Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼: ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ
ଆଜିର ଖବର

ନୟାଗଡ଼: ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ

November 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ନୟାଗଡ଼ ଦଶପଲ୍ଲା ବ୍ଲକ ଟାକରା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଜେପି ନେତା ରାଘବ ମଲ୍ଲିକ, ଜିଲ୍ଲା ସ୍ତରୀୟ ଅଧିକାରୀ, ହଜାର ହଜାର ଆଦିମ ଜନଜାତି ପୁରୁଷ ମହିଳା ଉପସ୍ଥିତି ଥିଲେ।

ଏହି ଅବସରରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଜନ୍ମ ପ୍ରମାନପତ୍ର ସହ ଜନମନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଗୃହର ଗୃହ ପ୍ରବେଶ କରାଯାଇଛି। ଏହି ସ୍ବଚ୍ଛଭାରତ ଅଭିଯାନ, ମଶାରୀ ବଣ୍ଟନ, ଆଧାର କାର୍ଡ କ୍ୟାମ୍ପ, ଆୟୁଷ୍ମାନ ଭାରତ କାର୍ଡ, ପିଏମ କିଷାନ ସମ୍ମାନ ନିଧି ଯୋଜନା ସହ ସରକାରଙ୍କ ବିଭିନ୍ନ ଯୋଜନାକୁ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ବ୍ୟବସ୍ଥା ଓ ସଚେତନତା କରିବା ନିମିତ୍ତ ଷ୍ଟଲ ପ୍ରଦର୍ଶିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଆବା(ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡ଼ିଏ-ଜୁଗୁଆ) ପାଳନ ଅବସରରେ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପ୍ରଶାସନ ତରଫରୁ ଗ୍ରାମସଭାମାନ କରାଯିବ। ଏଥିରେ ଦଶପଲ୍ଲା ବ୍ଲକର ୧୧୦ଟି ଗ୍ରାମ, ନୂଆଗାଁ ବ୍ଳକର ୨ଟି ଗ୍ରାମ ଏବଂ ଗଣିଆ ବ୍ଲକର ୧ଟି ଗ୍ରାମ ସର୍ବମୋଟ ୧୧୩ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଧରିତ୍ରୀ ଆବା (ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡ଼ିଏ-ଜୁଗୁଆ) ପାଳନ ଅବସରରେ ଆଜି ଟାକରା ଉଚ୍ଚ ବିଦ୍ୟାଳୟରେ ବିଭାଗୀୟ ଷ୍ଟଲ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଯାଇଛି।

ଜନଜାତୀୟ ଗୌରବ ଦିବସ ନୟାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025
Latest News

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.