Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ ପାଇଁ ପୁରୀରୁ ସାନଭାଇ ପଠାଇଲେ ପାଟବସ୍ତ୍ର
ଆଜିର ଖବର

ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ ପାଇଁ ପୁରୀରୁ ସାନଭାଇ ପଠାଇଲେ ପାଟବସ୍ତ୍ର

November 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସହ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟତ୍ମିକ ସଂପର୍କ ବେଶ ନିବିଡ। ପାରମ୍ପରିକ ତଥା ପୌରାଣିକ ଢଂଗରେ କୋଟି ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଶ୍ରୀବଳଦେବଙ୍କ ସାନଭାଇ। ଏଥିପାଇଁ ଶ୍ରୀମନ୍ଦିର ନିତିକାନ୍ତି ସହ ଅନେକ ସାମଞ୍ଜସ୍ୟ ଏବଂ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶ୍ରୀବଳଦେବଜୀଉଙ୍କ ସହ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଦୃଢ ସଂପର୍କ ରହିଛି।

ଏହି ପରପ୍ରେକ୍ଷୀରେ କାର୍ତିକ ମାସରେ ପଂଚକବ୍ରତ ମଧ୍ୟ ତୁଳସୀକ୍ଷେତ୍ରରେ ପାଳନ କରାଯାଇଥାଏ। ଯେଉଁ ହବିଶ୍ୟାଳୀମାନେ ପୁରୀ ଯିବାକୁ ଅସମର୍ଥ ହୋଇଥାନ୍ତି ସେମାନେ ତୁଳସୀକ୍ଷେତ୍ରରେ ହବିଷ କଲେ ସମାନ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି। ପଂଚକବ୍ରତ ପାଳନ ସମୟରେ ପଂଚକ ଏକାଦଦଶୀରେ ଶ୍ରୀବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ କରାଯାଇଥାଏ।

ଏହିବେଶ ପାଇଁ ପୁରୀ ଜଗନ୍ନାଥଧାମ ଶ୍ରୀକ୍ଷେତ୍ରରୁ ସାନଭାଇ ଶ୍ରୀଜଗନ୍ନାଥ ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ତଥା ବଡଭାଇ ଶ୍ରୀ ବଳଦେବଜୀଉଙ୍କୁ ପାଟବସ୍ତ୍ର ଭେଟିଦେଇଥାନ୍ତି। ଏହି ପରମ୍ପରା ସଂପର୍କରେ ମାଦଳାପାଞ୍ଜିରେ ଉଲେଖ ଥିବା ଗବେଷକ ମାନେ ମତପ୍ରକାଶ କରନ୍ତି।

ତେବେ କୌଣସି କାରଣରୁ ଏହି ପାଟବସ୍ତ୍ର ଭେଟ ନିତୀ ଅତୀତରେ ବନ୍ଦ ହୋଇଯାଇଥିଲା। ତେବେ ୧୦ ବର୍ଷ ଧରି ଅଧ୍ୟାତ୍ମିକ ପ୍ରାମଣିକ ତଥ୍ୟ କୁ ପାଥେୟ କରାଯାଇ ଲୁପ୍ତ ହୋଇଥିବା ପରମ୍ପରାକୁ ଜୀବନ୍ୟାସ ପ୍ରଦାନ କରାଯାଇଛି। ପୁରୀ ଠାକୁର ରାଜା ଦିବ୍ୟସିଂହଦଦେବଙ୍କ ଅନୁଗ୍ରହ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମରେ ପଂଚକବ୍ରତ ପାଳନ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁନରାୟ ଏହି ପରମ୍ପରାକୁ ଉଦଜୀବିତ କରାଯାଇଛି।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି ସରୋଜ କୁମାର ରାୟଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ତୁଳସୀକ୍ଷେତ୍ର କେନ୍ଦ୍ରାପଡା ତିଟି ପାଟବସ୍ତ୍ର ଧରି ଆଜି ତୁଳସୀକ୍ଷେତ୍ରରେ ପହଚିଁ ଶ୍ରୀ ବଳଦେବଜୀଉ ଦେବୋତର ସଂସ୍ଥା କାର୍ଯ୍ୟାଳୟ କୁ ହସ୍ତାନ୍ତର କରିଛନ୍ତି। ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ପାଇଁ ନୀଳପାଟ ବସ୍ତ୍ର,ମାସୁଭଦ୍ରାଙ୍କ ପାଇଁ ଲାଲ ପାଟବସ୍ତ୍ର ଏବଂ ଶ୍ରୀ ଜଗନ୍ନାଥଙ୍କ ପାଇଁ ହଳଦୀଆ ପାଟବସ୍ତ୍ରକୁ ହସ୍ତାନ୍ତର କରାଯାଇଛି। ପାଟବସ୍ତ୍ର ହସ୍ତାନ୍ତ୍ରର ସମୟରେ ଶ୍ରୀ ମନ୍ଦିର ପ୍ରଶାସନର ନୀତୀ ବିଭାଗ ସହ ଜଡିତ ପାଟରା ସେବକ ସତ୍ୟନାରାୟଣ ପାତ୍ର, ବରିଷ୍ଠ ସେବାୟତ ଜଗବନ୍ଧୁ ପଣ୍ଡା ଉପସ୍ଥିତ ଥିଲେ।

ଶ୍ରୀବଳଦେବଜୀଉ ଦେବୋତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀବଳଭଦ୍ର ପତ୍ରୀ,ସଂସ୍ଥାର ବରିଷ୍ଠ କାର୍ଯ୍ୟାଳୟ ସହାୟକ ଶରତ ଚନ୍ଦ୍ର ପାତ୍ର ପାଟବସ୍ତ୍ର ଗ୍ରହଣ କରିଥିଲେ। ଆଜି ରାତ୍ରିରେ ଏହି ତିନି ପାଟବସ୍ତ୍ରକୁ ଭଣ୍ଡାରଗୃହ ସେବାୟତଙ୍କୁ ପ୍ରଦାନ କରାଯିବ। ପଂଚକବ୍ରତ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କୁ ଏହି ପାଟବସ୍ତ୍ର ଲାଗି କରାଯିବ ବୋଲି ସୂଚନା ମିଳିଛି।

ତୁଳସୀକ୍ଷେତ୍ର ପୁରୀ ଶ୍ରୀ ବଳଦେବଜୀଉ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.