Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟୀ ରାଜଗୁରୁଙ୍କ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ: ଆଇନ ମନ୍ତ୍ରୀ
ଆଜିର ଖବର

ଜୟୀ ରାଜଗୁରୁଙ୍କ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ: ଆଇନ ମନ୍ତ୍ରୀ

November 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏ ଜାତି ହେଉଛି ବୀର ଜାତି, ଏହି ପବିତ୍ର ଓଡ଼ିଶା ମାଟି ଅନେକ ବୀର ପୁରୁଷଙ୍କୁ ଜନ୍ମ ଦେଇଛି। ଖ୍ରୀଷ୍ଟପୂର୍ବ ସମୟରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ ଓଡ଼ିଆ ଜାତି ବିଭିନ୍ନ ସମୟରେ ନିଜର ବୀରତ୍ୱର ପ୍ରଦର୍ଶନ କରି ଆସିଛି। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସିଯାଇଥିଲା, ସେତେବେଳେ ଏ ମାଟିର ବୀର ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ରଣହୁଙ୍କାର ଦେଇଥିଲେ ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ତେଣୁ ଜୟୀ ରାଜଗୁରୁଙ୍କ ଜୀବନୀ ଓ ବୀରତ୍ୱ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା ସେତେବେଳେ ଏହି ଖୋର୍ଦ୍ଧା ମାଟିରୁ ବିଦ୍ରୋହର ସ୍ପୁଲିଙ୍ଗ ନିର୍ଗତ ହୋଇଥିଲା। ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍ କରିଦେଇଥିଲା। ତେଣୁ ଏହି ବୀରତ୍ୱର ଗାଥାକୁ ଯୁବପିଢ଼ି ପଢ଼ିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଶିକ୍ଷା ପ୍ରଶାସକ ଡ. ପ୍ରଫୁଲ୍ଲ କୁମାର ରଥ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଜଣେ ବିଶିଷ୍ଟ ଦେଶଭକ୍ତ, ରାଜଭକ୍ତ ଓ ଜାତିଭକ୍ତ ବୋଲି କହିବା ସହ ତାଙ୍କଠାରେ ତ୍ୟାଗୀ ଓ ଯୋଗୀର ଅପୂର୍ବ ସମନ୍ୱୟ ଘଟିଥିଲା ବୋଲି ମତବ୍ୟକ୍ତ କରିଥିଲେ। ଦୂରଦୃଷ୍ଟି ଓ ଯୁଦ୍ଧକୌଶଳ ତାଙ୍କୁ ପ୍ରକୃତ ବୀର ଆଖ୍ୟା ପ୍ରଦାନ କରିଛି ବୋଲି ସେ କହିଥିଲେ।

ସେହିପରି ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇଂରେଜମାନଙ୍କୁ ଏ ମାଟିରୁ ତଡ଼ିବା ପାଇଁ ଯେଉଁ ଜାତୀୟତା ଜନ୍ମଲାଭ କରିଥିଲା ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ। ତାଙ୍କ ସମୟରେ ଯେଉଁ ସଂଗ୍ରାମ ଆରମ୍ଭ ହୋଇଥିଲା ତାହା ହିଁ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ଜୟୀ ରାଜଗୁରୁଙ୍କ ଜୀବନୀ’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଉଦ୍ଘାଟନ କରିଥିବାବେଳେ ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ପ୍ରଶାସକ ଦିଗମ୍ବର ମହାନ୍ତି, ଐତିହାସିକ ଡ. ବିନୋଦିନୀ ଦାଶ, ଶିକ୍ଷାବିତ୍ ପ୍ରଫେସର ପ୍ରସନ୍ନ କୁମାର ଜେନାଙ୍କ ସମେତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ବୈଷୟିକ ସ୍ୱାଗତ ଭାଷଣ ଦେଇଥିବାବେଳେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏଜି ଛକସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ପ୍ରମୋଦିନୀ ଟେଟେଙ୍କ ସମେତ ବରିଷ୍ଠ ଅଧିକାରୀ, ଅନ୍ୟ ମାନ୍ୟଗଣ୍ୟ ବକ୍ତି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଇନ ମନ୍ତ୍ରୀ ଓଡିଶା ଇତିହାସ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.