Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହେଲା ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର
ଆଜିର ଖବର

ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହେଲା ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର

October 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର ଏବେ ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ଅଟେ।

ଶୁକ୍ରବାର ଦିନ ଏଠାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ‘ରି-ଡିସ୍‌ପର୍ସିବଲ ମ୍ୟୁକୋଆଦେସିଭ୍ ଗାର୍ଗଲ୍ କମ୍ପୋଜିସନ୍‌’ ନାମକ ଏହି ଉତ୍ପାଦର ଟେକ୍ନୋଲଜି ଟ୍ରାନ୍ସଫର ବୁଝାମଣା ଏନ୍‌ଆର୍‌ଡିସି ଏବଂ ଗୁଜରାଟ ସ୍ଥିତ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସ ମଧ୍ୟରେ ହୋଇଯାଇଛି।

ଏହି ସୂତ୍ରଟିକୁ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଏକ ଗବେଷକ ଦଳ ବିକଶିତ କରିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାର ଗବେଷକ ମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୌଣସି ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହୋଇଛି ବୋଲି ପ୍ରଫେସର ରଥ କହିଛନ୍ତି।

ଏଥି ନିମନ୍ତେ ସୋଆରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସର ନିର୍ଦ୍ଦେଶକ ରାଜୁ ଶରଦଚନ୍ଦ୍ର ଶାହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କପିଲ ଶାହ ତଥା ଏନଆରଡିସି ପକ୍ଷରୁ ଶ୍ରୀ ଅମିତାଭ ମିଶ୍ର ଉପସ୍ଥିତ ଥିଲେ।

ଏହି ସୂତ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ପ୍ରଫେସର ରଥ କହିଛନ୍ତି ଯେ ବର୍ତମାନ ସମୟରେ ଗଳାରେ ସଂକ୍ରମଣ ହେଲେ ଗାର୍ଗଲ ନିମନ୍ତେ ବ୍ୟବହୃତ ଔଷଧର ପ୍ରଭାବ ମାତ୍ର ୧୫ ରୁ ୩୦ ମିନିଟ ରହୁଥିବାରୁ ବାରମ୍ବାର ଏହାକୁ ବ୍ୟବହାର କରିବାକୁ ପଡ଼ୁଛି। ଗବେଷକ ଟିମ୍‌ଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ରି-ଡିସ୍‌ପର୍ସିବୁଲ ମ୍ୟୁକୋଆଦେସିଭ୍ ଗାର୍ଗଲ କମ୍ପୋଜିସନ୍‌କୁ ଥରେ ବ୍ୟବହାର କରିବା ଦ୍ୱାରା ବ୍ୟବହାରକାରୀଙ୍କ ଗଳାକୁ ୪ ଘଂଟା ପାଇଁ ଆରାମ ମିଳିପାରିବ। ଏହି ସୂତ୍ର କେବଳ ଯେ ଔଷଧର ବ୍ୟବହାରର ମାତ୍ରାକୁ କମାଉଛି ତାହା ନୁହେଁ ଔଷଧର ପ୍ରଭାବ ମଧ୍ୟ ବଢ଼ାଉଛି ବୋଲି ସେ କହିଛନ୍ତି।

ରାଜୁ ଶରଦଚନ୍ଦ୍ର ଶାହ ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରକୁ ନେଇ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ନାନୋ ଫାଇବରଗୁଡ଼ିକୁ ନେଇ ବିକଶିତ ଏହି ଟେକ୍ନୋଲଜି ସାରା ଦେଶରେ ରୋଗୀମାନଙ୍କ ନିମନ୍ତେ ଖୁବ୍ ସହାୟକ ହେବ।

ସୋଆ ଏପର୍ଯ୍ୟନ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିକୁ ଏନ୍‌ଆରଡିସିକୁ ହସ୍ତାନ୍ତର କରିସାରିଛି। ଏନ୍‌ଆର୍‌ଡିସି ବ୍ୟକ୍ତିବିଶେଷ, କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ଦ୍ୱାରା ବିକଶିତ ସୂତ୍ରକୁ ନେଇ ତାହାର ବହୁଳ ଉତ୍ପାଦନ ଓ ବିକ୍ରୟ ନିମନ୍ତେ ସହାୟତା କରିଥାଏ। ପ୍ରଫେସର ରଥଙ୍କ ଦଳରେ ପ୍ରଫେସର ଗୌତମ ଘୋଷ, ଡକ୍ଟର ବିଶ୍ୱକାନ୍ତ କର, ଡକ୍ଟର ଭିନିତ କୁମାର ରାଏ, ଜିତୁ ହାଲଦାର ଏବଂ ଦୀପକ ପ୍ରଧାନ ସାମିଲ ଥିଲେ।

ଏହି ବିଷୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ଏହିପରି ନୂତନ ଉଦ୍ଭାବନ ଓ ବିକାଶ ନିମନ୍ତେ ଗବେଷକମାନଙ୍କୁ ଉତ୍ସାହିତ କରି ଆସିଛନ୍ତି। ଏସ୍‌ପିଏସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Siksha ‘O’ Anusandhan soa ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.