Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ଭାବ୍ୟ ବାତ୍ୟାର ଉପଯୁକ୍ତ ମୁକାବିଲା ପାଇଁ ଓଡିଶା ପୋଲିସର ପ୍ରସ୍ତୁତି: ସମୀକ୍ଷା କଲେ ଡିଜିପି
ଆଜିର ଖବର

ସମ୍ଭାବ୍ୟ ବାତ୍ୟାର ଉପଯୁକ୍ତ ମୁକାବିଲା ପାଇଁ ଓଡିଶା ପୋଲିସର ପ୍ରସ୍ତୁତି: ସମୀକ୍ଷା କଲେ ଡିଜିପି

October 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା “ଦାନା”ର ଉପଯୁକ୍ତ ମୁକାବିଲା ଓ ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପନ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା “ଦାନା”ର ଦିଗ, ଏହାର ପ୍ରତିକାର ଏବଂ ଆନୁସଙ୍ଗିକ ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ” ଶୂନ୍ୟ ମୃତ୍ୟୁ ” ଲକ୍ଷ୍ୟ ରଖିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ବିଭାଗ ତରଫରୁ ସମସ୍ତ ଉଦ୍ୟମ କରିବାକୁ DGP ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଖୁରାନିଆ ବାତ୍ୟା ଆଶ୍ରୟ ସ୍ଥଳରେ ପୋଲିସ ଫୋର୍ସ ମୁତୟନ, ସମୁଦ୍ର କୂଳ ଅଞ୍ଚଳରେ ମେରାଇନ ପୋଲିସ ପକ୍ଷରୁ ସଚେତନତା, ଉପକୂଳ ଅଞ୍ଚଳରୁ ଜନ ସାଧାରଣଙ୍କୁ ଉଦ୍ଧାର, ଓଡ୍ରାଫ ବାହିନୀକୁ ଉପଯୁକ୍ତ ସ୍ଥାନରେ ମୁତୟନ ଏବଂ ଧନ ଜୀବନ ଉଦ୍ଧାର କରିବାରେ ଭୁମିକା, ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଏସପିଙ୍କୁ ନିର୍ଦେଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ,ଭୁବନେଶ୍ୱର- କଟକ ପୋଲିସ କମିଶନର ଏସ ଦେବଦତ୍ତ ସିଂ, ଆଇଜି( କମ୍ୟୁନିକେସନ) ସତୀଶ ଗଜଭିୟେ, ଅତିରିକ୍ତ ପୋଲିସ କମିଶନର ଡ଼.ଉମା ଶଙ୍କର ଦାଶ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହ ଆଭାସି ମାଧ୍ୟମରେ DIG ( ଦକ୍ଷିଣାଞ୍ଚଳ), DIG ( ପୂର୍ବାଞ୍ଚଳ), , ଏସପି, ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଉପସ୍ଥିତ ଥିଲେ।

"ଦାନା" ଡିଜିପି ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ଭାବ୍ୟ ବାତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.