Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଚଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି-୧୧ ଉନ୍ନତିକରଣ ସୁବିଧାର ଉଦଘାଟନ କଲେ ଡ. ଏ.କେ. ମହାନ୍ତି
ଆଜିର ଖବର

ଏଚଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି-୧୧ ଉନ୍ନତିକରଣ ସୁବିଧାର ଉଦଘାଟନ କଲେ ଡ. ଏ.କେ. ମହାନ୍ତି

October 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଣବିକ ଶକ୍ତି ଆୟୋଗ (ଏଇସି)ର ଅଧ୍ୟକ୍ଷ ତଥା ଆଣବିକ ଶକ୍ତି ବିଭାଗ (ଡିଏଇ)ର ସଚିବ ଡ. ଏ.କେ ମହାନ୍ତି ତାଳଚେରସ୍ଥିତ ଭାରୀ ଜଳ ବୋର୍ଡ ସୁବିଧା  (ଏଚଡବ୍ଲୁବିଏଫ)ରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବୋରୋନ୍-୧୧ (ବି-୧୧) ଉନ୍ନତିକରଣ ସୁବିଧାକୁ ଉଦ୍ ଘାଟନ କରିଥିଲେ। ତାଳଚେରସ୍ଥିତ ଏଚଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ (>୯୯.୮%)ରେ ବି-୧୧ ଉନ୍ନତିକରଣର ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଏବେ ଭାରତ ଏହି ପ୍ରଯୁକ୍ତି ରଖୁଥିବା ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛି। ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି୧୧ ବିଏଫ୍୩ ଗ୍ୟାସ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ ଯାହା ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ପି-ଟାଇପ୍ ଡୋପଣ୍ଟ ଭାବରେ ବ୍ୟବହୃତ ହୋଇଥାଏ।

ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ଭାରୀ ଜଳ ବୋର୍ଡ, ମୁମ୍ବାଇର ସବ୍ ୟୁନିଟ୍ ଭାବେ ତାଳଚେର ଏଚଡବ୍ଲୁବିଏଫ ପରମାଣୁ ତଥା ଅଣ-ଆଣବିକ ପ୍ରୟୋଗ ପାଇଁ ବିଭିନ୍ନ ସ୍ପେଶାଲିଟି ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଏହି ୟୁନିଟ୍ ବୋରୋନ୍ -୧୦ (ବି୧୦) ଆଇସୋଟୋପ୍ ର ପରମାଣୁ ନିୟନ୍ତ୍ରଣ ରଡ୍ ଗ୍ରେଡ୍ (> ୬୭% ଆଇପି) ଏବଂ ନ୍ୟୁଟ୍ରୋନ ଡିଟେକ୍ଟର ଗ୍ରେଡ୍ (>୯୬% ଆଇପି) ଉତ୍ପାଦନରେ ସମ୍ପୃକ୍ତ। ୩ ପର୍ଯ୍ୟାୟ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ପାଇଁ ଏହି ବି୧୦ ସମୃଦ୍ଧ ଉତ୍ପାଦ ଅତ୍ୟାବଶ୍ୟକ। ତାଳଚେର ଏଚଡବ୍ଲୁବିଏଫ ମଧ୍ୟ ପରମାଣୁ ଇନ୍ଧନ ଚକ୍ରର ଫ୍ରଣ୍ଟ ଏଣ୍ଡ ଏବଂ ବ୍ୟାକ ଏଣ୍ଡରେ ବ୍ୟବହୃତ ବିଭିନ୍ନ ଅର୍ଗାନୋ ଫସପୋରସ ଦ୍ରବଣ ଉତ୍ପାଦନ କରେ।

ଉଦଘାଟନୀ ସମାରୋହରେ ଏଇସି ଅଧ୍ୟକ୍ଷ ତାଳଚେରସ୍ଥିତ ଭାରୀ ଜଳ ବୋର୍ଡର ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ସହ ଭାରତର ଭବିଷ୍ୟତ ଶକ୍ତି ନିରାପତ୍ତା ପାଇଁ ଆଣବିକ ଶକ୍ତିର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ। ସେ ତାଳଚେରସ୍ଥିତ ଏଚଡବ୍ଲୁବିଏଫ ରେ ହୋଇଥିବା ଗବେଷଣା ପ୍ରୟାସକୁ ପ୍ରଶଂସା କରିଥିଲେ ଯେଉଁଠାରେ ସ୍ପେଶାଲିଟି ସାମଗ୍ରୀ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନକୌଶଳ ବିକଶିତ, ପ୍ରଦର୍ଶନ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଆଣବିକ ଶକ୍ତି କାର୍ଯ୍ୟକ୍ରମରେ ଭାରୀ ଜଳ ବୋର୍ଡର ଭୂମିକା ଏବଂ ବିବିଧ କାର୍ଯ୍ୟକଳାପ ମାଧ୍ୟମରେ ସାମାଜିକ ଲାଭ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏଇସିର ଅଧ୍ୟକ୍ଷ ଡ. ଏ.କେ ମହାନ୍ତି ଓ ଭାରୀ ଜଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏସ୍ ସତ୍ୟକୁମାର ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ କରିଥିଲେ।

ତାଳଚେର
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026
Latest News

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.