Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ହେବ ପ୍ରଭାବିତ?: ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର
ଆଜିର ଖବର

ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ହେବ ପ୍ରଭାବିତ?: ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର

October 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର
ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଡିଏପିର ଅଭାବ ଏବଂ ରବି ଫସଲ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ନିକଟରେ ଗଣମାଧ୍ୟମରେ ପ୍ରକାଶିତ କିଛି ଖବର ବିଭ୍ରାନ୍ତିକର, ଭୁଲ ଏବଂ ତଥ୍ୟବିହୀନ ବୋଲି କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଥିବା ସ୍ପଷ୍ଟ କରାଯାଇଛି।

ଏହାବ୍ୟତୀତ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ। ବରଂ କୃଷକଙ୍କ ହିତ ପାଇଁ ଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ୨୦୨୪ ପାଇଁ ସବସିଡି ବୃଦ୍ଧି କରାଯାଇଛି।

ପ୍ରଥମତଃ, ମେଟ୍ରିକ ଟନ୍‌ ପିଛା ୩,୫୦୦/- ଟଙ୍କା ଲେଖାଏଁ ସବସିଡି ଦେବା ଲାଗି ୨୬୨୫ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ଯାହାଦ୍ୱାରା ଡିଏପିର କ୍ରୟ ପାଇଁ କମ୍ପାନୀଗୁଡ଼ିକ ଲାଗି ଦରକୁ ସ୍ଥିର ରଖାଯାଇପାରିବ ଏବଂ ମୂଲ୍ୟ ଅସ୍ଥିରତା କାରଣରୁ କମ୍ପାନୀ ସ୍ତରରେ କ୍ରୟ କ୍ଷମତା ପ୍ରଭାବିତ ହେବ ନାହିଁ।

ଦ୍ୱିତୀୟତଃ, ଅନ୍ତର୍ଜାତୀୟ ବଜାରରେ ସାମଗ୍ରିକ ଭାବେ ଦର ବୃଦ୍ଧିକୁ ମୁକାବିଲା ଲାଗି ଅନ୍ୟ ଏକ କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ସମର୍ଥିତ କରାଯାଇଛି, ଯେଉଁଥିରେ ସବସିଡିକୁ ବଜାର ମୂଲ୍ୟ ସହିତ ସଂଯୋଗ କରାଯାଇଛି। ତେଣୁ ବିଶ୍ୱ ବଜାରରେ ଡିଏପି ସମେତ ପିଆଣ୍ଡକେ ସାରର କ୍ରୟ ମୂଲ୍ୟ ବୃଦ୍ଧି ପାଇଲେ କଂପାନିଗୁଡ଼ିକର କ୍ରୟ କ୍ଷମତା ପ୍ରଭାବିତ ହେବ ନାହିଁ ଏବଂ ଚାଷୀ ହିଁ ଏହାର ସର୍ବୋତ୍ତମ ଲାଭ ପାଇପାରିବ।

ଏହାବ୍ୟତୀତ ରବି ୨୦୨୪-୨୦୨୫ ପାଇଁ ମୋଟ ବଜେଟ୍ ଆବଣ୍ଟନକୁ ୨୪,୪୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ ଲୋହିତ ସାଗର ପରିବର୍ତ୍ତେ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଜାହାଜଗୁଡ଼ିକ ଲମ୍ବା ମାର୍ଗରେ ଯାତାୟତ କରିବା ସମେତ ବିଭିନ୍ନ ପ୍ରକାର ଭୂ-ରାଜନୈତିକ କାରଣ ଯୋଗୁଁ ଡିଏପିର ଉପଲବ୍ଧତା କିଛି ମାତ୍ରାରେ ପ୍ରଭାବିତ ହୋଇଛି। ତେବେ ୨୦୨୪ ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଏହାର ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଇଛି।

କୋଭିଡ୍ ଡିଏପି
Share. Facebook Twitter LinkedIn Email WhatsApp Copy Link

Related Posts

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026

ଟେକ୍ ମହିନ୍ଦ୍ରା ସହ ସୋଆର ଏମ୍‌ଓୟୁ ସ୍ୱାକ୍ଷର

July 13, 2026
Latest News

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ଟେକ୍ ମହିନ୍ଦ୍ରା ସହ ସୋଆର ଏମ୍‌ଓୟୁ ସ୍ୱାକ୍ଷର

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.