Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ
ଆଜିର ଖବର

ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ

November 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ବର୍ଗଦ୍ବାର ବ୍ୟାଙ୍କ ଅଫ୍‌ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍‌ ବରୋଦା, ଡାକ ବିଭାଗ ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପେନସନଭୋଗୀଙ୍କୁ ଡିଏଲସି କରାଇବା ସହିତ ସେମାନଙ୍କୁ ଚେହେରା ପ୍ରମାଣୀକରଣ ପଦ୍ଧତିରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବିଷୟରେ ସଚେତନ କରାଇଥିଲେ। ଏହିସବୁ ଶିବିରରେ ବ୍ୟାପକ ପ୍ରଚାରପ୍ରସାର ଏବଂ ଏହାକୁ ଫଳପ୍ରଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା।

ସୂଚନାଯୋଗ୍ୟ, ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ୧ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଡିଏଲସି ଅଭିଯାନ ୩.୦ ଅନୁଷ୍ଠିତ ହେଉଛି। ଏହି ଅଭିଯାନ ସାମଗ୍ରିକ ସରକାର ଆଭିମୁଖ୍ୟ ନେଇ ସାରା ଭାରତର ୮୦୦ ସହର/ଜିଲ୍ଲାରେ ଅନୁଷ୍ଠିତ ହେଉଛି ଏବଂ ଏଥିରେ ସବୁ ଅଂଶୀଦାର ଏକାଠି ହୋଇ ସହଯୋଗ କରୁଛନ୍ତି।

କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ସହଜ ଜୀବନଧାରଣ ପାଇଁ ଚେହେରା ପ୍ରମାଣୀକରଣ ବା ଫେସ୍‌ ଅଥେଣ୍ଟିକେସନ୍‌ ପଦ୍ଧତିରେ ଡିଏଲସି ଦାଖଲ ପ୍ରକ୍ରିୟା ୨୦୨୧ରେ ଆରମ୍ଭ ହୋଇଥିଲା। ଏହି ଜ୍ଞାନକୌଶଳ ଦ୍ୱାରା ପେନସନଭୋଗୀମାନେ ଯେକୌଣସି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରି ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହା ବାହ୍ୟ ବାୟୋମେଟ୍ରିକ୍ ଡିଭାଇସ୍ ର ଆବଶ୍ୟକତା ହ୍ରାସ କରିଥାଏ ଏବଂ ଏହି ପ୍ରକ୍ରିୟାକୁ ଅଧିକ ଶସ୍ତା ଓ ସୁଲଭ କରିଥାଏ।

୨୦୨୨ ଅଭିଯାନରେ ୧.୪୧ କୋଟି ରୁ ଅଧିକ ଡିଏଲସି କରାଯାଇଥିଲା, ଏଥି ମଧ୍ୟରେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଠାରୁ ୪୨ ଲକ୍ଷ ଦାଖଲ କରାଯାଇଥିଲା। ୨୦୨୩ ରେ ୧୦୦ଟି ସ୍ଥାନରେ ହୋଇଥିବା ଏହି ଅଭିଯାନରେ ୧.୪୭ କୋଟିରୁ ଅଧିକ ଡିଏଲସି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଠାରୁ ୪୫ ଲକ୍ଷ ଟଙ୍କା ମିଳିଥିଲା।

ବିଭିନ୍ନ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନର୍ସ ଆସୋସିଏସନ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଡିଓଟିର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି। ଏହାର ଲକ୍ଷ୍ୟ ହେଉଛି ପେନସନଭୋଗୀ, ବିଶେଷକରି ଅତିବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ସହଜରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଦେଶବ୍ୟାପୀ ଡିଏଲସି ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ସ୍ମାର୍ଟଫୋନ୍ ଧରିଥିବା କର୍ମଚାରୀମାନେ ଶିବିରଗୁଡ଼ିକରେ ପେନସନଭୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ଶଯ୍ୟାଶାୟୀ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସୁବିଧା ମିଳୁଛି।

ଏହି ଅଭିଯାନ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ପ୍ରଚାର ବ୍ୟାନର ମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରାଯାଉଛି ଏବଂ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ଏହାର ପ୍ରଗତି ଅନୁଧ୍ୟାନ କରାଯାଉଛି।

ଡିଜିଟାଲ ଜୀବନ ପ୍ରମାଣପତ୍ର ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026
Latest News

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ବୟନ ଶିଳ୍ପ ପାଇଁ ପ୍ରମୁଖ ପ୍ରୋତ୍ସାହନ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.