
ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ପୂର୍ବାହ୍ନ ୧୦ଟାରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସେ ଉଦବୋଧନ ଦେବେ।
ଭଗବାନ ବୁଦ୍ଧଙ୍କ ଅଭିଧାମ ଶିକ୍ଷା ସ୍ମୃତିରେ ଅଭିଧାମ ଦିବସ ପାଳନ କରାଯାଇଥାଏ। ନିକଟରେ ଅନ୍ୟ ଚାରୋଟି ଭାଷା ସହିତ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିବା ଚଳିତ ବର୍ଷର ଅଭିଧାନ ଦିବସର ଗୁରୁତ୍ୱ ବୃଦ୍ଧି କରିଛି। କାରଣ ଅଭିଧାମରେ ଥିବା ଭଗବାନ ବୁଦ୍ଧଙ୍କ ଶିକ୍ଷା କେବଳ ପାଲି ଭାଷାରେ ଉପଲବ୍ଧ।
ଆନ୍ତର୍ଜାତିକ ଅଭିଧାମ ଦିବସର ଉତ୍ସବ ଭାରତ ସରକାର ଏବଂ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ହେଉଛି। ଉତ୍ସବରେ ୧୪ଟି ଦେଶରୁ ଶିକ୍ଷାବିତ୍ ଏବଂ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ବୁଦ୍ଧ ଧାମ ଯୁବ ବିଶେଷଜ୍ଞମାନେ ଯୋଗ ଦେବେ।