Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସହାୟକ ଉପକରଣ ବଣ୍ଟନ
ଆଜିର ଖବର

ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସହାୟକ ଉପକରଣ ବଣ୍ଟନ

November 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସ୍ୱତନ୍ତ୍ର ସହାୟକ ଉପକରଣ ଆବଶ୍ୟକ ଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ସମଗ୍ର ଶିକ୍ଷା ଗଞ୍ଜାମ ତରଫରୁ ସହାୟକ ଉପକରଣ ବଂଟନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ବ୍ରହ୍ମପୁର ସ୍ଥିତ କ୍ୱିନ୍ ମିସନ୍ ହାଇସ୍କୁଲ, ୧୯ ତାରିଖରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଭଞ୍ଜନଗର, ୨୦ ତାରିଖରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୃନ୍ଦାବନ ବିଦ୍ୟାପ୍ଥଙ୍ଖ ଓ ୨୧ ତାରିଖ ଅର୍ଥାତ୍ ଆଜି ଛତ୍ରପୁର ସ୍ଥିତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୋଟ ୧୮୫ ଜଣ ମସ୍ତିଷ୍କ ପକ୍ଷାଘାତ ଓ ଚଳନ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ କାଲିପର୍ ଯୋତା ଓ ୫୩୦ ଜଣ ଶବଚ୍ଚ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କଅଧୀନ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ସଂସ୍ଥା ଭୁବନେଶ୍ୱର ଅଡିଓ ଲୋଜିଷ୍ଟ ଡା.ଦୀପକ କୁମାର ଜେନା ଓ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ବିଶେଷଜ୍ଞ ରାଜେଶ କୁମାର ନନ୍ଦ ଓ ତାଙ୍କର ସହଯୋଗୀ ଉପସ୍ଥିତ ରହି ଉପକରଣ ପ୍ରସ୍ତୁତିରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧୀଶ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମିତା ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରିଥିବା ବେଳେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ, ଅଶ୍ୱିନୀ କୁମାର ପାଇକରାୟ, ପ୍ରଣବ କୁମାର ଶତପଥୀ, ବିଜୟ କୁମାର ବେହେରା, ଅଜୟ କୁମାର ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ କୁକୁଡାଖଣ୍ଡି ବ୍ଲକର ସମ୍ବଳ ଶିକ୍ଷକ ଏମ୍‌.ଡମ୍ବୁରୁ ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଛତ୍ରପୁର ବ୍ରହ୍ମପୁର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Latest News

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.