Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କଲେ ଲୋକସଭା ବାଚସ୍ପତି
ଆଜିର ଖବର

‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କଲେ ଲୋକସଭା ବାଚସ୍ପତି

October 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ଠାରେ ‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଏକ ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି, ଯେକୌଣସି ସମାଜର ଗଠନ ଏବଂ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିବାରେ ‘ଲୋକ ନୀତି’ ବା ପବ୍ଲିକ୍ ପଲିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମାଜର ଅଧିକାଂଶ ନାଗରିକ ନୀତି ନିର୍ଦ୍ଧାରଣରେ ଯୋଗଦାନ କରିବା ଉଚିତ୍ ବୋଲି ସେ ମତପ୍ରକାଶ କରିଛନ୍ତି। ଜନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ସେତୁ ସକ୍ରିୟ ଓ ଜୀବନ୍ତ ହେବା ଦରକାର, ଯାହାଦ୍ୱାରା ଲୋକାଭିମୁଖୀ ଆଇନ ଓ ନୀତି ପ୍ରଣୟନ ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି।

ଶ୍ରୀ ବିର୍ଲା ଆହୁରି କହିଛନ୍ତି, ଆଜିର ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଲୋକ ନୀତି ନିର୍ଦ୍ଧାରଣରେ ସାଧାରଣ ଜନତାଙ୍କ ଅଂଶଗ୍ରହଣ ବୃଦ୍ଧି କରିପାରିଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ନୀତି ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣ ସହିତ ନୀତି ନିର୍ଦ୍ଧାରଣ ପାଇଁ ନିଜର ମତାମତ ଦେବା ଉଚିତ। ଯାହା ଫଳରେ ପ୍ରସ୍ତୁତ ନୀତି ଏବଂ ଆଇନ ଅଧିକ ପ୍ରାସଙ୍ଗିକ ଏବଂ ସ୍ୱଚ୍ଛ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏଥିପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲା କିସ୍ ପରିସରରେ ଜନଜାତି ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥଲେ ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ।

ଓମ୍‌ ବିର୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.