ଆଜି ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିନ: ଶୁଭେଚ୍ଛା ଜଣାଇଲେ ନେତା, ବିଧାୟକ ଓ ସାଧାରଣ ଲୋକ

Published: Oct 16, 2024, 8:11 pm IST

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଦଳୀୟ ନେତା ତଥା ସମାଜର ବିଭିନ୍ନ ବର୍ଗର ଲୋକ ଛାତ୍ର ଛାତ୍ରୀ ନବୀନ ନିବାସକୁ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଦଳ ର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସ ଵର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଅରବିନ୍ଦ ମହାପାତ୍ର, ପ୍ରତାପ ଦେବ ସୁନୀଲ ମହାନ୍ତି, ସୌଭିକ ବିଶ୍ୱାଳ, ରମେଶ ମାଝି, ଟୁକିନି ସାହୁ, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ ସୁଧୀର ସାମଲ ଲତିକା ପ୍ରଧାନ, ଲୋପାମୁଦ୍ରା ବକ୍ସିପାତ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠି, ଭୃଗୁ ବକ୍ସିପାତ୍ର ପାତ୍ର ପ୍ରମୁଖ ଦଳୀୟ ନେତୃବୃନ୍ଦ, ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସଭ୍ୟା, ବି ଏମ ସି ର କର୍ପୋରେଟର ମାନଙ୍କ ସମେତ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଦୀର୍ଘଜୀବନ କାମନା କରିଥିଲେ।

Related posts