ଜାତିର ନିର୍ମାତା ଭାବରେ ଶିକ୍ଷକଙ୍କୁ ସମ୍ମାନିତ

Published: Sep 29, 2024, 6:00 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ସଭାର ଆୟୋଜନ କରାଯାଇ ଖଲିକୋଟ, ଚିଲିକା, ବାଣପୁର ଓ ଟାଙ୍ଗୀ ବ୍ଳକର ୧୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜାତିର ନିର୍ମାତା ଭାବରେ ସମ୍ମାନିତ କରାଯାଇଛି। ମୂଖ୍ୟ ଅତିଥି ଭାବେ ରୋଟାରୀଆନ ଡ.ଶ୍ରୀନିବାସ ମହାପାତ୍ର ଓ ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଭିକାରୀ ଚରଣ ମହାପାତ୍ର ଯୋଗଦାନ କରି ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଖଲିକୋଟ ବ୍ଳକର ତ୍ରିନାଥ ବେହେରା, ଲିପନ ପଣ୍ଡା, ସାଗରିକା ବୈଦ୍ୟ, ପ୍ରସନ୍ନ କୁମାର ନାୟକ ଓ ହେମନ୍ତ ବେହେରା, ଚିଲିକା ବ୍ଳକର ଶୁଭକାନ୍ତ ପଟ୍ଟନାୟକ, ପୁଷ୍ପାଞ୍ଜଳୀ ନାଥ, ଅଶୋକ କୁମାର ମାନସିଂହ ଓ ଜ୍ଯୋତ୍ସ୍ନାରାଣୀ ହୋତା, ଟାଙ୍ଗୀ ବ୍ଳକର ରମେଶଚନ୍ଦ୍ର ପଲାଇ, ଲଳିତ ନାରାୟଣ ମହାପାତ୍ର, କୁନ୍ତଳା ସାହୁ ଓ ଭାରତୀ ଦାସ ଏବଂ ବାଣପୁର ବ୍ଳକର କବିତା ବରାଳ, ଛବି ନନ୍ଦ, ପ୍ରଦୀପ ଜେନା, ବିଭୁତି ଭୁଷଣ ସ୍ବାଇଁ ଓ ସୁଜାତା ମହାପାତ୍ରଙ୍କୁ ପ୍ରମାଣ ପତ୍ର, ଉପଢୌକନ, ବ୍ଯାଗ୍ ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସଭ୍ୟ ଡ. ସୁନୀଲ କୁମାର ପଟ୍ଟନାୟକ ସଭାକୁ ସୁନ୍ଦର ଭାବରେ ପରିଚଳନା କରିଥିବା ବେଳେ କ୍ଳବ ସଭାପତି ଶ୍ଯାମସୁନ୍ଦର ପୃଷ୍ଟି ସଭାପତିତ୍ବ କରିଥିଲେ।

ସଭ୍ୟ ସୁରେଶ ଚନ୍ଦ୍ର ବେହେରା ଓ ଧୀରେନ୍ଦ୍ରନାଥ ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଅଶୋକ କୁମାର ନାୟକ ଧନ୍ଯବାଦ୍ ଦେଇଥିଲେ। କ୍ଳବ ଶିକ୍ଷା କମିଟିର ଅଧ୍ୟକ୍ଷା ସରୋଜିନି ଦାଶ ଓ ସଭାପତି ତାଙ୍କର ବକ୍ତବ୍ଯ ରଖିଥିଲେ। ସଭ୍ୟ ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ରବିନାରାୟଣ ନାୟକ, ଡ.ଚିନ୍ତାମଣି ମିଶ୍ର, ମନୋରଞ୍ଜନ ବାରିକ, ଗଗନ ବିହାରୀ ବେହେରା, ରବିନାରାୟଣ ପାଲ, ସୋମନାଥ ସୁବୁଦ୍ଧି, ପ୍ରମୋଦ କୁମାର ପୃଷ୍ଟି, ପ୍ରସନ୍ନ ସାମନ୍ତରାୟ, ସୁନୀଲ କୁମାର ପାତ୍ର ଓ ନନ୍ଦ କିଶୋର ମିଶ୍ର ପ୍ରମୂଖ ସଭା ପରିଚଳନା କରିଥିଲେ।

Related posts