Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରମୁଖ ବନ୍ଦର ଓ ଡକ୍ ଲେବର ବୋର୍ଡର କର୍ମଚାରୀମାନଙ୍କ ପାଇଁ ସଂଶୋଧିତ ପିଏଲ୍‌ଆର ଯୋଜନାକୁ ମଞ୍ଜୁରୀ
ଆଜିର ଖବର

ପ୍ରମୁଖ ବନ୍ଦର ଓ ଡକ୍ ଲେବର ବୋର୍ଡର କର୍ମଚାରୀମାନଙ୍କ ପାଇଁ ସଂଶୋଧିତ ପିଏଲ୍‌ଆର ଯୋଜନାକୁ ମଞ୍ଜୁରୀ

October 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରମୁଖ ବନ୍ଦ ଏବଂ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକମାନଙ୍କ ପାଇଁ ବର୍ତ୍ତମାନ ଥିବା ଉତ୍ପାଦକତା ସମ୍ପର୍କିତ ପୁରସ୍କାର (ପିଏଲଆର) ଯୋଜନାରେ ସଂଶୋଧନକୁ ମଂଜୁରୀ ଦେଇଛନ୍ତି।

୨୦୨୦-୨୧ରୁ ୨୦୨୫୨୦୨୬ ପର୍ଯ୍ୟନ୍ତ ଲାଗୁ ସଂଶୋଧିତ ପିଏଲଆର ଯୋଜନା ଦ୍ୱାରା ପ୍ରମୁଖ ବନ୍ଦର ପ୍ରାଧିକରଣ ଏବଂ ଡକ୍ ଲେବର ବୋର୍ଡର ପ୍ରାୟ ୨୦୭୦୪ ଜଣ କର୍ମଚାରୀ ଲାଭବାନ ହେବେ । ପୁରା ଅବଧି ପାଇଁ ଖର୍ଚ୍ଚର ବୋଝ ପ୍ରାୟ ୨୦୦ କୋଟି ଟଙ୍କା ହେବ।

ତଦନୁସାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ବନ୍ଦରର  ପ୍ରାଧିକରଣ ଏବଂ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକମାନଙ୍କ ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ଯୋଜନାରେ ସଂଶୋଧନ କରିଛି। ଏଥିରେ ପିଏଲଆରର ଗଣନା ପାଇର୍ ଅଖିଳ ଭାରତୀୟ ପ୍ରଦର୍ଶନ ୱେଟେଜ୍ ବଦଳରେ ବନ୍ଦର ଭିତ୍ତିକ ପ୍ରଦର୍ଶନ ୱେଟେଜ୍ ବଢ଼ିଯାଇଛି। ବୋନସର ଗଣନା ପାଇଁ ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ଗଣନା ପ୍ରତି ମାସ ୭ ହଜାର ଟଙ୍କା ବେତନ ସୀମା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପିଏଲଆର ବାର୍ଷିକ ହାରରେ ବନ୍ଦର ଭିତ୍ତିକ ପ୍ରଦର୍ଶନର ୱେଟେଜକୁ ୫୦%ରୁ ୫୫% କୁ ବୃଦ୍ଧି କରି ପ୍ରଦାନ କରାଯିବ ଏବଂ ପରେ ତାହା ୬୦%କୁ ବୃଦ୍ଧି ହେବ। ଅଖିଳ ଭାରତୀୟ ବନ୍ଦର ପ୍ରଦର୍ଶନର ୱେଟେଜ୍ ୨୦୨୫-୨୬ ପର୍ଯ୍ୟନ୍ତ ୪୦% କୁ ହ୍ରାସ ପାଇବ। ଏହା ଅଖିଳ ଭାରତୀୟ ବନ୍ଦର ପ୍ରଦର୍ଶନ ଏବଂ ବନ୍ଦର ଭିତ୍ତିକ ପ୍ରଦର୍ଶନ ବର୍ତ୍ତମାନର ୫୦% ୱେଟେଜ୍‌କୁ ବଦଳ କରୁଛି। ଆଶା କରାଯାଉଛି ସଂଶୋଧିତ ବ୍ୟବସ୍ଥା ଯୋଗୁ ପ୍ରମୁଖ ବନ୍ଦର ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସହ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।

ଏହି ପିଏଲଆର ଯୋଜନା ଅଧିକ ଉତ୍ପାଦକତାକୁ ପ୍ରୋତ୍ସାହିତ କରିବା ସହ ଉତ୍ତମ ଔଦ୍ୟୋଗିକ ସମ୍ବନ୍ଧ ଓ ଅନୁକୂଳ କାର୍ଯ୍ୟ ବାତାବରଣକୁ ବଢ଼ାଇବ।

ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ପ୍ରମୁଖ ବନ୍ଦର ଟ୍ରଷ୍ଟ ଏବଂ ଡକ୍ ଲେବର ବୋର୍ଡର ଶ୍ରମିକ/କର୍ମଚାରୀମାନଙ୍କ ପାଇଁ ଏକ ବର୍ତ୍ତମାନର ଯୋଜନା। ଏହି ଅନୁସାରେ ପ୍ରମୁଖ ବନ୍ଦର ପ୍ରାଧିକରଣ ଟ୍ରଷ୍ଟ ଏବଂ ଶ୍ରମିକ ସଂଘ ଗୁଡ଼ିକ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କର୍ମଚାରୀ/ଶ୍ରମିକମାନଙ୍କୁ ବାର୍ଷିକ ଆଧାର ଅନୁସାରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026
Latest News

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.