Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଭାରତୀୟ ଆରପିଏଫ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଚାମ୍ପିଅନସିପ୍ ଟ୍ରଫି ହାସଲ କଲା ଉତ୍ତର ରେଳପଥ, ଦିଲ୍ଲୀ 
ଆଜିର ଖବର

ସର୍ବଭାରତୀୟ ଆରପିଏଫ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଚାମ୍ପିଅନସିପ୍ ଟ୍ରଫି ହାସଲ କଲା ଉତ୍ତର ରେଳପଥ, ଦିଲ୍ଲୀ 

October 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆୟୋଜିତ ହୋଇଥିବା 30 ତମ ସର୍ବଭାରତୀୟ ହକି ଚମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ ଆଜି ଭୁବନେଶ୍ୱରର କିଟ୍ ହକି ଷ୍ଟାଡିୟମରେ ସଫଳତାର ସହ ସମାପ୍ତ ହୋଇଛି। ଏହି ଚାରି ଦିନିଆ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜୋନାଲ ରେଳବାଇ ଏବଂ ଭାରତୀୟ ରେଳବାଇର ଉତ୍ପାଦନ ୟୁନିଟ୍ ଦଳ ଗୁଡିକ ଯୋଗଦାନ କରି ଉତ୍ସାହଜନକ ପ୍ରତିଯୋଗିତା ପ୍ରଦର୍ଶନ କରିଥିଲେ।

ଏହି ଉଦଯାପନୀ ଉତ୍ସବରେ ଆୟୋଜିତ ରୋମାଞ୍ଚକର ଫାଇନାଲ ମ୍ୟାଚରେ ଉତ୍ତର ରେଳପଥ, ଦିଲ୍ଲୀ ସୁଟଆଉଟ ମାଧ୍ୟମରେ ଦକ୍ଷିଣ ରେଳପଥ, ଚେନ୍ନାଇକୁ 3-1 ଗୋଲରେ ପରାସ୍ତ କରି ବିଜୟୀ ହେବା ସହ ସମ୍ମାନଜନକ ଚାମ୍ପିଅନସିପ୍ ଟ୍ରଫି ହାସଲ କରିଥିବାବେଳେ ଦକ୍ଷିଣ ରେଳପଥ ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲା।

ବ୍ୟକ୍ତିଗତ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉତ୍ତର ରେଳପଥର ବିନୋଦ କୁମାର ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ସମ୍ମାନିତ ହୋଇଥିବାବେଳେ ସମଗ୍ର ଇଭେଣ୍ଟରେ କ୍ରମାଗତ ଉତ୍କର୍ଷତା ପାଇଁ ଦକ୍ଷିଣ ରେଳପଥର ଗଳକୀପର ଅମଲଦଶ ପି ଏମ ଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା।

ଉଦଯାପନୀ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସୁରକ୍ଷା କର୍ମୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ କ୍ରୀଡା ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ।  ରେଳ ସୁରକ୍ଷା ବଳ (ଆରପିଏଫ) ର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ଆଲୋକ ଭୋହରାଙ୍କ ଉପସ୍ଥିତିରେ ଶ୍ରୀ ଫୁଙ୍କୱାଲ ବିଜେତା ଦଳକୁ ଚାମ୍ପିୟନଶିପ ଟ୍ରଫି ମଧ୍ୟ ପ୍ରଦାନ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜୋନାଲ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକର ଆଠଟି ଆରପିଏଫ୍ ହକି ଦଳ ଅଂଶଗ୍ରହଣ କରିଥିଲେ। ଏହି ଦଳ ଗୁଡିକ ହେଲା _ ଉତ୍ତର ରେଳପଥ (ନୂଆଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ (RPSF)।

ଫାଇନାଲ ମ୍ୟାଚ୍ ଏବଂ ଉଦଯାପନୀ ସମାରୋହକୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଙ୍କ ସହ ମୁଖ୍ୟାଳୟର ପ୍ରମୁଖ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ୍ ରେଲୱେ ଡିଭିଜନର ବରିଷ୍ଠ ରେଳ ଅଧିକାରୀ ମାନେ ମଧ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ରେଳ ସୁରକ୍ଷା ବଳର କ୍ରୀଡ଼ାବିତ୍ ତଥା ଦଳଗତ କାର୍ଯ୍ୟକୁ ଆଲୋକିତ କରିନାହିଁ ବରଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବାରେ କ୍ରୀଡ଼ାର ଭୂମିକା ଆହୁରି ଦୃଢ଼ୀଭୁତ କରିପାରିଛି।

ଦିଲ୍ଲୀ ହକି ଟୁର୍ଣ୍ଣାମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

July 8, 2026

ବନ ମହୋତ୍ସବ ଅବସରରେ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କଲେ ରାଜ୍ୟପାଳ

July 8, 2026

ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ  ରାଜ୍ୟପାଳ

July 8, 2026

ଆଜି ଜୁଲାଇ ୮ ତାରିଖ ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

July 8, 2026
Latest News

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

July 8, 2026

ବନ ମହୋତ୍ସବ ଅବସରରେ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କଲେ ରାଜ୍ୟପାଳ

July 8, 2026

ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ  ରାଜ୍ୟପାଳ

July 8, 2026

ଆଜି ଜୁଲାଇ ୮ ତାରିଖ ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

July 8, 2026

ଇଣ୍ଡୋନେସିଆ ସଂସଦରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କଲେ ମୋଦୀ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.