Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ
ଆଜିର ଖବର

କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ

November 14, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ସ୍ଥିତ ବାଲିଯାତ୍ରା ପଡ଼ିଆରେ କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ। ପ୍ରାଚୀନ ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି ଓ ଏଥିରେ ଜଗତସିଂହପୁର ଜିଲ୍ଲା ସର୍ବଦା ଆଗରେ ବୋଲି ସେ କହିଥିଲେ।

ଓଡ଼ିଶାର ଅପୂର୍ବ ସଂସ୍କୃତି ଓ ପରମ୍ପରା କୁ ଅନେକ ସାରସ୍ଵତ ସାଧକ ନିଜ ଲେଖନୀ ରେ ଅମର କରିଛନ୍ତି। ସେମାନଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ ଯାହାଙ୍କ କାଳଜୟୀ ରଚନା ଆମର ସଂସ୍କୃତି କୁ ଉଜ୍ଜୀବିତ କରିଥାଏ ବୋଲି ସେ କହିଥିଲେ। ସମ୍ପ୍ରତି ସମୟରେ ଦୈନନ୍ଦିନ ଜୀବନରେ ବିଜ୍ଞାନ ର ପ୍ରୟୋଗ ନୌ ବାଣିଜ୍ୟ କୁ ଅପେକ୍ଷାକୃତ ସରଳ କରିଛି। ଆଜି ଆମେ ଏକ ନୂତନ ଯୁଗରେ ପ୍ରବେଶ କରୁଛୁ। ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସ ରେ ଜୁନ୍ ୧୨ ସ୍ୱର୍ଣାକ୍ଷର ରେ ଲିପିବଦ୍ଧ।

ଏହି ସରକାର ବିକାଶ ସହିତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ରାଜ୍ୟବାସୀ ଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବଦ୍ଧ ପରିକର। ଦୁର୍ନୀତି ନିବାରଣ ସହିତ ବିକାଶ ହେଉଛି ଆମର ସରକାର ଙ୍କ ମୂଳମନ୍ତ୍ର। ନାରୀ ସଶକ୍ତିକରଣ ଓ କୃଷକ ବିକାଶ ନିମନ୍ତେ ଯଥାକ୍ରମେ ସୁଭଦ୍ରା ଯୋଜନା ଓ ଧାନ କିଣା ବାବଦ କୁ ୩୧୦୦ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ କାର୍ଯ୍ୟକାରୀ କରଯାଇଛି। ପାରାଦ୍ଵୀପ ବନ୍ଦର ସହିତ ପାରାଦ୍ଵୀପ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।୮ ଲେନ ରାସ୍ତା ନିର୍ମାଣ ହେବ ଯାହା ବଡ଼ବିଲ ରୁ ପାରାଦ୍ଵୀପ ସଂଯୋଗ କରିବ।

ନିଜ ଜିଲ୍ଲା କେନ୍ଦୁଝର ସହିତ ପାରାଦ୍ଵୀପ ର ସମ୍ପର୍କ କୁ ନିବିଡ଼ କରିବ। ସିଙ୍ଗାପୁର ର ପୁଞ୍ଜି ନିବେଶ ରେ ସି ବେସ ରେ କାମ କରାଯିବ। ପାରାଦ୍ଵୀପ ରେ ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ରୋଜଗାର ର ପନ୍ଥା ଯୋଗାଇବ।ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମୋ ସହ ଦେଶ ବିଦେଶ କୁ ଗସ୍ତ କରି ଉତ୍କର୍ଷ ଓଡ଼ିଶା ପାଇଁ ବିଦେଶ ରୁ ପୁଞ୍ଜି ନିବେଶ ପାଇଁ।

ଜଗତସିଂହପୁର ଜିଲ୍ଲା ଓଡିଶା ଶିଳ୍ପ ମାନଚିତ୍ର ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ। ଓଡିଆ ଅସ୍ମିତା ସହ ଆଗାମୀ ଦିନରେ ସୁନାର ଓଡ଼ିଶା ଗଠନ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜଗତସିଂହପୁରର ଧାନ, ପାନ, ମୀନ ବିଶ୍ବ ପ୍ରସିଦ୍ଧ। ପାରାଦ୍ଵୀପ କୁ ବାରମ୍ବାର ଆସିବାର ଇଚ୍ଛା ପ୍ରକଟ କରିଥିଲେ। ଆଗମୀ ଦିନରେ ଜିଲ୍ଲା ରେ ମେଡିକାଲ କଲେଜ ପ୍ରତିଷ୍ଠା କୁ ମଧ୍ୟ ଅନୁମୋଦନ କରି ଜିଲ୍ଲାବାସୀ ଙ୍କୁ ଖୁସି କରିଥିଲେ।ମୁଖ୍ୟ ବକ୍ତା ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଓଡିଶା ର ଐତିହ୍ୟ ରେ ପାରାଦ୍ଵୀପ ର ଯୋଗଦାନ କୁ ମନେପକାଇ ଦେଇଥିଲେ।

ଆଗାମୀ ଦିନରେ ଶିଳ୍ପ ସମୃଦ୍ଧ ହୋଇଉଠିବ ପାରାଦ୍ଵୀପ। ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ରେ ପାରାଦ୍ଵୀପ ତଥା ଜଗତସିଂହପୁର ଜିଲ୍ଲା ସମୃଦ୍ଧି ର ଶିଖର ରେ ପହଞ୍ଚିବ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ସାଂସଦ ଡ଼ା ବିଭୁ ପ୍ରସାଦ ତରାଇ ଓଡିଶା ଓ ଓଡ଼ିଆ ର ପରମ୍ପରା ସବୁବେଳେ ସ୍ୱତନ୍ତ୍ର ବୋଲି କହିଥିଲେ ଓଡିଶାର ପାଟଶାଢୀ, କାଠ ଖୋଦିତ କାରୁକାର୍ଯ୍ୟ ସବୁବେଳେ ପ୍ରଶଂସିତ। ଅନ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ଜଗତସିଂହପୁର ମାଟି ସବୁବେଳେ ଐତିହ୍ୟର ଗୁଣଗାନ କରିଥାଏ। ପାରାଦୀପ ରେ ଅନୁଷ୍ଠିତ ହେଇଥିବା କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ଓଡିଶା ପ୍ରସିଦ୍ଧ।

ଏହି ବାଲିଯାତ୍ରା ଆମର ପୂର୍ବ ସାଧବ ପୁଅ ମାନଙ୍କ ର ମହାନ କିର୍ତ୍ତୀରାଜି କୁ ମନେ ପକାଇଥାଏ । ଏବେର ବାଲିଯାତ୍ରା କେବଳ ଏକ ଉତ୍ସବ ନୁହଁ ବରଂ ଏହା ଅର୍ଥନୈତିକ ଅଭିବୃଦ୍ଧି ର ସୋପାନ ବୋଲି ଶ୍ରୀ ଦାସ କହିଥିଲେ। ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ମଧ୍ଯ କଳିଙ୍ଗ ବାଲିଯାତ୍ରା କୁ ଏକ ଅନନ୍ୟ ପ୍ରୟାସ ଯାହା ଜିଲ୍ଲାର ବୈଦେଶିକ ବ୍ୟାପାର ଅର୍ଥନୀତି କୁ ସୁଦୃଢ଼ କରୁଛି ବୋଲି କହିଥିଲେ। ଓଡ଼ିଆ ମାନେ ଆଜି ବାହାର ଦେଶରେ ସୁନାମ ଅର୍ଜନ କରିଛନ୍ତି ଯାହା ସେ କୁଜଙ୍ଗ ନାମରେ ସିମେଣ୍ଟ କମ୍ପାନୀ କରିଛନ୍ତି। ଏହା ପ୍ରତିଟି ଓଡ଼ିଆ ଙ୍କ ପାଇଁ ଗର୍ବ ର ବିଷୟ।

ସଭାରେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ ଜଗତସିଂହପୁର ଜିଲ୍ଲା କୁ ଏହିପରି ଉନ୍ନତି ପଥରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ। ଯୁବପିଢୀ ଙ୍କୁ ଆହ୍ବାନ ଦେଇ କହିଥିଲେ ଯେ, ସମସ୍ତେ ଆଧୁନିକ ଜ୍ଞାନ କୌଶଳ ସହ ଆଗକୁ ବଢିବା ଉଚିତ। ଉପସ୍ଥିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗରେ ଆମ ଜିଲ୍ଲା କୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ରେ ପରିଣତ କରିବାକୁ ଅନୁରୋଧ କରିଥିଲେ।

ଏହି ସଭାରେ ଅଧ୍ଯକ୍ଷତା କରି ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲ ଓଡିଶା ର ସାଧବ ପୁଅ ମାନଙ୍କ ନୌ ବାଣିଜ୍ୟ ଖୁବ୍‌ ସୁନାମଧନ୍ୟ ବୋଲି କହିଥିଲେ। କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି ବୋଲି କହିଥିଲେ। ଏହି ଅବସରରେ ସେ ୧୦୦୦ ରୁ ଅଧିକ ଷ୍ଟଲ ହୋଇଛି ବୋଲି କହିଥିଲେ ଏବଂ ପ୍ରତ୍ୟେକ ଜିଲ୍ଲାବାସୀ ଙ୍କୁ ଏହାର ଭରପୂର ଆନନ୍ଦ ଉଠାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାଗୀଦାର ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଜଗତସିଂହପୁର ଜିଲ୍ଲା କୁ ସ୍ବାଭିମାନ ର ମାଟି ବୋଲି କହିଥିଲେ।

କଳିଙ୍ଗ ବାଲିଯାତ୍ରା ଇତିହାସର ମୂକସାକ୍ଷୀ ଓ ବର୍ତ୍ତମାନ ସମୟଆଗରେ ଏହାକୁ ଆହୁରି ଉନ୍ନ‌ତ କରିବାପାଇଁ ଶ୍ରୀ ଭୋଇ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଡି ଆଇ ଜି ଚରଣ ସିଂ ମୀନା, ପାରାଦ୍ଵୀପ ର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ପୌର ପରିଷଦ ର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଏଲ ହରନାଧ ପ୍ରମୁଖ ଯୋଗଦେଇ କଳିଙ୍ଗ ବାଲିଯାତ୍ରା ର ସଫଳ ରୂପାୟନ କାମନା କରିଥିଲେ।

ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅତିଥି ମାନଙ୍କ ଦ୍ଵାରା ବାଲିଯାତ୍ରାର ସ୍ମରଣୀକା ଉନ୍ମୋଚିତ ହୋଇଥିଲା। ଏହି ବାଲିଯାତ୍ରା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ବିଭିନ୍ନ ପ୍ରକାର ହସ୍ତତନ୍ତ, ଟେରାକୋଟା ଆଦି ସାମଗ୍ରୀ ବିକ୍ରୀ କରାଯିବ। ଓରମାସ ପକ୍ଷରୁ ୧୪୦ ଟି ଷ୍ଟଲ ରହିଛି ବୋଲି ସୂଚନା ମିଳିଛି। ୮ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରର ସ୍ୱନାମଧନ୍ୟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ଜଗତସିଂହପୁର ଜିଲ୍ଲା ପାରାଦୀପ ବାଲିଯାତ୍ରା ପଡ଼ିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025
Latest News

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.