Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

September 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର କରୁଥିବା ମୟୂରଭଞ୍ଜ ଜିଲ୍ଲାର ରାମଜୀତ ଟୁଡୁଙ୍କ ବିଷୟରେ ଆଲୋଚନା କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାମଜୀତଙ୍କ କାର୍ଯ୍ୟ ସୃଜନଶୀଳତାର ଏକ ପ୍ରତୀକ। ସାନ୍ତାଳୀ ଭାଷାର ଲିପି ‘ଅଲ୍ ଚିକି’ରେ ମୋବାଇଲ ଟାଇପ୍ କରିବାର କୌଶଳକୁ ବିକଶିତ କରିଥିବାରୁ ରାମଜୀତଙ୍କୁ ଧନ୍ୟବାଦ । ଆଜି ତାଙ୍କ ପ୍ରୟାସରେ ସାନ୍ତାଳୀ ଭାଷାରେ ଲେଖାଯାଉଥିବା ଲେଖାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିଛି । ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ତାଙ୍କର କାର୍ଯ୍ୟ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାନ୍ତାଳୀ ଭାଷା ସମେତ ଅନେକ ଜନଜାତି ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶିତ ହୋଇଛି। ମାତୃଭାଷାକୁ ପ୍ରାଥମିକତା ଦେବା ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ପରିପ୍ରକାଶ କରିବ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅକ୍ଚୋବର ୩ରେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ସଫଳତାପୂର୍ବକ ୧୦ ବର୍ଷ ନବରାତ୍ରୀର ପବିତ୍ର ଅବସରରେ ପୂରଣ ହେବାକୁ ଯାଉଛି। ବିଗତ ବର୍ଷମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛତା, ଜଳ ସଂରକ୍ଷଣ, ଆତ୍ମନିର୍ଭର ଭାରତ, ବେଟି ବଚାଓ-ବେଟି ପଢ଼ାଓ, ହର ଘର ତିରଙ୍ଗା ଓ ଜନସଚେତନ ଅଭିଯାନ ଏବଂ ସାମାଜିକ ପରିବର୍ତ୍ତନ ପ୍ରସଙ୍ଗ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଉଠାଇଛନ୍ତି। ‘ମନ୍ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମରେ ସୀମିତ ହୋଇ ରହିନାହିଁ। ପ୍ରଧାନସେବକଙ୍କୁ ଜନସାଧାରଣଙ୍କ ସହ ଯୋଡ଼ିବାର ଏକ ବଡ ମାଧ୍ୟମ ହୋଇଛି। ଆଗାମୀ ବର୍ଷମାନଙ୍କରେ ଏହି କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାର ଏକ ଶକ୍ତିଶାଳୀ ଜରିଆ ହେବ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ ବ୍ୟବହାର କରିବାକୁ ଏବଂ ଅନ୍ୟମାନଙ୍କୁ ‘ମେଡ୍ ଇନ୍ ଇଣ୍ଡିଆ’ ଅଭିଯାନ ବ୍ୟବହାର କରି ଭାରତକୁ ସମଗ୍ର ବିଶ୍ୱରେ ଉତ୍ପାଦନର ହବରେ ପରିଣତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପକୁ ସାକାର କରିବା ପାଇଁ ଅନୁରୋଧ କରିଛନ୍ତି। ‘ମେକ୍ ଇନ୍ ଇଣ୍ଡିଆ’ କେବଳ ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ ନାହିଁ ବରଂ ଆମର ଘରୋଇ ଉତ୍ପାଦକୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଦେଇ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ। ‘ବିକଶିତ ଭାରତର’ ସ୍ୱପ୍ନକୁ ସାକାର କରି ଭାରତକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିବା ଦିଗରେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍ ମେକ୍‌ ଇନ୍‌ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Latest News

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.