Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦ୍ଯାପନୀ ଉତ୍ସବ
ଆଜିର ଖବର

ଖୋର୍ଦ୍ଧା: ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦ୍ଯାପନୀ ଉତ୍ସବ

November 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪ ଏକ ପ୍ରିତୀକର ଢଙ୍ଗରେ ସମାପ୍ତ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଏକ ହଜାରରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦ୍ୟେଶ ଥିଲା। “ଗୋ ସମ୍ବର୍ଦ୍ଧନ” କାର୍ଯ୍ୟକ୍ରମ ସହିତ ଦିନଟି ଆରମ୍ଭ ହୋଇଥିଲା, ସମ୍ମାନନୀୟ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କରକମଳରେ ଗୋ-ପୁଜନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ପଶୁପାଳନ ଏବଂ ଏହାର ଉପଯୁକ୍ତ ପରିଚାଳନା ସମ୍ବନ୍ଧୀୟ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହା ପରେ ଏକ କୃଷକ ଏବଂ ବୈଜ୍ଞାନିକ ବାର୍ତ୍ତାଳାପ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଏବଂ କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ଏହି ଉଦ୍ଯାପନୀ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯଥା ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ପୌରପାଳିକାର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ପୂମୁଲ ର ସଭାପତି ଦିଲୀପ କୁମାର ଦାଶ, ଏଡିଏମ୍ ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା ଏବଂ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ।

ଏହି ଅବସରରେ ଶ୍ରୀ ସାହୁ ଆଲୋକପାତ କରି କହିଥିଲେ ଯେ କିପରି ଭାବେ ପ୍ରଯୁକ୍ତିବିଦ୍ୟା ରାଜ୍ୟର ମତ୍ସ୍ୟଚାଷୀ ଏବଂ ପ୍ରାଣୀପାଳକଙ୍କର ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି। ସେ ଯୁବକମାନଙ୍କୁ ଚାକିରି ଉପରେ ନିର୍ଭର କରିବା ପରିବର୍ତ୍ତେ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରି ଉଦ୍ଯ଼ୋଗୀ ହେବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମହାରାଣା ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବା ପାଇଁ ପ୍ରାଣୀସମ୍ପଦ ବିକାଶ ଅଭିମୁଖୀ. ଯୋଜନା ଗୁଡିକର ଉପଯୁକ୍ତ କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନୂତନ ଜ୍ଞାନକୌଶଳ ଗ୍ରହଣ କରି କୃଷକମାନଙ୍କର ଆଯ଼ ବୃଦ୍ଧି କରିବାରେ ସଚେତନତା କାର୍ଯ୍ୟକ୍ରମର ପ୍ରଭାବକୁ ଶ୍ରୀମତୀ ଗୁମାନସିଂ ବେଶ ପ୍ରଶଂସା କରିଥିଲେ। ଏଡିଏମ୍ ଗୋପାଳନ ଓ ମତ୍ସ୍ୟ ପାଳନକୁ ପ୍ରାଧାନ୍ୟ ଦେଵା ପାଇଁ ଆହ୍ୱାନ ଦେଇଥିଲେ। ସରକାରଙ୍କ କାମଧେନୁ ଯୋଜନା ମାଧ୍ୟମରେ ଦୁଗ୍ଧ ବିପ୍ଳବ ଏକ ସବୁଜ ବିପ୍ଲବ ବୋଲି ପ୍ରଶଂସା କରିବା ସହ ଆହ୍ବାନ କରିଥିଲେ।

ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଇଁ ଚାରିଜଣ ପ୍ରଗତିଶୀଳ କୃଷକଙ୍କୁ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଖୋର୍ଦ୍ଧା ଡାକ୍ତର ଦେବୀଦତ୍ତ ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ପ୍ରବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ ପରିଶେଷରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ଏବଂ କୃଷକମାନଙ୍କୁ ମେଳାର ଏହି ସଫଳତାରେ ସେମାନଙ୍କର ଉଦ୍ୟମ ପାଇଁ କୃତଜ୍ଞତା ବ୍ୟକ୍ତ କରି କାର୍ଯ୍ୟକ୍ରମଟିକୁ ସମାପ୍ତ କରିଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ଯୋଗଦେଲେ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା

October 25, 2026

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026
Latest News

ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ଯୋଗଦେଲେ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା

October 25, 2026

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.