Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ
ଆଜିର ଖବର

ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

October 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ  ଭୂପେନ୍ଦ୍ର ଯାଦବ ଭୁବନେଶ୍ବରରେ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ମତ ରଖି କେନ୍ଦ୍ର ମନ୍ତ୍ରୀ କହିଥିଲେ, ତିନୋଟି ପ୍ରମୁଖ କାରଣରୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି । ବିକାଶ, ନୂଆ ଜ୍ଞାନକୌଶଳ ଏବଂ ଲଗାତାର ଜୈବବିବିଧତାର କ୍ଷୟ କାରଣରୁ ବିଶ୍ବ ଉତ୍ତାପନ ବଢ଼ୁଛି । ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ବୋଲି ସେ କହିଥିଲେ ।

ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟସ୍ତରକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ହୋଇଥିବା ସହମତି ଅନୁରୂପ ସବୁ ଦେଶ ନିଜ ନିଜର ପରିବେଶ ମୁତାବକ ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବା ବର୍ତ୍ତମାନ ସମୟର ଆବଶ୍ୟକତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ପରିବେଶ ଅନୁକୂଳ ଜୀବନଶୈଳୀ ବା ମିଶନ ଲାଇଫ୍‌ ଉପରେ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ।

ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ହେବା ଲାଗି ସାରା ବିଶ୍ୱ ପାଇଁ ଏକ ଉପଯୁକ୍ତ ମାର୍ଗ। ପରିବେଶ ସଂରକ୍ଷଣ ପାଇଁ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ସୂଚନା ଦେଇ ଶ୍ରୀ ଯାଦବ କହିଥିଲେ, ପ୍ୟାରିସ ଜଳବାୟୁ ରାଜିନାମାରେ ଭାରତ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛି। ଭାରତ ନିଜର ଅଙ୍ଗାରକାମ୍ଳ ନିର୍ଗମନ ପରିମାଣକୁ ୨୦୦୫ ସ୍ତର ତୁଳନାରେ ୨୦୩୦ ସୁଦ୍ଧା ଜିଡିପିର ୪୫ ପ୍ରତିଶତ ସ୍ତରକୁ ଆଣିବା ଲାଗି ପ୍ରତିଶ୍ରୁତି ଦେଇଛି। ସେହିପରି ଅଣଜୀବାଶ୍ମ ଆଧାରିତ ଇନ୍ଧନ ଉତ୍ସରୁ ୫୦% ବିଦ୍ୟୁତ ଉତ୍ପାଦନ କରିବାକୁ ଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ଶ୍ରୀ ଯାଦବ କହିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ସଂକଟରୁ ସମାଧାନ ବାହାର କରିବା ପ୍ରତି ସରକାର ଯତ୍ନବାନ ଅଛନ୍ତି। ଗାନ୍ଧୀଜୀଙ୍କ ନୀତିଆଦର୍ଶକୁ ଅନୁସରଣ କରି ସ୍ୱଚ୍ଛତା, ସହିଷ୍ଣୁତା ଓ ସ୍ଥାନୀୟତା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଜରୁରି।  ପୃଥିବୀରେ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ ସମ୍ବଳ ରହିଛି, କିନ୍ତୁ ଏହାର ଶୋଷଣ କରାଯିବା ଉଚିତ୍‌ ନୁହେଁ ବୋଲି ବାପୁ ଦେଇଥିବା ଆହ୍ବାନକୁ ସମସ୍ତେ ଆପଣାଇବା ଉଚିତ୍‌।

ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଓ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ  ବହୁ ପରିବେଶବିତ, ବୁଦ୍ଧିଜୀବୀ ଏବଂ ଗବେଷକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାମ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

ଭୂପେନ୍ଦ୍ର ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.