Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭରୁ ଗରମ ହେଲା ଶୀତ ଅଧିବେସନ, ବାରମ୍ବାର ଗୃହ ମୁଲତବୀ
ଆଜିର ଖବର

ଆରମ୍ଭରୁ ଗରମ ହେଲା ଶୀତ ଅଧିବେସନ, ବାରମ୍ବାର ଗୃହ ମୁଲତବୀ

November 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭରୁ ଗରମ ହେଲା ଶୀତ ଅଧିବେସନ, ବାରମ୍ବାର ଗୃହ ମୁଲତବୀ

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭରୁ ଉଷ୍ଣ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଟଗୋଳ ଯୋଗୁଁ ଗୃହ ଚାଲିବା ସମ୍ଭବ ହୋଇ ନାହିଁ। ଫଳରେ ବାଚସ୍ପତି ସୁରମା ପାଢ଼ୀ 11ଟା 31ରୁ 12ଟା 25 ଏବଂ ପରେ ଅପରାହ୍ନ 4 ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଧାର୍ଯ୍ୟ ସମୟ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ।ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କଲେ ମୁଖ୍ୟମନ୍ତ୍ରୀ। ପୁର୍ବତନ ମନ୍ତ୍ରୀ ସମୀର ଦେ ,ପୂର୍ବତନ ଜ଼ଦସ୍ୟ ଧନେଶ୍ୱର ମାଝୀ, ପୂର୍ବତନ ସଦସ୍ୟ ମକରଧ୍ୱଜ ପ୍ରଧାନ, ପୂର୍ବତନ ସଦସ୍ୟ ନିରଞ୍ଜନ ପ୍ରଧାନ,ପୂର୍ବତନ ସଦସ୍ୟ ଉତ୍କଳ କେଶରୀ ପରିଡା, ପୂର୍ବତନ ସଦସ୍ୟ ପୂର୍ଣ ଚନ୍ଦ୍ର ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟ ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ପ୍ରାର୍ଥନା କରିଥିଲେ। ପ୍ରତ୍ୟକ ଦିବଙ୍ଗତ ସଦସ୍ୟଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ ନବୀନ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରିଥିଲେ। ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦିବଙ୍ଗତ ସଦସ୍ୟଙ୍କ ଉଦ୍ଧେଶ୍ୟରେ ସମବେଦନା ଜଣାଇଥିଲେ।

ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ସହ ସ୍ୱର ମିଳାଇ ସମସ୍ତ ସଦସ୍ୟ ବୃନ୍ଦ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ।

assembly ବିଧାନସଭା ଶୀତଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025
Latest News

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.