Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

November 11, 2024No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଡ଼ତାଳସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସମବେତ ଜନତାକୁ ଉଦବୋଧନ ଦେଇ ସେ କହିଥିଲେ, ୨୦୦ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବା ଶ୍ରୀ ସ୍ୱାମୀନାରାୟଣଙ୍କ ଆଶୀର୍ବାଦ। ସମଗ୍ର ବିଶ୍ୱର ଭକ୍ତମାନଙ୍କୁ ସେ ସ୍ୱାଗତ କରି କହିଥିଲେ, ସେବା ହିଁ ସ୍ୱାମୀନାରାୟଣ ମନ୍ଦିରର ମୂଳ ପରମ୍ପରା ଏବଂ ଭକ୍ତମାନେ ଆଜି ସେବାରେ ହିଁ ତଲ୍ଲୀନ ହୋଇଛନ୍ତି। ଗଣମାଧ୍ୟମରେ ଏବେ ଉତ୍ସବକୁ ଦେଖି ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥିବା କହିଥିଲେ।

ସେ କହିଥିଲେ, ଭଡ଼ତାଳ ଧାମରେ ୨୦୦ତମ ବାର୍ଷିକୀ ଉତ୍ସବ କେବଳ ଏକ ଇତିହାସ ନୁହେଁ, ଭଡ଼ତାଳ ଧାମ ପ୍ରତି ବିଶ୍ୱାସ ରଖି ବଢ଼ି ଆସିଥିବା ତାଙ୍କ ସମେତ ଅନେକ ଭକ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ସେ କହିଥିଲେ, ଏହି ମୁହୂର୍ତ୍ତ ଭାରତୀୟ ସଂସ୍କୃତିର ଶାଶ୍ୱତ ପ୍ରବାହର ଏକ ପ୍ରମାଣ। ଶ୍ରୀ ମୋଦୀ କହିଥିଲେ, ଏପରିକି ଶ୍ରୀ ସ୍ୱାମୀନାରାୟଣଙ୍କ ଦ୍ୱାରା ଭଡ଼ତାଳ ଧାମ ପ୍ରତିଷ୍ଠାର ୨୦୦ ବର୍ଷ ପରେ ମଧ୍ୟ ତାଙ୍କ ଆଧ୍ୟାତ୍ମିକ ଚେତନା ଜାଗୃତ ହୋଇ ରହିଛି । ଆଜି ମଧ୍ୟ ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଓ ଶକ୍ତିକୁ ଅନୁଭବ କରିହୁଏ । ଶ୍ରୀ ମୋଦୀ ମନ୍ଦିରର ୨୦୦ ତମ ବାର୍ଷିକୀ ଉତ୍ସବରେ ସମସ୍ତ ଭକ୍ତ ଓ ଶିଷ୍ୟମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଭାରତ ସରକାର ଏକ ୨୦୦ ଟଙ୍କାର ରୌପ୍ୟ ମୁଦ୍ରା ଏବଂ ସ୍ମାରକୀ ଡାକ ଟିକଟ ପ୍ରକାଶ କରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଏହି ପ୍ରତୀକ ଗୁଡ଼ିକ ବର୍ତ୍ତମାନର ମହାନ ମୁହୂର୍ତ୍ତକୁ ଆଗାମୀ ପିଢ଼ିଙ୍କ ମନରେ ଜୀବନ୍ତ କରି ରଖିବ ।

ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାମୀନାରାୟଣଙ୍କ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତ ଏହି ପରମ୍ପରା ସହ ତାଙ୍କର ଦୃଢ଼ ବ୍ୟକ୍ତିଗତ, ଆଧ୍ୟାତ୍ମିକ ଓ ସାମାଜିକ ସମ୍ପର୍କ କେତେ । ସେ କହିଥିଲେ, ସେ ଅତୀତରେ ସନ୍ଥମାନଙ୍କ ସତସଙ୍ଗ ଓ ସାନିଧ୍ୟ ପାଇଛନ୍ତି । ଏବେ ମଧ୍ୟ ଦେଶର ବିକାଶରେ ଫଲପ୍ରଦ ପ୍ରତିଫଳନ ସହ ତାହା ସେ ଅନୁଭବ କରିପାରୁଛନ୍ତି । ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟସ୍ତତା ଯୋଗୁ ସେ ବ୍ୟକ୍ତିଗତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନଥିଲେ ମଧ୍ୟ ମାନସିକ ଭାବେ ଭଡ଼ତାଳରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ, ସନ୍ଥ ପରମ୍ପରା ଭାରତର ବିଶେଷତ୍ୱ ଏବଂ ଯେତେବେଳେ ଦେଶର କଠିନ ସମୟ ଆସିଛି ସନ୍ଥ, ଋଷି ଓ ମହାତ୍ମାଙ୍କ ଆବିର୍ଭାବ ହୋଇଛି । ସେହିପରି ଦେଶ ଯେତେବେଳେ ଶତାଧିକ ବର୍ଷ ଧରି ଦାସତ୍ୱ ଯୋଗୁ ଦୁର୍ବଳ ହୋଇଥିଲା ଏବଂ ନିଜ ଉପରେ ବିଶ୍ୱାସ ହରାଇଥିଲା, ସେହି ସମୟରେ ଭଗବାନ ସ୍ୱାମୀନାରାୟଣଙ୍କ ଅବିର୍ଭାବ ହୋଇଥିଲା । ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ସ୍ୱାମୀନାରାୟଣ ଏବଂ ସେ ସମୟରେ ଆବିର୍ଭାବ ହୋଇଥିବା ସମସ୍ତ ସନ୍ଥ ଯେ କେବଳ ଆଧ୍ୟାତ୍ମିକ ଶକ୍ତି ସୃଷ୍ଟି କରିଥିଲେ ତାହା ନୁହେଁ, ବରଂ ଆମର ଆତ୍ମସମ୍ମାନକୁ ଜାଗ୍ରତ କରିବା ସହ ପରିଚୟକୁ ପୁନଃସ୍ଥାପନ କରିଥିଲେ । ଏ କ୍ଷେତ୍ରରେ ଶିକ୍ଷାପତ୍ରୀ ଏବଂ ବଚନାମୃତର ଯୋଗଦାନ ବିସ୍ତୃତ । ଏବେ ତାଙ୍କର ଏହି ଶିକ୍ଷାକୁ ଆଗେଇ ନେବା ଆମ ସମସ୍ତଙ୍କ ଦାୟିତ୍ୱ । ଭଡ଼ତାଳ ଧାମ ମାନବତାର ସେବା ଦିଗରେ ବୃହତ ଅବଦାନ ସହିତ ଏବଂ ନୂତନ ଯୁଗ ଗଠନ ପାଇଁ ପ୍ରେରଣାଦାୟକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଭଡ଼ତାଳ ଧାମରୁ ବଂଚିତ ସମାଜରୁ ସଗରାମ ଜୀଙ୍କ ଭଳି ମହାନ ଶିଷ୍ୟ ସୃଷ୍ଟି ହୋଇଥିବା ଶ୍ରୀ ମୋଦୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ଆଜି ଦୂରଦୂରାନ୍ତର ଆଦିବାସୀ ଅଞ୍ଚଳରେ ଭଡ଼ତାଳ ଧାମ ଦ୍ୱାରା ଅନେକ ଶିଶୁଙ୍କୁ ଖାଦ୍ୟ, ଆଶ୍ରୟ ଓ ଶିକ୍ଷା ଭଳି ସେବା ସହ ବହୁ ପ୍ରକଳ୍ପ ଯୋଗାଇ ଦିଆଯାଉଛି । ଆଦିବାସୀ ଅଞ୍ଚଳରେ ମହିଳା ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନ କରାଯାଉଛି । ଶ୍ରୀ ମୋଦୀ କହିଥିଲେ, ଭଡ଼ତାଳ ଧାମ ଦ୍ୱାରା କରାଯାଉଥିବା ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ଅଛି ଗରିବଙ୍କ ସେବା, ନୂତନ ପିଢ଼ି ଗଠନ ଏବଂ ଆଧୁନିକତା ଓ ଆଧ୍ୟାତ୍ମିକତାର ସମ୍ମିଶ୍ରଣରେ ଭାରତୀୟ ସଂସ୍କୃତିର ସଂରକ୍ଷଣ । ଉତ୍ତମ ଭବିଷ୍ୟତ ପାଇଁ ସ୍ୱଚ୍ଛତା ଓ ପରିବେଶ ଆଦି କ୍ଷେତ୍ରରେ ଅଭିଯାନ ପାଇଁ ଭଡ଼ତାଳ ଧାମର ସନ୍ଥ ଏବଂ ଭକ୍ତମାନେ ତାଙ୍କୁ କେବେ ନିରାଶ କରିନଥିବାରୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେମାନେ ଏହାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି ଏବଂ ଆପ୍ରାଣ ଉଦ୍ୟମ କରି ତାହାକୁ ସମ୍ପୂର୍ଣ୍ଣ କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ, ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ସ୍ୱାମୀନାରାୟଣ ପରମ୍ପରାର ଶିଷ୍ୟମାନେ ଏକ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଉଦ୍ଦେଶ୍ୟ ଥାଏ, ଯାହାକି ଜୀବନର ଲକ୍ଷ୍ୟ ହୋଇଥାଏ । ଏହା ଆମର ମନ, କାର୍ଯ୍ୟ ଓ ଭାଷାକୁ ପ୍ରଭାବିତ କରିଥାଏ । ଯେତେବେଳେ ଜଣେ ଜୀବନର ଉଦ୍ଦେଶ୍ୟ ଜାଣିପାରେ, ସମ୍ପୂର୍ଣ୍ଣ ଜୀବନ ପରିବର୍ତ୍ତନ ହୋଇଯାଇଥାଏ । ସେ କହିଥିଲେ, ପ୍ରତ୍ୟେକ ଯୁଗରେ ସନ୍ଥ ଓ ଋଷିମାନେ ଲୋକମାନଙ୍କୁ ଜୀବନର ଉଦ୍ଦେଶ୍ୟ ବାବଦରେ ସଚେତ କରାଇଥାଆନ୍ତି । ଆମ ସମାଜ ପ୍ରତି ସନ୍ଥ ଓ ଋଷିମାନଙ୍କର ଥିବା ମହାନ ଅବଦାନକୁ ଉଲ୍ଲେଖ କରି ସେ କହିଥିଲେ, ଯେତେବେଳେ ସମଗ୍ର ସମାଜ ଓ ଦେଶ ଏକ ଉଦ୍ଦେଶ୍ୟ ପୂରଣ ପାଇଁ ମିଳିତ ଉଦ୍ୟମ କରିଥାଆନ୍ତି, ଏହା ନିଶ୍ଚିତ ଭାବେ ହାସଲ ହୋଇଥାଏ । ଏ ସମ୍ପର୍କରେ ଅନେକ ଉଦାହରଣ ଥିବା ସେ କହିଥିଲେ । ସେ କହିଥିଲେ, ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ବର୍ତ୍ତମାନ ସମୟରେ ଯୁବ ପିଢ଼ିଙ୍କୁ ଏକ ବୃହତ ଉଦ୍ଦେଶ୍ୟ ସୂଚିତ କରିଛନ୍ତି ଏବଂ ସମଗ୍ର ଦେଶ ବିକଶିତ ଭାରତ ଗଠନର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆଗେଇ ଚାଲିଛି । ଭଡ଼ତାଳ ମୁନିଋଷି ଓ ସ୍ୱାମୀନାରାୟଣ ପରିବାରକୁ ବିକଶିତ ଭାରତର ପବିତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପାଇବାର ଇଚ୍ଛା, ସ୍ୱାଧୀନତାର ସ୍ଫୁଲିଙ୍ଗ ଶତାବ୍ଦୀ ଧରି ଦେଶର ଗୋଟିଏ କୋଣରୁ ଅନ୍ୟ କୋଣର ଲୋକଙ୍କୁ ପ୍ରେରଣା ଦେଇ ଚାଲିଥିଲା । ଏପରି ଗୋଟିଏ ଦିନ କିମ୍ବା ଗୋଟିଏ ମୁହୂର୍ତ୍ତ ନଥିଲା ଯେତେବେଳେ ଲୋକମାନେ ସ୍ୱାଧୀନତା ପାଇବାର ଇଚ୍ଛା, ସ୍ୱପ୍ନ ଏବଂ ପ୍ରସ୍ତାବକୁ ଭୁଲି ଯାଇଥିଲେ । ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକଙ୍କର ଯେଭଳି ଇଚ୍ଛାଶକ୍ତି ଥିଲା ଏବେ ବିକଶିତ ଭାରତ ଗଠନ ପାଇଁ ୧୪୦ କୋଟି ଲୋକଙ୍କ ନିକଟରେ ସେହିପରି ଇଚ୍ଛାଶକ୍ତି ଆବଶ୍ୟକ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବିକଶିତ ଭାରତ ଲକ୍ଷ୍ୟରେ ଲୋକଙ୍କୁ ପ୍ରେରଣା ଦେବା ସହ ଆମ ସମସ୍ତଙ୍କୁ ଏଥିସହ ଜଡ଼ିତ କରିବା ଦିଗରେ କାର୍ଯ୍ୟ କରିବାକୁ ସନ୍ଥ ଓ ଋଷିମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଯେକୌଣସି ସ୍ଥାନରେ ଥିଲେ ବି ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ଅବଦାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ବିକଶିତ ଭାରତ ଗଠନର ପ୍ରଥମ ସର୍ତ୍ତ ଆତ୍ମନିର୍ଭର ଭାରତ ଗଠନ ଏବଂ କୌଣସି ବାହ୍ୟ ବ୍ୟକ୍ତି ନୁହଁନ୍ତି ବରଂ ୧୪୦ କୋଟି ଲୋକ ଏହାକୁ ନିଜେ ହାସଲ କରିବା । କାର୍ଯ୍ୟକ୍ରମରେ ଉପସ୍ଥିତ ଶିଷ୍ୟମାନଙ୍କୁ ଭୋକାଲ ଫର ଲୋକାଲକୁ ଅବଦାନ ସହ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ବିକଶିତ ଭାରତ ଗଠନ ପାଇଁ ଦେଶର ଏକତା ଓ ଅଖଣ୍ଡତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସମାଜକୁ ଖଣ୍ଡବିଖଣ୍ଡ କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କର ଏହି ଷଡ଼ଯନ୍ତ୍ରର ଗମ୍ଭୀରତାକୁ ବୁଝିବା ସହ ଏଭଳି ପ୍ରୟାସକୁ ବିଫଳ କରିବା ଆବଶ୍ୟକ ।

ଶ୍ରୀ ମୋଦୀ ଏହା କହିଥିଲେ କି, ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଏହା ସୂଚିତ କରୁଛି, କିପରି କଠିନ ତପସ୍ୟା ବଳରେ ବଡ଼ ଲକ୍ଷ୍ୟ ହାସଲ କରିହେବ, କିପରି ଯୁବ ଶକ୍ତିଙ୍କ ମନରେ ରାଷ୍ଟ୍ର ନିର୍ମାଣ ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର କ୍ଷମତା ଥାଏ ଏବଂ କିପରି ଯୁବଶକ୍ତି ରାଷ୍ଟ୍ର ନିର୍ମାଣ କରିପାରିବେ ଏବଂ କରୁଛନ୍ତି । ଏଥିପାଇଁ ଯୁବ ଶକ୍ତିଙ୍କୁ ସକ୍ଷମ ଏବଂ ଯୋଗ୍ୟ କରିବା ପାଇଁ ଶିକ୍ଷିତ କରିବା ଆବଶ୍ୟକ । ଶ୍ରୀ ମୋଦୀ କହିଥିଲେ, ସଶକ୍ତ ଓ କୁଶଳ ଯୁବଶକ୍ତି ବିକଶିତ ଭାରତର ସବୁଠୁ ବଡ଼ ଶକ୍ତି ଏବଂ ଏହି ସୁଦକ୍ଷ ଯୁବଶକ୍ତିର ଆବଶ୍ୟକତା ବିଶ୍ୱବ୍ୟାପୀ ବୃଦ୍ଧି ପାଇବ । ଏହା ମଧ୍ୟ କହିଥିଲେ, ଭାରତର ଯୁବଶକ୍ତିଙ୍କ କ୍ଷମତା ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି ଏବଂ ବିଶ୍ୱବ୍ୟାପୀ ଭାରତର କୁଶଳୀ ଜନଶକ୍ତିର ଚାହିଦା ବହୁତ ରହିଛି । ଏହି ଯୁବ ଶକ୍ତି କେବଳ ଦେଶ ନୁହେଁ, ବରଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ନିଶା ନିବାରଣ ଦିଗରେ ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରଚେଷ୍ଟା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ ଯୁବଶକ୍ତିଙ୍କୁ ନିଶା ଠାରୁ ଦୂରରେ ରଖିବା ସହ ସେମାନଙ୍କୁ ନିଶାମୁକ୍ତ ରଖିବା ଦିଗରେ କାମ କରିବାକୁ ସନ୍ଥ ଓ ଶିଷ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ନିଶାରୁ ପ୍ରଭାବରୁ ଯୁବଶକ୍ତିଙ୍କୁ ବଞ୍ଚାଇବାର ଅଭିଯାନ ଓ ପ୍ରଚେଷ୍ଟା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ଆବଶ୍ୟକ ଏବଂ ଏହି ଅଭିଯାନ ନିରନ୍ତର ଚାଲିବା ଉଚିତ ।

କୌଣସି ଦେଶର ପ୍ରଗତି ସମ୍ଭବ, ଯେତେବେଳେ ଉକ୍ତ ଦେଶ ତାହାର ଐତିହ୍ୟକୁ ନେଇ ଗର୍ବ କରିବ ଏବଂ ତାହାକୁ ସଂରକ୍ଷିତ କରି ରଖିବ । ଶ୍ରୀ ମୋଦୀ କହିଥିଲେ, ଭାରତର ମନ୍ତ୍ର ବିକାଶ ସହିତ ଐତିହ୍ୟ । ଅଯୋଧ୍ୟାର ଉଦାହରଣ ଦେଇ ଶ୍ରୀ ମୋଦୀ ପ୍ରସନ୍ନତାର ସହ କହିଥିଲେ କି, ସହସ୍ରାଧିକ ବର୍ଷ ପୁରୁଣା ଭାରତର ଏହି ଗୌରବମୟ ଐତିହ୍ୟର ପୁଣି ବିକାଶ କରାଯାଉଛି, ଯାହାକୁ ଦିନଥିଲା ଧ୍ୱଂସ ପାଇ ଯାଇଥିବା କୁହାଯାଉଥିଲା । ସେ କାଶୀ, କେଦାରନାଥ, ପାଓଗଡ଼, ମୋଢ଼େରାର ସୂର୍ଯ୍ୟମନ୍ଦିର ଏବଂ ସୋମନାଥ ମନ୍ଦିରରେ ହୋଇଥିବା ପରିବର୍ତ୍ତନର ଉଦାହରଣ ମଧ୍ୟ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, ଚତୁର୍ଦ୍ଦିଗରେ ଏକ ନୂତନ କ୍ରାନ୍ତି ଓ ଚେତନାର ପରିପ୍ରକାଶ ଦେଖାଦେଇଛି । ସେ ଏହା ମଧ୍ୟ କହିଥିଲେ ଯେ, ଭାରତରୁ ଚୋରି ହୋଇଯାଇଥିବା ଦେବୀ ଦେବତାଙ୍କୁ ଶତାଧିକ ବର୍ଷ ତଳର ମୂର୍ତ୍ତି ଏବେ ଫେରାଇ ଅଣାଯାଉଛି । ଗୁଜରାଟର ଲୋଥଲରେ ଚାଲିଥିବା ପୁନର୍ବିକାଶ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସାଂସ୍କୃତିକ ଚେତନାର ଅଭିଯାନ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହି ଭୂମି, ଏହି ଦେଶ ଏବଂ ଏହାର ପରମ୍ପରାକୁ ଭଲ ପାଉଥିବା, ଏହାର ସଂସ୍କୃତିକୁ ନେଇ ଗର୍ବ କରୁଥିବା ଏବଂ ଆମର ଐତିହ୍ୟକୁ ପ୍ରଶଂସା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମଧ୍ୟ ଏହା ଏକ ଦାୟିତ୍ୱ । ଭଡ଼ତାଳ ଧାମରେ ଥିବା ଭଗବାନ ସ୍ୱାମୀନାରାୟଣଙ୍କ କଳାକୃତିର ସଂଗ୍ରହାଳୟ ଅକ୍ଷର ଭୁବନ ମଧ୍ୟ ଏହି ଅଭିଯାନର ଅଂଶ ବିଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି ଅକ୍ଷର ଭୁବନ ଭାରତର ଅମର ଆଧ୍ୟାତ୍ମିକ ଐତିହ୍ୟର ଏକ ଭବ୍ୟ ମନ୍ଦିରରେ ପରିଣତ ହେବ ।

ଶ୍ରୀ ମୋଦୀ କହିଥିଲେ, ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ହାସଲ ହୋଇପାରିବ, ଯେତେବେଳେ ୧୪୦ କୋଟି ଭାରତୀୟ ଏହି ଲକ୍ଷ୍ୟକୁ ହାସଲ କରିବାକୁ ଏକଜୁଟ ହୋଇ ଉଦ୍ୟମ କରିବେ । ସେ କହିଥିଲେ, ଏହି ଅଭିଯାନକୁ ସମ୍ପୂର୍ଣ୍ଣ କରିବାକୁ ଆମ ସନ୍ଥମାନଙ୍କ ମାର୍ଗଦର୍ଶନ ବହୁତ ମହତ୍ୱପୂର୍ଣ୍ଣ । ପ୍ରତି ୧୨ ବର୍ଷରେ ଥରେ ଆୟୋଜନ କରାଯାଉଥିବା ଭାରତର ଐତିହ୍ୟର ପ୍ରତୀକ ପୂର୍ଣ୍ଣ କୁମ୍ଭର ପ୍ରଚାର ସମଗ୍ର ବିଶ୍ୱରେ କରିବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ସନ୍ଥମାନଙ୍କୁ ଅନୁରୋଧ କରିଥିଲେ । ବିଶ୍ୱବ୍ୟାପୀ ଲୋକ ଏବଂ ଅଣ-ଭାରତୀୟ ମୂଳ ବିଦେଶୀମାନଙ୍କୁ ପ୍ରୟାଗରାଜରେ ଆୟୋଜିତ ହେବାକୁ ଥିବା ପୂର୍ଣ୍ଣ କୁମ୍ଭ ବାବଦରେ ଶିକ୍ଷିତ କରିବାକୁ ସନ୍ଥମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବିଦେଶରେ ଥିବା ପ୍ରତ୍ୟେକ ଶାଖା ମାଧ୍ୟମରେ ଅତି କମରେ ଶହେ ଜଣ ଲେଖାଏ ବିଦେଶୀଙ୍କୁ ଆଗାମୀ କୁମ୍ଭ ମେଳାକୁ ଶ୍ରଦ୍ଧାର ସହ ଆଣିବାକୁ ସନ୍ଥମାନଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରି କହିଥିଲେ । ସମଗ୍ର ବିଶ୍ୱରେ ଏ ନେଇ ଜାଗରୁକତା ସୃଷ୍ଟି କାର୍ଯ୍ୟ ଆମ ସନ୍ଥମାନେ ସହଜରେ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉଦବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ବ୍ୟକ୍ତିଗତ ଭାବେ ଯୋଗ ଦେଇ ନ ପାରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ସମସ୍ତ ସନ୍ଥ ଓ ଶିଷ୍ୟଙ୍କୁ ମନ୍ଦିରର ୨୦୦ତମ ବାର୍ଷିକୀ ସମାରୋହର ଶୁଭକାମନା ଜଣାଇଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୨୦୨୪ ନଭେମ୍ବର ୧୧ ତାରିଖରେ ଗୁଜରାଟର ଭଡ଼ତଳାସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ବିଗତ କେଇ ଦଶନ୍ଧି ଧରି ଭଡ଼ତଳାସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଜନସାଧାରଣଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଆସୁଛି ।

ଗୁଜରାଟ ନରେନ୍ଦ୍ର ମୋଦୀ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.