Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା
ଆଜିର ଖବର

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା

November 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ ଭୁବନେଶ୍ୱର: ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ ଆକର୍ଷଣ ପାଲଟିଛି।

ଓଡ଼ିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲରେ ଖଜୁରୀ ଗୁଡ଼ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ତା’ସହିତ ତାଳ ଓ ଖଜୁରୀ ଗଛର ପତ୍ରରୁ ପ୍ରସ୍ତୁତ ବିଭିନ୍ନ ଘରୋଇ ଉପକରଣ ମଧ୍ୟ ଏଠାରେ ବିକ୍ରି କରାଯାଉଛି। ଦେଶ ବିଦେଶରୁ ଆସୁଥିବା ଦର୍ଶକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି।ମଙ୍ଗଳବାର ସୁଦ୍ଧା ଏହି ଷ୍ଟଲରେ ୩୫ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।

‘‘ଖଜୁରୀ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ପ୍ରତିବର୍ଷ ଆମେ ବାଣିଜ୍ୟ ମେଳାରୁ ଖଜୁରୀ ଗୁଡ଼ କିଣିଥାଉ। ବିଶେଷକରି, ଓଡ଼ିଶା ଖଜୁରୀ ଗୁଡ଼ର ଏକ ନିଆରା ସ୍ୱାଦ ରହିଛି। ଆମେ ଓଡ଼ିଶା ମଣ୍ଡପରୁ ଖୋଜି ଖୋଜି ଏହି ଗୁଡ଼ କିଣୁଛୁ,’’ କହିଛନ୍ତି ଦିଲ୍ଲୀର ଜଣେ ବାସିନ୍ଦା ଭାରତ ଭୂଷଣ ଅରୋରା।

ସେହିପରି ଦିଲ୍ଲୀର ଆଉ ଜଣେ ଦର୍ଶକ ଧରମବୀର ଅଗ୍ରୱାଲ କହନ୍ତି, ‘‘ଆମ ପରିବାରରେ ସମସ୍ତେ ନିୟମିତ ଗୁଡ଼ ଖାଇବାକୁ ପସନ୍ଦ କରୁଛନ୍ତି। ବାଣିଜ୍ୟ ମେଳା ଆସିଲେ ଆମେ ଓଡ଼ିଶା ମଣ୍ଡପରୁ ଖଜୁରୀ ଗୁଡ଼ କିଣିଥାଉ। ଏଥର ମଧ୍ୟ ଆମେ ଖଜୁରୀ ଗୁଡ଼ କିଣିଛୁ। ଏହା ଜୈବିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଖାଇବାକୁ ଭଲ ଲାଗୁଛି।’’

ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଢେଙ୍କାନାଳ, ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲା ରହିଛି। ତା’ ଭିତରୁ ଗଜପତି, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ଖଜୁରୀ ଗୁଡ଼ ପ୍ରସ୍ତୁତି ହେଉଛି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ ଥିବା ୨୩ଟି ପ୍ରାଥମିକ ତାଳଗୁଡ଼ ସମବାୟ ସମିତି ମାଧ୍ୟମରେ ଏହି ଗୁଡ଼ ଉତ୍ପାଦନ କରାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜୀବିକା ପାଉଛନ୍ତି।

‘‘ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ଖଜୁରୀ ଗୁଡ଼ର ଭଲ ଚାହିଦା ରହିଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ଏହି ଗୁଡ଼ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାର ଏହାକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଶା ବାହାରେ ଏହାର ଭଲ ଚାହିଦା ରହୁଛି,’’ କହିଛନ୍ତି ବାଣିଜ୍ୟ ମେଳାକୁ ଆସିଥିବା ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘର ମାର୍କେଟିଂ ଇନଚାର୍ଜ ଅନିଲ କୁମାର ବେହେରା।

ସମବାୟ ସଙ୍ଘ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଖଜୁରୀ ଏବଂ ତାଳ ବଗିଚା ସୃଷ୍ଟି କରାଯାଉଛି। ଚାଷୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ଗଛରୁ ରସ ସଂଗ୍ରହ କରିଥାନ୍ତି। ଏହାକୁ ଚୁଲିରେ ରନ୍ଧାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ପ୍ରାଥମିକ ସମବାୟ ସମିତିଗୁଡ଼ିକଠାରୁ ଗୁଡ଼ ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଜିଂ କରାଯାଇଥାଏ।

ଖଜୁରୀ ଗୁଡ଼କୁ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ପ୍ରସ୍ତୁତ କରାଯାଉଛି। ନିକଟରେ ଏହା ଜିଆଇ ମାନ୍ୟତା ପାଇଛି। ‘ଓଡ଼ିଶା ଖଜୁରୀ ଗୁଡ଼’ ନାଁରେ ଏହା ବଜାରରେ ଉପଲବ୍ଧ ହେଉଛି।

ଏହି ଗୁଡ଼ କିପରି ବଜାର ସଂଯୋଗ ହୋଇପାରିବ ସେନେଇ ସମବାୟ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରର ୟୁନିଟ-୨ ଓ ଗଣ୍ଡମୁଣ୍ଡା ଏବଂ କଟକର ଚାନ୍ଦିନୀଚୌକଠାରେ ଥିବା ଆଉଟଲେଟରେ ଏହା ବିକ୍ରି କରାଯାଉଛି। ଏହାଛଡ଼ା ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଏହି ଗୁଡ଼ ବିକ୍ରି କରାଯାଉଛି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓଡ଼ିଶା ମଣ୍ଡପ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026
Latest News

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026

UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.