Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଲାଇଟ୍‌ ହାଉସ୍‌ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି: କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ
ଆଜିର ଖବର

ଦେଶରେ ଲାଇଟ୍‌ ହାଉସ୍‌ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି: କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

October 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୁରୀରେ ଆୟୋଜିତ ହେଉଥିବା ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବକୁ ଉଦଘାଟନ କରିଛନ୍ତି। ଦେଶର ସାମୁଦ୍ରିକ ଇତିହାସରେ ଲାଇଟ୍‌ ହାଉସ୍‌ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଦେଶରେ ଥିବା ଲାଇଟ୍‌ ହାଉସ୍‌ ଗୁଡ଼ିକ ସମ୍ପର୍କରେ ନୂଆପିଢ଼ି ଏବଂ ଦେଶର ୧୪୦ କୋଟି ଜନତାଙ୍କୁ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିପାଇଁ ସହଯୋଗ ଯୋଗାଇ ଦେବା ନିମନ୍ତେ ସେ ଓଡ଼ିଶା ସରକାର, ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ସୋନୱାଲ କହିଥିଲେ, ଗୁଜରାଟ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ୭ ହଜାର ୫୦୦ କିଲୋମିଟର ଲମ୍ବା ଉପକୂଳ କ୍ଷେତ୍ରରେ ୨ଶହରୁ ଅଧିକ ଲାଇଟ୍‌ ହାଉସ ରହିଛି। ଏସବୁ ଶତାଧିକ ବର୍ଷ ପୁରୁଣା। ଶହ ଶହ ବର୍ଷ ଧରି ଏହି ଲାଇଟ୍‌ ହାଉସ୍‌ଗୁଡ଼ିକ ଭାରତର ସାମୁଦ୍ରିକ ବାଣିଜ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି। ଏସବୁ ଲାଇଟ୍‌ ହାଉସରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁରୂପ ଭାରତର ମନୋରମ ସାମୁଦ୍ରିକ ପରିଦୃଶ୍ୟ ଓ ଉପକୂଳବର୍ତ୍ତୀ କ୍ଷେତ୍ରର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନାକୁ ବିନିଯୋଗ କରିବା ଲାଗି ଭାରତ ସରକାର ପଦେକ୍ଷପ ନେଉଛନ୍ତି। ଏଥିରେ ସେ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ସହଯୋଗ କାମନା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଲାଇଟ ହାଉସଗୁଡ଼ିକର ଆଧୁନିକୀକରଣ କରାଯାଇଛି, ସେଗୁଡ଼ିକର ଆକର୍ଷଣ ବୃଦ୍ଧି କରାଯାଇଛି ଯାହାଫଳରେ ଗତ ୧୦ ବର୍ଷ ମଧ୍ୟରେ ଲାଇଟ୍‌ ହାଉସ୍‌ ଦେଖିବା ଲାଗି ୧୬ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଏହାକୁ ୫୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବା ଲାଗି ନୂଆ ଯୋଜନା ଓ ବ୍ୟବସ୍ଥା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଲାଇଟ୍‌ ହାଉସ୍‌ ପର୍ଯ୍ୟଟନ ଦ୍ୱାରା ଲକ୍ଷାଧିକ ଯୁବବର୍ଗଙ୍କୁ ନିଯୁକ୍ତି ମିଳିପାରିବ ଏବଂ ଏହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟ ଓ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ।

ଶ୍ରୀ ସୋନୱାଲ କହିଥିଲେ, ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଅର୍ଥବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖିଛି। ଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବନ୍ଦରଗୁଡ଼ିକର ଆଧୁନିକୀକରଣ, ଯାନ୍ତ୍ରିକୀକରଣ ଏବଂ ଡିଜିଟାଲକରଣ କରାଯାଇଛି। ଆଧୁନିକ ବନ୍ଦରଗୁଡ଼ିକ ସହିତ ଭାରତ ଏବେ ଜାହାଜ ନିର୍ମାଣ ଓ ମରାମତି ଏବଂ ସବୁଜ ହାଇଡ୍ରୋଜେନ୍‌ର କେନ୍ଦ୍ର ହେବାକୁ ଯାଉଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବର ପ୍ରଥମ ଦିନରେ ଆଜି ପୁରୀରେ ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ଅଧିକାରୀ, ପର୍ଯ୍ୟଟନ ବିଶେଷଜ୍ଞ ଓ ସଂରକ୍ଷକଙ୍କ ସମେତ ୧୦୦ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଛନ୍ତି। ଲାଇଟହାଉସ୍ ପର୍ଯ୍ୟଟନର ବିପୁଳ ସମ୍ଭାବନା ଏବଂ ଏହି ସାମୁଦ୍ରିକ ଢାଞ୍ଚା ଗୁଡ଼ିକର ସଂରକ୍ଷଣ ପାଇଁ ରଣନୀତି ଅନୁସନ୍ଧାନ କରିବା, ପର୍ଯ୍ୟଟନ ବିକାଶକୁ ଐତିହ୍ୟ ସଂରକ୍ଷଣ ସହିତ ମିଶ୍ରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ନରେନ୍ଦ୍ର ମୋଦୀ ପୁରୀ ସର୍ବାନନ୍ଦ ସୋନୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଏନଡିଏରୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ନେବେ?: ଭୋଟ ଗଣତି ପୂର୍ବରୁ ଚିରାଗ ପାସୱାନଙ୍କ ଦଳର ବଡ଼ ଦାବି 

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 13, 2025
Latest News

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ଏନଡିଏରୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ନେବେ?: ଭୋଟ ଗଣତି ପୂର୍ବରୁ ଚିରାଗ ପାସୱାନଙ୍କ ଦଳର ବଡ଼ ଦାବି 

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.