Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଯାତ୍ରା ମହୋତ୍ସବ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ବାଚସ୍ପତି
ଆଜିର ଖବର

ବାଲିଯାତ୍ରା ମହୋତ୍ସବ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ବାଚସ୍ପତି

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗୋବରୀନଦୀ ପଠାରେ ସାତଦିନ ବ୍ୟାପୀ ଚାଲିଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହକାଳପଡା ବିଧାୟକ ଡଃ.ଦୁର୍ଗାପ୍ରସାନ୍ନ ନାୟକ ସମ୍ମାନିତ ଅତିଥି,ଦିବ୍ୟ ଜୀବନ ସଂଘ କେନ୍ଦ୍ରାପଡାର ସଭାପତି ମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀ,ଆଇନଜିବୀ ପ୍ରଦୀପ ଦାସ,ସଂଜୟ ଜେନା ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ବାଲିଯାତ୍ରାର ପରମ୍ପରା ଅନ୍ୟ ସହର ଭଳି ପ୍ରାଚୀନ।

ଅତୀତରେ ଏଠାରେ ଉତ୍ପାଦିତ ସାମଗ୍ରୀକୁ ନେଇ ସାଧବ ପୁଅ ମାନେ ବିଦେଶକୁ ବେପାର ବଣିଜ କରିବାକୁ ଯିବାର ପରମ୍ପରା ରହିଥିଲା। ଏବେ ସେ ବେଳ ନଥିଲେ ମଧ୍ୟ ସେହି ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଇ ସେବେଳର ସ୍ମୃତିକୁ ଉଦଜୀବିତ କରିବାର ସାଂସ୍କୃତିକ ପ୍ରୟାସ ଜାରୀ ରହିଛି। ତୁଳଶୀକ୍ଷେତ୍ର କେନ୍ଦ୍ରାପଡା ମାଟିର ପରମ୍ପରା,ଐତିହ ବେଶ ସମୃଦ୍ଧ। ଏହି ମାଟିରେ ବାଲିଯାତ୍ରା ମାଧ୍ୟମରେ ଲୋକସଂସ୍କୃତିକୁ ଅଗ୍ରାଧିକାର ପ୍ରଦାନ କରାଯିବାର ପ୍ରୟାସ ନିଶ୍ଚିତ ଭାବେ ସମାଜ ପାଇଁ ମଂଗଳକର ବୋଲି ବାଚସ୍ପତି ସୁରମା ପାଢୀ ମତ ପ୍ରକାଶ କରିଥିଲେ।

କେନ୍ଦ୍ରାପଡା ଗୋବରୀନଦୀ ପଠାକୁ ସହର ସହ ଯୋଡିବା ପାଇଁ ଯେଉଁ ପୋଲନିର୍ମାଣର ପ୍ରସ୍ତାବ ଆସିଛି ତାହାକୁ କିପରି ଏକବର୍ଷ ମଧ୍ୟରେ ଶେଷ କରାଯିବ ସେ ନେଇ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବାଚସ୍ପତି ସୁରମା ପାଢୀ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ମହାକାଳପଡା ବିଧାୟକ ଗୋବରୀନଦୀର ଉନତିକରଣ,ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯାହା ପ୍ରସ୍ତାବ ଆସିବ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତପ୍ରକାଶ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ପାଇଁ ମୋହନମାଝୀ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡିଲେ ଜିଲ୍ଲାର ବିଭିନ୍ନ ସମସ୍ୟାର ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରୟାସ ହେବ ବୋଲି ମହାକାଳପଡା ବିଧାୟକ ପ୍ରକାଶ କରିଥିଲେ। ବାଲିଯାତ୍ରା ପଡିଆରେ ଦୋକାନ ବଜାର,ମୀନାବଜାର ଦେଖିବା ପାଇଁ ଅନ୍ତିମ ଦିବସରେ ପ୍ରବଳ ଭିଡ ହୋଇଥିଲା।

ଉଦଯାପନୀ ସଭାରେ ବାଚସ୍ପତି ସୁରମାପାଢୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର,କପ ପ୍ରଦାନ କରି ପୁରସ୍କୃତ କରିଥିଲେ। ମହୋତ୍ସଭର ପୁସ୍ତକକୁ ଲୋକାର୍ପଣ କରିଥିଲେ।

ଏହି ଅବସରରେ ବାଚସ୍ପତିଙ୍କୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା। ଶେଷରେ ରଂଗାରଂଗ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କେନ୍ଦ୍ରାପଡା ଜିଲ୍ଲାର ଐିତିହ ବାର୍ତାବହନ କରୁଥିବା ବାଳିଯାତ୍ରା ପଡିଆକୁ ସେତୁ ନିର୍ମାଣ ପାଇଁ ଅଚଁଳବାସୀଙ୍କ ଦାବୀକୁ ପୁରଣ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ତଥା ପୁଣ୍ୟତୋୟା ଗୋବରୀନଦୀର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ନିଜର ପ୍ରତିକ୍ରିୟା ରଖିଥିଲେ। ଆସନ୍ତା ଶୀତକାଳୀନ ଅଧିବେଶନ ସଂପର୍କରେ ମଧ୍ୟ ବାଚସ୍ପତି ଏହି ଅବସରରେ ସୂଚନା ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମ ସୁରମା ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025

ରାଜୀବ ଗାନ୍ଧୀ ସେବା ସମ୍ମାନ- ୨୦୨୫ ରେ ସମ୍ମାନିତ ହେଲେ ଟାଙ୍ଗୀ କଲେଜର ଅଧ୍ୟାପକ

August 20, 2025

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025
Latest News

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025

ରାଜୀବ ଗାନ୍ଧୀ ସେବା ସମ୍ମାନ- ୨୦୨୫ ରେ ସମ୍ମାନିତ ହେଲେ ଟାଙ୍ଗୀ କଲେଜର ଅଧ୍ୟାପକ

August 20, 2025

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.