Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝର ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମ: ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ
ଆଜିର ଖବର

କେନ୍ଦୁଝର ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମ: ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ

October 17, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର/କେନ୍ଦୁଝର: ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁ ଓ ସହରରେ ଅନେକ ଯୁବ କ୍ରୀଡ଼ା ପ୍ରତିଭା ଅଛନ୍ତି। ଯୁବପିଢ଼ିଙ୍କ ପ୍ରତିଭାକୁ ବିକଶିତ କରିବା ସହିତ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି।

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ଭଳି ୪ଟି ସହରରେ ବହୁମୁଖୀ ଇନଡୋର ଷ୍ଟାଡିୟମ କରାଯାଇଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଇଛି।

ଶାରୀରିକ ଫିଟନେସ୍‌ ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି କ୍ରୀଡ଼ା। ବିଶେଷକରି ଇନଡୋର ଗେମ୍ ଜରିଆରେ ନିଜର କ୍ରୀଡ଼ା ଭବିଷ୍ୟତ ଗଢ଼ିବା ଲାଗି ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ସୁଯୋଗ। ଏଥିପାଇଁ ବହୁମୁଖୀ ଇନଡୋର ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ କୋର୍ଟ ସ୍ଥାପନ କରାଯାଇଛି।

ଷ୍ଟାଡିୟମ ଭିତରେ ଥିବା ବ୍ୟାଡମିଣ୍ଟନ୍ କୋର୍ଟରେ ବିଛାଯାଇଛି ଅତ୍ୟାଧୁନିକ ଟର୍ଫ। ତା’ସହ ଏଠାରେ ଆଧୁନିକ କ୍ରୀଡ଼ା ଉପକରଣ ମଧ୍ୟ ରହିଛି। ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ଏଠାରେ ଅଭ୍ୟାସ କରିପାରୁଛନ୍ତି ଯୁବପିଢ଼ି।

‘‘ମୁଁ ଯେବେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଆମ ଅଞ୍ଚଳରେ କୌଣସି ଷ୍ଟାଡିୟମ ନଥିଲା। ଏବେ ଓମ୍ବାଡସି ସହାୟତାରେ ହୋଇଥିବା ଇନଡୋର ଷ୍ଟାଡିୟମରେ ବ୍ୟାଡ ମିଣ୍ଟନ କୋର୍ଟ ରହିଛି। ଏଠାରେ ମୁଁ ନିୟମିତ ଅଭ୍ୟାସ କରିବା ସହ ଅନ୍ୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛି। ଏହି ଭିତ୍ତିମୂମି ହେବା ଫଳରେ ପିଲାମାନେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି,’’ କହିଛନ୍ତି ଯୋଡ଼ାର ଅନୁଲ ହାସନ।

ଯୋଡ଼ାର ଅନୁଲ ହାସନ ଜଣେ ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି। ବିଗତ ଦିନରେ ସେ ପୂର୍ବାଞ୍ଚଳ ଜୋନସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ଏବେ ସେ ଯୋଡ଼ାଠାରେ ସ୍ଥାପିତ ବହୁମୁଖୀ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଭାବେ କାମ କରୁଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ସେ ନିଜେ ଅଭ୍ୟାସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି।

ବର୍ତ୍ତମାନ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁମୁଖୀ ଇନଡୋର ଷ୍ଟାଡିୟମଠାରେ ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳର ଖେଳାଳିଙ୍କ ସହିତ ବିଭିନ୍ନ ବର୍ଗର ଲୋକ ଏହି କେନ୍ଦ୍ରକୁ ଆସି ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି।

‘‘ନିଜକୁ ଫିଟ୍‌ ରଖିବା ପାଇଁ ମୁଁ ଜିମ୍‌ ଯିବାକୁ ଚାହୁଁଥିଲି। ହେଲେ ଏଥିପାଇଁ ଆମ ଅଞ୍ଚଳରେ ବିଶେଷ ସୁବିଧା ନଥିଲା। ଏବେ ଇନଡୋର ଷ୍ଟାଡିୟମ ପରିସରରେ ବ୍ୟାୟାମ କେନ୍ଦ୍ର କରାଯାଇଛି। ଏଠାରେ ଆଧୁନିକ ଉପକରଣ ମଧ୍ୟ ରହିଛି। ମୁଁ ନିୟମିତ ଏହି କେନ୍ଦ୍ରକୁ ଆସି ସୁବିଧାରେ ବ୍ୟାୟାମ କରିପାରୁଛି,’’ କହିଛନ୍ତି ଚମ୍ପୁଆର ଜଣେ ବାସିନ୍ଦା ସୁନିତା ମହାନ୍ତ।

ଇନଡୋର ଷ୍ଟାଡିୟମ ସପ୍ତାହରେ ୬ ଦିନ – ସକାଳେ ଓ ସନ୍ଧ୍ୟା ସମୟରେ ଖୋଲାରହୁଛି। ଫଳରେ ସ୍ଥାନୀୟ ଯୁବପିଢ଼ି ଓ ଖେଳାଳିମାନେ ଏଠାକୁ ନିୟମିତ ଆସି ବିଭିନ୍ନ କ୍ରୀଡ଼ା ଅଭ୍ୟାସ କରିପାରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ଏଠାରେ ଚେଞ୍ଜିଂ ରୁମ୍‌ ସହିତ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା କରାଯାଇଛି।

‘‘କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବା ଲାଗି ସ୍ୱପ୍ନ ଦେଖୁଥିବା ଯୁବପିଢ଼ି ଓ ଖେଳାଳିଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି ବହୁମୁଖୀ ଇନଡୋର ଷ୍ଟାଡିୟମ। ଏଠାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଲାଗି ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ କେନ୍ଦୁଝର ଜିଲ୍ଲାର ଯୁବକ ଯୁବତୀମାନେ ବିଭିନ୍ନ କ୍ରୀଡ଼ା ଅଭ୍ୟାସ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି,’’ କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼।

ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବା ଫଳରେ ହାତପାଆନ୍ତାରେ ଉନ୍ନତ କ୍ରୀଡ଼ା ଅଭ୍ୟାସ କରିବାର ସୁଯୋଗ ପାଇପାରୁଛନ୍ତି ଗ୍ରାମାଞ୍ଚଳର ଯୁବପିଢ଼ି। ଆଗାମୀ ଦିନରେ ଏହି ଅତ୍ୟାଧୁନିକ ଭିତ୍ତିଭୂମି କେନ୍ଦୁଝର ଜିଲ୍ଲା ପାଇଁ ବିଶେଷ ପରିଚୟ ଆଣିବାକୁ ଯାଉଛି।

କେବଳ କ୍ରୀଡ଼ା ନୁହେଁ, ଏହି ବହୁମୁଖୀ ଇନଡୋର ଷ୍ଟାଡ଼ିୟମକୁ ଆବଶ୍ୟକ ସ୍ଥଳେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

ଚମ୍ପୁଆ ବଡବିଲ ବ୍ୟାଡମିଣ୍ଟନ ଯୋଡା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025
Latest News

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.