥିଲେ, ଅନୁଷ୍ଠାନ ସବୁଜ ବିପ୍ଳବରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ଭାରତକୁ ଖାଦ୍ୟ ଶସ୍ୟର ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲା। ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ବ୍ୟାପକ ଲକ୍ଷ୍ୟ ସହିତ ଜଳବାୟୁ ସହନଶୀଳ କିସମର ଫସଲ ବିକଶିତ କରାଯାଉଛି ବୋଲି ସେ କହିଥିଲେ। ସାମ୍ବାଦିକମାନେ ଅନୁଷ୍ଠାନର ସମସ୍ତ ବିଭାଗର ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ, ସେମାନେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗଶାଳା, ସୁବିଧା ଏବଂ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା : ଓଡିଶାର ଜଣେ ସାଧାରଣ କୃଷକଙ୍କ କାହାଣୀ

ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ାର ପୂର୍ଣ୍ଣଚନ୍ଦ୍ର ବେନିଆ ତାଙ୍କ ପତ୍ନୀ ଏବଂ ମା’ଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ। ମହିଳାମାନେ ପାରମ୍ପରିକ ଚୁଲାରେ ପୂରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରେ ଘଣ୍ଟା ଘଣ୍ଟା ବିତାଇଥାନ୍ତି। ଏହି ଚୁଲା ଘର ଏବଂ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ସାଜିଥାଏ। “ଧୂଆଁପୂର୍ଣ୍ଣ” ରୋଷେଇ ଘରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ବେନିଆ ପରିବାର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ଏଥିସହିତ, ଉପଯୁକ୍ତ ଜାଳେଣୀ କାଠ, ନଡ଼ା, ଏବଂ ଗାଈ ଗୋବର ସଂଗ୍ରହ କରିବା ଲାଗି ଏହି ମହିଳାମାନଙ୍କର ବହୁ ସମୟ ବ୍ୟୟ ହେବା ସହିତ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା – ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଜରିଆରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକ ଆଶାର କିରଣ ମିଳିଲା ଯାହା ମାଧ୍ୟମରେ ସେ ତାଙ୍କ ଘରେ ଏକ ମାଗଣା ଏଲପିଜି ସଂଯୋଗ ପାଇପାରିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୦ ନଭେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ବେଳେ ପୂର୍ଣ୍ଣ ଚାନ୍ଦ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଭଳି କଲ୍ୟାଣକାରୀ ଯୋଜନା ତାଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସେ କହିଛନ୍ତି ଯେ ତାଙ୍କ ପରିବାରର ମହିଳାମାନେ ବର୍ତ୍ତମାନ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ କିସାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଅନ୍ୟ ସରକାରୀ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ସେ ଏବଂ ତାଙ୍କ ପରିବାର ମଧ୍ୟ ବହୁ ଉପକୃତ ହୋଇଥିବା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାଗୁଡିକର ଶତପ୍ରତିଶତ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପିଲାମାନଙ୍କ ଭବିଷ୍ୟତ ପାଇଁ ପୂର୍ଣ୍ଣ ଚାନ୍ଦଙ୍କର କିଭଳି ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ପୂର୍ଣ୍ଣ ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କର ତିନି ସନ୍ତାନ ଅଛନ୍ତି। ତାଙ୍କ ପିଲାମାନେ ବଡ଼ ହେବାପରେ ଡାକ୍ତର ଏବଂ ଇଞ୍ଜିନିୟର ଭାବରେ କ୍ୟାରିୟର କରିବାକୁ ଏହି ସାଧାରଣ ଚାଷୀ ଜଣଙ୍କ ଇଚ୍ଛା ପ୍ରକାଶ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀ ଜାଣିବା ପରେ ପରେ ପୂର୍ଣ୍ଣ ଚାନ୍ଦଙ୍କୁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଏକ ଅଂଶ ଭାବରେ ତାଙ୍କ ଗ୍ରାମ ପରିଦର୍ଶନ କରୁଥିବା ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ। ଏହା ସହିତ, ସେ ପୂର୍ଣ୍ଣ ଚାନ୍ଦଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକାରୀମାନଙ୍କୁ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ।

ଶେଷରେ, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ଣ୍ଣ ଚାନ୍ଦଙ୍କୁ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସଙ୍କଳ୍ପ ନେବାକୁ ଅନୁରୋଧ କରିଥିଲେ। ପୂର୍ଣ୍ଣ ଚାନ୍ଦ ତାଙ୍କର କର୍ତ୍ତବ୍ୟ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଯାହା ଦେଶକୁ ବିକଶିତ ଭାରତ ହେବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।