Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ଯୋଜନା “ନମୋ ଡ୍ରୋନ ଦିଦି”ର ପରିଚାଳନା ମାର୍ଗଦର୍ଶିକା ଜାରି
ଆଜିର ଖବର

କେନ୍ଦ୍ରୀୟ ଯୋଜନା “ନମୋ ଡ୍ରୋନ ଦିଦି”ର ପରିଚାଳନା ମାର୍ଗଦର୍ଶିକା ଜାରି

November 1, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ୍ ଦିଦି’ କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି ଯୋଜନାରେ ୨୦୨୪- ୨୫ ରୁ ୨୦୨୫ -୨୦୨୬ ମଧ୍ୟରେ ୧୪୫୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କୃଷକମାନଙ୍କୁ ଭଡ଼ା ଦେବା (ବର୍ତ୍ତମାନ ପାଇଁ ତରଳ ସାର ଓ କୀଟନାଶକ ପ୍ରୟୋଗ) ପାଇଁ ଡ୍ରୋନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।

କୃଷି ଓ କୃଷକ କଲ୍ୟାଣ ବିଭାଗ ଏହି ଯୋଜନାର ପରିଚାଳନା ନିର୍ଦ୍ଦେଶାବଳୀ ଜାରି କରିଛି ଏବଂ ‘ନମୋ ଡ୍ରୋନ୍ ଦିଦି’ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ କାର୍ଯ୍ୟକାରିତାକୂ ସୁନିଶ୍ଚିତ କରିବା ପାଇଁ ଏହି ପରିଚାଳନା ନିର୍ଦ୍ଦେଶାବଳୀର ଅର୍ଥପୂର୍ଣ୍ଣ ଉପଯୋଗ କରିବାକୁ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରାଯାଇଛି। ପରିଚାଳନା ନିର୍ଦ୍ଦେଶାବଳୀର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ:

– କୃଷି ଓ କୃଷକ କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସାର ବିଭାଗ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବଙ୍କ କ୍ଷମତାସମ୍ପନ୍ନ କମିଟି ଦ୍ୱାରା ଏହି ଯୋଜନା କେନ୍ଦ୍ର ସ୍ତରରେ ପରିଚାଳିତ ହେବ।

– ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ଯ୍ୟକାରୀ ଓ ତଦାରଖ କମିଟି ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ପ୍ରତିନିଧିତ୍ୱ ଏହି ଯୋଜନାର ପ୍ରଭାବଶାଳୀ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ଦାୟୀ ରହିବ ଏବଂ ଏହା ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧୀୟ ସମସ୍ତ ବୈଷୟିକ ବିଷୟରେ ସାମଗ୍ରିକ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ।

– ଏହି ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ୟାକେଜ୍ ଭାବରେ ଡ୍ରୋନ୍ କିଣିବା ପାଇଁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଉପକରଣ / ଆନୁଷଙ୍ଗିକ ଶୁଳ୍କର ସର୍ବାଧିକ ୮.୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୮୦% ହାରରେ କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।

– ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର କ୍ଲଷ୍ଟର ସ୍ତରୀୟ ମହାସଂଘ (ସିଏଲ୍ଏଫ୍) ନାସନାଲ୍ ଏଗ୍ରିକଲଚର ଇନ୍ଫ୍ରା ଫାଇନାନ୍ସିଂ ଫାସିଲିଟି (ଏଆଇଏଫ୍) ଅଧୀନରେ ଋଣ ଆକାରରେ ବଳକା ରାଶି (ସମୁଦାୟ କ୍ରୟ ଖର୍ଚ୍ଚରୁ ରିହାତିକୁ ବାଦ ଦେଇ) ବୃଦ୍ଧି କରିପାରିବେ। ଏଆଇଏଫ୍ ଋଣ ଉପରେ ୩% ହାରରେ ସୁଧ ରିହାତି ସିଏଲଏଫ /ଏସଏଚଜିମାନଙ୍କୁ ପ୍ରଦାନ କରାଯିବ।

– ସିଏଲଏଫ /ଏସଏଚଜିମାନଙ୍କ ପାଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅନ୍ୟାନ୍ୟ ଉତ୍ସ/ କାର୍ଯ୍ୟକ୍ରମ /ଯୋଜନାରୁ ଋଣ ପାଇବାର ବିକଳ୍ପ ରହିବ।

– ଏହି ଯୋଜନାରେ କେବଳ ଡ୍ରୋନ ନୁହେଁ, ପ୍ୟାକେଜ ଭାବରେ ଡ୍ରୋନ ଯୋଗାଇ ଦିଆଯିବ। ଏହି ପ୍ୟାକେଜରେ ତରଳ ସାର ଓ କୀଟନାଶକ ସିଞ୍ଚନ ପାଇଁ ସ୍ପ୍ରେ ଆସେମ୍ବଲି ସହ ମୌଳିକ ଡ୍ରୋନ, ଡ୍ରୋନ୍ କ୍ୟାରିଂ ବକ୍ସ, ଷ୍ଟାଣ୍ଡାର୍ଡ ବ୍ୟାଟେରୀ ସେଟ୍, ଡାଉନୱାର୍ଡ ଫେସିଂ କ୍ୟାମେରା, ଡୁଆଲ ଚ୍ୟାନେଲ ଫାଷ୍ଟ ବ୍ୟାଟେରୀ ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଆନିମୋମିଟର, ପିଏଚ୍ ମିଟର ଏବଂ ସମସ୍ତ ସାମଗ୍ରୀ ଉପରେ ୧ ବର୍ଷର ଅନସାଇଟ୍ ଗ୍ୟାରେଣ୍ଟି ରହିବ।

ଏହି ପ୍ୟାକେଜରେ ୦୪ଟି ସ୍ପେୟାର ବ୍ୟାଟେରୀ ସେଟ୍, ଗୋଟିଏ ସ୍ପେୟାର ପ୍ରୋପେଲର ସେଟ୍ (ପ୍ରତି ସେଟ୍ ରେ ୬ଟି ପ୍ରୋପେଲର୍ ଥାଏ), ନୋଜଲ ସେଟ୍, ଡୁଆଲ୍ ଚ୍ୟାନେଲ୍ ଫାଷ୍ଟ ବ୍ୟାଟେରି ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଡ୍ରୋନ୍ ପାଇଲଟ୍ ଓ ଡ୍ରୋନ୍ ଆସିଷ୍ଟାଣ୍ଟଙ୍କ ପାଇଁ ୧୫ ଦିନର ପ୍ରଶିକ୍ଷଣ, ଏକ ବର୍ଷର ବ୍ୟାପକ ବୀମା, ୨ ବର୍ଷର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ଏବଂ ପ୍ରଯୁଜ୍ୟ ଜିଏସଟି ରହିଛି। ଅତିରିକ୍ତ ବ୍ୟାଟେରୀ ସେଟ୍ ନିରନ୍ତର ଡ୍ରୋନ୍ ଉଡ଼ାଣକୁ ସୁନିଶ୍ଚିତ କରିବ, ଯାହା ଗୋଟିଏ ଦିନରେ ୨୦ ଏକର ଜମିକୁ ସହଜରେ ଅତିକ୍ରମ କରିପାରିବ।

– ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ୧୫ ଦିନିଆ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ, ଯେଉଁଥିରେ ବାଧ୍ୟତାମୂଳକ ଡ୍ରୋନ୍ ପାଇଲଟ ତାଲିମ ଏବଂ ପୋଷକ ତତ୍ତ୍ୱ ଏବଂ କୀଟନାଶକ ପ୍ରୟୋଗ ପାଇଁ କୃଷି ଉଦ୍ଦେଶ୍ୟରେ ଅତିରିକ୍ତ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ। ବିଦ୍ୟୁତସାମଗ୍ରୀ ମରାମତି, ଫିଟିଂ ଓ ମେକାନିକାଲ୍ କାମ କରିବାକୁ ଇଚ୍ଛା ରଖିଥିବା ଏସ୍ଏଚଜିର ଅନ୍ୟ ସଦସ୍ୟ/ ପରିବାର ସଦସ୍ୟଙ୍କୁ ଡ୍ରୋନ୍ ସହାୟକ ଭାବେ ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ୍ ନିର୍ମାତାମାନେ ପରିଚାଳନା ମାର୍ଗଦର୍ଶିକାରେ  ଦର୍ଶାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ଡ୍ରୋନ୍ ଯୋଗାଣ ସହିତ ପ୍ୟାକେଜ୍ ଭାବରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ।

– ରାଜ୍ୟ ଗୁଡ଼ିକ ପାଇଁ ଦାୟୀ ମୁଖ୍ୟ ସାର କମ୍ପାନୀ (ଏଲ୍ ଏଫ୍ ସି) ରାଜ୍ୟସ୍ତରରେ ଏହି ଯୋଜନାର କାର୍ଯ୍ୟକାରୀ ଏଜେନ୍ସି ହେବେ ଏବଂ ସେମାନେ ରାଜ୍ୟ ବିଭାଗ, ଡ୍ରୋନ୍ ଉତ୍ପାଦନକାରୀ, ସ୍ବୟଂ ସହାୟକ ଗୋଷ୍ଠୀ/ ସ୍ବୟଂ ସହାୟକ ଗୋଷ୍ଠୀର କ୍ଲଷ୍ଟର ସ୍ତରୀୟ ମହାସଂଘ ଏବଂ କୃଷକ/ ହିତାଧିକାରୀ ଇତ୍ୟାଦିଙ୍କ ସହ ଆବଶ୍ୟକ ସମନ୍ୱୟ ସ୍ଥାପନ କରିବେ। ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଏଲଏଫସି ଦ୍ୱାରା ଡ୍ରୋନ କ୍ରୟ କରାଯିବ ଏବଂ ଡ୍ରୋନର ମାଲିକାନା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ଵା ଏସଏଚଜିର ସିଏଲଏଫ ପାଖରେ ରଖାଯିବ।

– କୃଷି ସେବା ଯୋଗାଇବା ପାଇଁ ଡ୍ରୋନ୍ ର ଚାହିଦା ଥିବା ଅଞ୍ଚଳ/ କ୍ଲଷ୍ଟର ଓ ଏସ୍ଏଚଜି ଗୋଷ୍ଠୀ ସଠିକ ଚୟନ ଉପରେ ଏହି ଯୋଜନାର କାର୍ଯ୍ୟକାରିତା ନିର୍ଭର କରେ। ଯେହେତୁ କୃଷିକ୍ଷେତ୍ରରେ ଡ୍ରୋନର ପ୍ରଚଳନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ରାଜ୍ୟଗୁଡ଼ିକ ଗୋଷ୍ଠୀ ହସ୍ତକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିବେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ହାତ ଧରିବା ସହାୟତା ପ୍ରଦାନ କରିବେ ଏବଂ ବର୍ଷକୁ ଅତି କମରେ ୨୦୦୦ ରୁ ୨୫୦୦ ଏକର ପରିମିତ ଅଞ୍ଚଳରେ ବ୍ୟବସାୟ କରିବାରେ ସେମାନଙ୍କୁ ସାହାଯ୍ୟ କରିବେ। ଡିଏୱାଇ- ଏନଆରଏଲଏମର ରାଜ୍ୟ କୃଷି ବିଭାଗ ଏବଂ ରାଜ୍ୟ ମିଶନ ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ଦୃଢ଼ ସମନ୍ୱୟ ରହିବ ଏବଂ ସେମାନେ ରାଜ୍ୟସ୍ତରୀୟ କମିଟି ସହାୟତାରେ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ପାଇଁ ଯୋଜନାର ମାଲିକାନା ଗ୍ରହଣ କରିବେ।

– ଏହି ଯୋଜନାର ପ୍ରଭାବଶାଳୀ ତଦାରଖ ଆଇଟି ଆଧାରିତ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ (ଏମଆଇଏସ) ଅର୍ଥାତ୍ ଡ୍ରୋନ ପୋର୍ଟାଲ ମାଧ୍ୟମରେ କରାଯିବ ଯାହା ସେବା ପ୍ରଦାନ ଏବଂ ତଦାରଖ, ପାଣ୍ଠି ପ୍ରବାହ ଏବଂ ପାଣ୍ଠି ବିତରଣ ପାଇଁ ଏଣ୍ଡ-ଟୁ-ଏଣ୍ଡ ସଫ୍ଟୱେୟାର ଭାବରେ କାର୍ଯ୍ୟ କରିବ। ଏହି ପୋର୍ଟାଲ ପ୍ରତ୍ୟେକ ଡ୍ରୋନର କାର୍ଯ୍ୟକଳାପ ଉପରେ ନଜର ରଖିବ ଏବଂ ଡ୍ରୋନ ବ୍ୟବହାର ବିଷୟରେ ଲାଇଭ୍ ସୂଚନା ପ୍ରଦାନ କରିବ।

– ଏହି ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସ୍ଥାୟୀ ବ୍ୟବସାୟ ଏବଂ ଜୀବିକା ସହାୟତା ପ୍ରଦାନ କରିବ ଏବଂ ସେମାନେ ନିଜ ପାଇଁ  ଅତିରିକ୍ତ ରୋଜଗାର କରିବାରେ ସକ୍ଷମ ହେବେ। ଉନ୍ନତ ଦକ୍ଷତା, ଫସଲ ଅମଳ ବୃଦ୍ଧି ଏବଂ କୃଷକଙ୍କ ହିତ ପାଇଁ ପରିଚାଳନା ଖର୍ଚ୍ଚ ହ୍ରାସ ନିମନ୍ତେ କୃଷିକ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବାରେ ଏହି ଯୋଜନା ସହାୟକ ହେବ।

କୃଷି ଓ କୃଷକ କଲ୍ୟାଣ ବିଭାଗ କେନ୍ଦ୍ରୀୟ ଯୋଜନା ମାର୍ଗଦର୍ଶିକା
Share. Facebook Twitter LinkedIn Email WhatsApp Copy Link

Related Posts

ରିଷଭ ପନ୍ତଙ୍କୁ ଅଧିନାୟକ, ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ; ବାଦ ପଡ଼ିଲେ ଶୁଭମନ ଗିଲ୍

October 21, 2025

ବିହାର ପରି ଝାଡ଼ଖଣ୍ଡରେ ମଧ୍ୟ ଭାଙ୍ଗିଯିବ କି ଇଣ୍ଡିଆ ମେଣ୍ଟ?: ଜେଏମ୍ଏମ୍ ର ଅସନ୍ତୋଷ ପରେ ଚର୍ଚ୍ଚା ଆରମ୍ଭ

October 21, 2025

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ‘ଲୌହ ମହିଳା’: ଅଭିନନ୍ଦନ ଜଣାଇଲେ ମୋଦୀ

October 21, 2025

ଦୀପାବଳି ପରେ ସୁନା ଦର ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

October 21, 2025
Latest News

ରିଷଭ ପନ୍ତଙ୍କୁ ଅଧିନାୟକ, ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ; ବାଦ ପଡ଼ିଲେ ଶୁଭମନ ଗିଲ୍

October 21, 2025

ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଚ଼ତୁର୍ଥ ସଂସ୍କରଣ ଲୋକାର୍ପିତ

October 21, 2025

ବିହାର ପରି ଝାଡ଼ଖଣ୍ଡରେ ମଧ୍ୟ ଭାଙ୍ଗିଯିବ କି ଇଣ୍ଡିଆ ମେଣ୍ଟ?: ଜେଏମ୍ଏମ୍ ର ଅସନ୍ତୋଷ ପରେ ଚର୍ଚ୍ଚା ଆରମ୍ଭ

October 21, 2025

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ‘ଲୌହ ମହିଳା’: ଅଭିନନ୍ଦନ ଜଣାଇଲେ ମୋଦୀ

October 21, 2025

ଦୀପାବଳି ପରେ ସୁନା ଦର ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.