Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜିତ 
ଆଜିର ଖବର

ଏମ୍ସ ଭୁବନେଶ୍ୱର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜିତ 

November 2, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣାର ପ୍ରମୁଖତାକୁ ଗୁରୁତ୍ଵ ଦେବା ସହିତ ପ୍ରଥମକରି ଚଳିତ ବର୍ଷ, ଏମ୍ସ ଭୁବନେଶ୍ୱର ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜନ କରିଛି। ଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନଗୁଡ଼ିକୁ ଏକତ୍ର କରି ଚିକିତ୍ସା ଅନୁସନ୍ଧାନରେ ସହଯୋଗ ବୃଦ୍ଧି ସହିତ  ଏକ ସାମୁହିକ ଅନୁସନ୍ଧାନ ସହଭାଗିତା ସୃଷ୍ଟି କରିବାର ସଫଳ ପ୍ରୟାସ କରିଛି ଏମ୍ସ ଭୁବନେଶ୍ୱର। ଏହା ଆଞ୍ଚଳିକ ସ୍ତରରେ ସ୍ୱାସ୍ଥ୍ୟସେବା ଫଳାଫଳକୁ ଗତି ଦେବାରେ ସହାୟକ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର, ନାଇଜର, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସ(ଜୀବ ବିଜ୍ଞାନ ପ୍ରତିଷ୍ଠାନ), ଆଇସିଏମଆର-ଆରଏମଆରସି ଭୁବନେଶ୍ୱର, କିଟ୍-ଟିବି ବାୟୋନକ୍ୟୁବେଟର, ସୋଆ ବିଶ୍ୱବିଦ୍ୟାଳୟ, ଏସଭିନିରତାର୍, ଏବଂ ହାଇ-ଟେକ୍ ମେଡିକାଲ କଲେଜ ଆଣ୍ଡ ହସପିଟାଲ ସମେତ ପ୍ରମୁଖ ଆଞ୍ଚଳିକ ଅନୁସନ୍ଧାନ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ।

ଜାତୀୟ ତଥା ଆନ୍ତର୍ଜାତୀୟ ଆର୍ଥିକ ଏଜେନ୍ସିଗୁଡିକର ଅନୁସନ୍ଧାନ ଅନୁଦାନରେ ପ୍ରାୟ ୧୫ କୋଟି ଏବଂ ପ୍ରସିଦ୍ଧ ପତ୍ରିକାରେ ଏକ ହଜାରରୁ ଅଧିକ ପ୍ରକାଶନ କରିବାର ଏକ ପ୍ରଭାବଶାଳୀ ରେକର୍ଡ ସହିତ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଗବେଷଣାକୁ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ଅତିଥି ଏବଂ ଗବେଷକମାନଙ୍କୁ ସ୍ୱାଗତ କରିବା ସହିତ ଡ. ବିଶ୍ୱାସ କହିଥିଲେ ଯେ ଏହି ଜାତୀୟ ଅନୁଷ୍ଠାନରେ ଆଧୁନିକ ବାୟୋଟେକ୍ନୋଲୋଜି ଏବଂ ରୂପାନ୍ତରଣ ସହିତ ଉତ୍ପାଦ ବିକାଶ ଉପରେ ଧ୍ୟାନ ଦେଇ ଏକ ଅତ୍ୟାଧୁନିକ କେନ୍ଦ୍ରୀୟ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅର୍ଥୋପେଡିକ୍ ସର୍ଜିକାଲ୍ ପ୍ରୟୋଗରେ ନୂତନ ପେଟେଣ୍ଟ ଏବଂ ଚକ୍ଷୁ ଦୋଷ ବ୍ୟାଧି ନିରାକରଣରେ ଅଗ୍ରଗତି ସହିତ ଚିକିତ୍ସକମାନେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି। ଆଇଆଇଟି ଭୁବନେଶ୍ୱର ସହିତ ପରସ୍ପର ସହଯୋଗରେ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ରରେ ଏକାଧିକ ଗବେଷଣା ପ୍ରକଳ୍ପ ଆରମ୍ଭ କରି ଅନୁଷ୍ଠାନର ଦୂରଦର୍ଶୀତାକୁ ଆହୁରି ବିସ୍ତାର କରିଥିବା ଡ. ବିଶ୍ୱାସ କହିଛନ୍ତି।

ଏମ୍ସ ରିଷିକେଶର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମୀନୁ ସିଂ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜୀବନ ଏବଂ ସ୍ୱାସ୍ଥ୍ୟ ଅର୍ଥନୀତିର ବିକାଶ ନିମନ୍ତେ ପ୍ରମାଣ-ଆଧାରିତ ଆଭିମୁଖ୍ୟ ସହିତ ମୂଲ୍ୟ-ଆଧାରିତ ଔଷଧର ଏକୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପାରମ୍ପାରିକ ତଥ୍ୟ ଉପରେ ଗବେଷଣା କରିବାର ମହତ୍ତ୍ଵ ସଂପର୍କରେ ଡ. ସିଂ ଆଲୋକପାତ କରିଥିଲେ। ବିଶେଷ କରି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ପ୍ରସିଦ୍ଧ, ଓଡ଼ିଶା ପରି ରାଜ୍ୟରେ ଏହାର ଗୁରୁତ୍ବ ରହିଥିବା ସେ ମତବ୍ୟକ୍ତ କରିଥିଲେ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ର ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ସଂକ୍ରାମକ ରୋଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡ. ସ୍ୱରୂପ ସରକାର ବିଶ୍ଵର ସ୍ୱାସ୍ଥ୍ୟ ନୀତି କିପରି ଏଚ୍.ଆଇ.ଭି ଏବଂ ଯକ୍ଷ୍ମା ଭଳି ସମସ୍ୟାକୁ ସଫଳତାର ସହ ମୁକାବିଲା କରିଛି ସେ ବିଷୟରେ ଆଲୋଚନା କରିବା ସହିତ ଭାରତରେ ଚାଲିଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ମୁକାବିଲା ପାଇଁ ବିଜ୍ଞାନ ପ୍ରୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନୂତନ ଔଷଧ, କ୍ଲିନିକାଲ ପରୀକ୍ଷା ଏବଂ ଟୀକାକରଣର ବିକାଶରେ ଭାରତ ସ୍ୱତନ୍ତ୍ର ଭାବରେ ସ୍ଥାନିତ ହୋଇଛି।  ଏମ୍ସ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ସୁବିଧା ଏବଂ ଚିକିତ୍ସା ନିମନ୍ତେ ଆସୁଥିବା ହଜାର ହଜାର ରୋଗୀଙ୍କ ସଂଖ୍ୟା, ଗବେଷଣା ପାଇଁ ବିପୁଳ ସମ୍ଭାବନା ଥିବା ଡ. ସରକାର ପ୍ରକାଶ କରିଥିଲେ।
ଏହି ଉତ୍ସବରେ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋ ସାଇନ୍ସ କୋଲକାତାର ନ୍ୟୁରୋଟୋଲୋଜି ନିର୍ଦ୍ଦେଶକ ଡ. ଅନିର୍ବାଣ ବିଶ୍ୱାସ ସାଧାରଣ ସମସ୍ୟାର ସମାଧାନ ଉପରେ ଅନୁସନ୍ଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ପେରିଫେରାଲ୍ ନ୍ୟୁରୋପାଥି କୁଷ୍ଠରୋଗ (ପି ଏନ୍ ଏଲ୍) ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ଡ. ସଞ୍ଜୀବ କୁମାର ଭୋଇଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏକାଧିକ ଅନୁସନ୍ଧାନ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ ଅଧ୍ୟାପକ ଅଧ୍ୟାପିକା ଏବଂ ବରିଷ୍ଠ ଆବାସିକ ଚିକିତ୍ସକଙ୍କୁ ପୁରସ୍କୃତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡ. ପି ଆର ମହାପାତ୍ର (ଡିନ୍ ଏକାଡେମିକ୍), ଡ. ସତ୍ୟଜିତ୍ ମିଶ୍ର (ଡିନ ଗବେଷଣା), ଡ. ସୌଭାଗ୍ୟ କୁମାର ଜେନା (ଡିନ୍ ପରୀକ୍ଷା) ଏବଂ ଡ. ଭାଗୀରଥୀ ଦ୍ୱିବେଦୀ (ଆସୋସିଏଟ୍ ଡିନ୍ ଗବେଷଣା) ପ୍ରମୁଖ ମଞ୍ଚାଷୀନ ଥିଲେ।

 

ଏମ୍‌ସ ଭୁବନେଶ୍ୱର କୃତ୍ରିମ ବୁଦ୍ଧିମତା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.