Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରମୁଖ ବନ୍ଦର ଓ ଡକ୍ ଲେବର ବୋର୍ଡର କର୍ମଚାରୀମାନଙ୍କ ପାଇଁ ସଂଶୋଧିତ ପିଏଲ୍‌ଆର ଯୋଜନାକୁ ମଞ୍ଜୁରୀ
ଆଜିର ଖବର

ପ୍ରମୁଖ ବନ୍ଦର ଓ ଡକ୍ ଲେବର ବୋର୍ଡର କର୍ମଚାରୀମାନଙ୍କ ପାଇଁ ସଂଶୋଧିତ ପିଏଲ୍‌ଆର ଯୋଜନାକୁ ମଞ୍ଜୁରୀ

October 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରମୁଖ ବନ୍ଦ ଏବଂ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକମାନଙ୍କ ପାଇଁ ବର୍ତ୍ତମାନ ଥିବା ଉତ୍ପାଦକତା ସମ୍ପର୍କିତ ପୁରସ୍କାର (ପିଏଲଆର) ଯୋଜନାରେ ସଂଶୋଧନକୁ ମଂଜୁରୀ ଦେଇଛନ୍ତି।

୨୦୨୦-୨୧ରୁ ୨୦୨୫୨୦୨୬ ପର୍ଯ୍ୟନ୍ତ ଲାଗୁ ସଂଶୋଧିତ ପିଏଲଆର ଯୋଜନା ଦ୍ୱାରା ପ୍ରମୁଖ ବନ୍ଦର ପ୍ରାଧିକରଣ ଏବଂ ଡକ୍ ଲେବର ବୋର୍ଡର ପ୍ରାୟ ୨୦୭୦୪ ଜଣ କର୍ମଚାରୀ ଲାଭବାନ ହେବେ । ପୁରା ଅବଧି ପାଇଁ ଖର୍ଚ୍ଚର ବୋଝ ପ୍ରାୟ ୨୦୦ କୋଟି ଟଙ୍କା ହେବ।

ତଦନୁସାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ବନ୍ଦରର  ପ୍ରାଧିକରଣ ଏବଂ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକମାନଙ୍କ ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ଯୋଜନାରେ ସଂଶୋଧନ କରିଛି। ଏଥିରେ ପିଏଲଆରର ଗଣନା ପାଇର୍ ଅଖିଳ ଭାରତୀୟ ପ୍ରଦର୍ଶନ ୱେଟେଜ୍ ବଦଳରେ ବନ୍ଦର ଭିତ୍ତିକ ପ୍ରଦର୍ଶନ ୱେଟେଜ୍ ବଢ଼ିଯାଇଛି। ବୋନସର ଗଣନା ପାଇଁ ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ଗଣନା ପ୍ରତି ମାସ ୭ ହଜାର ଟଙ୍କା ବେତନ ସୀମା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପିଏଲଆର ବାର୍ଷିକ ହାରରେ ବନ୍ଦର ଭିତ୍ତିକ ପ୍ରଦର୍ଶନର ୱେଟେଜକୁ ୫୦%ରୁ ୫୫% କୁ ବୃଦ୍ଧି କରି ପ୍ରଦାନ କରାଯିବ ଏବଂ ପରେ ତାହା ୬୦%କୁ ବୃଦ୍ଧି ହେବ। ଅଖିଳ ଭାରତୀୟ ବନ୍ଦର ପ୍ରଦର୍ଶନର ୱେଟେଜ୍ ୨୦୨୫-୨୬ ପର୍ଯ୍ୟନ୍ତ ୪୦% କୁ ହ୍ରାସ ପାଇବ। ଏହା ଅଖିଳ ଭାରତୀୟ ବନ୍ଦର ପ୍ରଦର୍ଶନ ଏବଂ ବନ୍ଦର ଭିତ୍ତିକ ପ୍ରଦର୍ଶନ ବର୍ତ୍ତମାନର ୫୦% ୱେଟେଜ୍‌କୁ ବଦଳ କରୁଛି। ଆଶା କରାଯାଉଛି ସଂଶୋଧିତ ବ୍ୟବସ୍ଥା ଯୋଗୁ ପ୍ରମୁଖ ବନ୍ଦର ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସହ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।

ଏହି ପିଏଲଆର ଯୋଜନା ଅଧିକ ଉତ୍ପାଦକତାକୁ ପ୍ରୋତ୍ସାହିତ କରିବା ସହ ଉତ୍ତମ ଔଦ୍ୟୋଗିକ ସମ୍ବନ୍ଧ ଓ ଅନୁକୂଳ କାର୍ଯ୍ୟ ବାତାବରଣକୁ ବଢ଼ାଇବ।

ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ପ୍ରମୁଖ ବନ୍ଦର ଟ୍ରଷ୍ଟ ଏବଂ ଡକ୍ ଲେବର ବୋର୍ଡର ଶ୍ରମିକ/କର୍ମଚାରୀମାନଙ୍କ ପାଇଁ ଏକ ବର୍ତ୍ତମାନର ଯୋଜନା। ଏହି ଅନୁସାରେ ପ୍ରମୁଖ ବନ୍ଦର ପ୍ରାଧିକରଣ ଟ୍ରଷ୍ଟ ଏବଂ ଶ୍ରମିକ ସଂଘ ଗୁଡ଼ିକ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କର୍ମଚାରୀ/ଶ୍ରମିକମାନଙ୍କୁ ବାର୍ଷିକ ଆଧାର ଅନୁସାରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

September 17, 2025

ବେଟିଂ ଆପ୍ ମାମଲା: ଯୁବରାଜ ସିଂହ, ସୋନୁ ସୁଦଙ୍କୁ ସମନ କଲା ଇଡି

September 17, 2025

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025
Latest News

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

September 17, 2025

ବେଟିଂ ଆପ୍ ମାମଲା: ଯୁବରାଜ ସିଂହ, ସୋନୁ ସୁଦଙ୍କୁ ସମନ କଲା ଇଡି

September 17, 2025

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.