Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଷ୍ଟା ଦ୍ୱାରା ଆୟୋଜିତ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ
ଆଜିର ଖବର

ଓଷ୍ଟା ଦ୍ୱାରା ଆୟୋଜିତ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ

November 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ୨୯ଟି ଜିଲ୍ଲା ର ୯୨ଟି ପରୀକ୍ଷା କେନ୍ଦ୍ର ରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ନଭେମ୍ବର ୨୪ ତାରିଖ (ରବିବାର) ଦିନ ଶୃଙ୍ଖଳାରସହ ସମାହିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯୦୫ ଜଣ ଛାତ୍ରଛାତ୍ରୀ ଏହି ମେଧା ଅନ୍ୱେଷଣ ପରୀକ୍ଷା ରେ ଅଂଶ ଗ୍ରହଣ କରିଛନ୍ତି। ଅଷ୍ଟମ ଶ୍ରେଣୀରେ ୬୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ନବମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା  ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

ଉକ୍ତ ପରୀକ୍ଷାରେ ବିଷୟବସ୍ତୁ ସ୍ୱରୂପ ସାହିତ୍ୟ ୧୫ ମାର୍କ, ଇଂରାଜୀ ୧୦ ମାର୍କ, ଗଣିତ ୨୦ ମାର୍କ, ସାଧାରଣ ଜ୍ଞାନ ୧୦ ମାର୍କ, ସାମାଜିକ ବିଜ୍ଞାନ ୧୫ ମାର୍କ, ମାନସିକ ଦକ୍ଷତା ୧୦ ମାର୍କ, ବିଜ୍ଞାନ ୨୦ ମାର୍କ ଏହିପରି ମୋଟ୍ ୧୦୦ ନମ୍ବରର ଶହେଗୋଟି ବହୁଗୁଣିତ ମନୋନୀତ (ଗଙ୍କକ୍ଷଗ୍ଧସକ୍ଟ୍ରକ୍ଷର ଉଷକ୍ଟସମର) ପ୍ରଶ୍ନ ରହିଥାଏ। ଏହି ପରୀକ୍ଷାରେ ଭାଗ ନେଇଥିବା ପରୀକ୍ଷାର୍ଥୀଙ୍କ ଫଳାଫଳ ଆଗାମୀ ରାଜ୍ୟସ୍ତରୀୟ ଶିଶୁମେଳା ଅବସରରେ ପ୍ରକାଶ କରାଯିବ । ଶ୍ରେଷ୍ଠ ୧୦୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଓଷ୍ଟା ପରିସରକୁ ଡାକାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ବୃତ୍ତି ରାଶି ମାସକୁ ଦୁଇଶହ ଟଙ୍କା ହିସାବରେ ପନ୍ଦର ମାସର ମୋଟ୍ ୩୦୦୦ ଟଙ୍କା ଏକକାଳୀନ ପ୍ରଦାନ କରାଯିବ। ଏହି ପରୀକ୍ଷାରେ ପ୍ରଥମ ଶହେଜଣ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଦ୍ୱାରା ଆୟୋଜିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ପ୍ରଥମ ୧୦୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଥାନ୍ତି।

ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓଷ୍ଟାର ଏହି ମେଧା ଅନ୍ୱେଷଣ ପରୀକ୍ଷା ସଫଳତାର ସହ ସଂପନ୍ନ ହୋଇଥିବାରୁ ପରୀକ୍ଷା କେନ୍ଦ୍ର ପରିଚାଳକ, ପର୍ଯ୍ୟବେକ୍ଷକ, ଓଷ୍ଟାର ସମସ୍ତ ପଦାଧିକାରୀ, ଜିଲ୍ଲା ସଂପାଦକ, ବ୍ଲକ୍ ସଂପାଦକ, ଓଷ୍ଟାର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ପରୀକ୍ଷାରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ପ୍ରଣବ କୁମାର ଜେନା ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ପରିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.