Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପଦର୍ଶନୀ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପଦର୍ଶନୀ

November 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପଦର୍ଶନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ନବକିଶୋର ମଲ୍ଲିକ, ସମ୍ମାନୀତ ଅତିଥି ରୂପେ ଜିଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ପୌରାଧ୍ୟକ କନକ ଲଷ୍ମୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ବିଶେଷ କରି ଏହି ମାଣ୍ଡିଆ ହେଉଛି ବହୁ ପୁରାତନ ହିତକାରୀ ଖାଦ୍ୟ। ଏହା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆର ଅନେକ ମହତ୍ତ୍ୱ ରହିଛି। ତେଣୁ ଏହାକୁ ଖୋର୍ଦ୍ଧା ଜିଲ୍ଲାରେ କିଭଳି ଅଧିକ ପରିମାଣରେ ଚାଷ ଓ ବ୍ୟବହାର କରାଯିବ ଏହା ଉପରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଜୟଦେବ ବିଧାୟକ ଶ୍ରୀ ମଲ୍ଲିକ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଥିଲେ।

ସେହିପରି ରାଜ୍ୟ ସରକାର ଏହି ମାଣ୍ଡିଆ ଚାଷ ଓ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲା ବେଳେ ଏଥିରେ ଚାଷୀ ମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି। ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଚାଷୀ ଆଗ୍ରହୀ ଅଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ତାଙ୍କର ପ୍ରକୃତ ପାରିଶ୍ରମିକ ଦିଆଯିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଚାଲିଛି ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ।ସେହିପରି ଅନ୍ୟତମ ଅତିଥି ମାନେ ମାଣ୍ଡିଆ ର ଉପକାରୀତା ଓ ପୂର୍ବ କାଳ ରେ ତାହାର ବ୍ୟବହାର ଉପରେ ମତ ରଖିଥିଲେ।

ଏହି ଅବସରେ ଭୁବନେଶ୍ୱର ବ୍ଲକ ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଟାଙ୍ଗି ବ୍ଲକର ପବିତ୍ର ମୋହନ ଭୁଜବଳ ମାଣ୍ଡିଆ ଚାଷ ଓ ମାଣ୍ଡିଆକୁ ବ୍ୟବହାର କରି କିଭଳି ଲାଭବାନ ହୋଇପାରିଛନ୍ତି ତାହା ଉପରେ ଅନୁଭୂତି କହିଥିଲେ।

ସେହିପରି ମାଣ୍ଡିଆ ଉପରେ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲା ବେଳେ ମାଣ୍ଡିଆର ବ୍ୟବହାର ଓ ତାହାର ଚାଷ ପ୍ରଣାଳୀ ଉପରେ ନୃତ୍ୟ ମାଧ୍ୟମରେ ଲୋକ ଙ୍କୁ ସଚେତନତା କରାଯାଇଥିଲା।

ଭୁବନେଶ୍ୱର ବ୍ଲକ କୃଷି ବିଭାଗର ବିଟିଏମ ସୁନିତା ମହାପାତ୍ରଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୦୦ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲା ବେଳେ ଜିଲ୍ଲାର କୃଷି ବିଭାଗ ଏଡିଓ ପ୍ରଦୀପ୍ତ କୁମାର ପଣ୍ଡା, ଭୁବନେଶ୍ୱର ଏଡିଓ ମନୋରଞ୍ଜନ ରାଉଳ, ଟାଙ୍ଗି ବ୍ଲକ ମନୋରଞ୍ଜନ ମିଶ୍ର,ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଶତପଥୀ, ପଲ୍ଲବୀ ସାହୁ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଖୋର୍ଦ୍ଧା ମାଣ୍ଡିଆ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.