Breaking News: ପୁଣି ଏକ ଟ୍ରେନ ଦୁର୍ଘଟଣା, ମାଲବାହୀ ଟ୍ରେନର ପଛକୁ ପିଟିଲା ଏକ୍ପପ୍ରେସ ଗାଡି

Published: Oct 11, 2024, 10:16 pm IST

Breaking News:: ଆଜି ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ ପଛପଟୁ ଧକ୍କା ଦେଇଛି ଏକ୍ସପ୍ରେସ ଟ୍ରେନ। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ଏଥିସହିତ ୬ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

ଘଟଣାଟି ଚେନ୍ନାଇ ନିକଟସ୍ଥ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି। ଜଣାପଡିଛି ଯେ, ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି। ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଏହାକୁ ଧକ୍କା ଦେଇଥିବାର ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ।

Related posts