Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କଲେ ଲୋକସଭା ବାଚସ୍ପତି
ଆଜିର ଖବର

‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କଲେ ଲୋକସଭା ବାଚସ୍ପତି

October 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ଠାରେ ‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଏକ ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି, ଯେକୌଣସି ସମାଜର ଗଠନ ଏବଂ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିବାରେ ‘ଲୋକ ନୀତି’ ବା ପବ୍ଲିକ୍ ପଲିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମାଜର ଅଧିକାଂଶ ନାଗରିକ ନୀତି ନିର୍ଦ୍ଧାରଣରେ ଯୋଗଦାନ କରିବା ଉଚିତ୍ ବୋଲି ସେ ମତପ୍ରକାଶ କରିଛନ୍ତି। ଜନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ସେତୁ ସକ୍ରିୟ ଓ ଜୀବନ୍ତ ହେବା ଦରକାର, ଯାହାଦ୍ୱାରା ଲୋକାଭିମୁଖୀ ଆଇନ ଓ ନୀତି ପ୍ରଣୟନ ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି।

ଶ୍ରୀ ବିର୍ଲା ଆହୁରି କହିଛନ୍ତି, ଆଜିର ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଲୋକ ନୀତି ନିର୍ଦ୍ଧାରଣରେ ସାଧାରଣ ଜନତାଙ୍କ ଅଂଶଗ୍ରହଣ ବୃଦ୍ଧି କରିପାରିଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ନୀତି ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣ ସହିତ ନୀତି ନିର୍ଦ୍ଧାରଣ ପାଇଁ ନିଜର ମତାମତ ଦେବା ଉଚିତ। ଯାହା ଫଳରେ ପ୍ରସ୍ତୁତ ନୀତି ଏବଂ ଆଇନ ଅଧିକ ପ୍ରାସଙ୍ଗିକ ଏବଂ ସ୍ୱଚ୍ଛ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏଥିପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲା କିସ୍ ପରିସରରେ ଜନଜାତି ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥଲେ ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ।

ଓମ୍‌ ବିର୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ

January 23, 2026

ମରୁଡ଼ି ପ୍ରଶମନ ପ୍ରକଳ୍ପ ପାଇଁ ୧୪୧.୫୦ କୋଟିର ବୁଝାମଣା ସ୍ୱାକ୍ଷର କଲା ଓଡିଶା

January 23, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

January 23, 2026

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026
Latest News

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ

January 23, 2026

ମରୁଡ଼ି ପ୍ରଶମନ ପ୍ରକଳ୍ପ ପାଇଁ ୧୪୧.୫୦ କୋଟିର ବୁଝାମଣା ସ୍ୱାକ୍ଷର କଲା ଓଡିଶା

January 23, 2026

ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା, ‘ପାତିରା ମାଞ୍ଝି’ ସହ ୧୫ ନକ୍ସଲ ନିହତ: ଅମିତ ଶାହ

January 23, 2026

ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

January 23, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.