Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ବାସନା ଚାଉଳ
ଆଜିର ଖବର

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ବାସନା ଚାଉଳ

November 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ କିଣିବାକୁ ଗ୍ରାହକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇଛି। ଗୋଟିଏ ଷ୍ଟଲରେ ବିଭିନ୍ନ ପ୍ରକାର କୃଷି ଉତ୍ପାଦ ମଧ୍ୟରେ ବାଦଶାହା ଭୋଗ, ନୂଆ କଳାଜିରା, ସୁଗନ୍ଧା ଆଦି ବିଭିନ୍ନ କିସମର ଚାଉଳ ପ୍ରଦର୍ଶନ କରାଯିବା ସହ ବିକ୍ରି କରାଯାଉଛି। ଜୈବିକ ପଦ୍ଧତିରେ ଅମଳ ହୋଇଥିବା ଏହିସବୁ ସୁଗନ୍ଧିତ ଚାଉଳର ବେଶ ଚାହିଦା ରହିଛି।

“ଓଡ଼ିଶା ମଣ୍ଡପ ସବୁଠୁ ସୁନ୍ଦର ଲାଗୁଛି। ତା’ସହ ଏଠାରେ ଥିବା ଷ୍ଟଲରେ ବିଭିନ୍ନ ପ୍ରକାର ବାସ୍ନା ଚାଉଳ ମିଳୁଛି। ଆମେ ବାସୁମତୀ ଚାଉଳ ଖାଉଥିବାରୁ ସୁଗନ୍ଧିତ ନୂଆ କଳାଜିରା ଚାଉଳ ନେଉଛୁ,” କହିଛନ୍ତି ପ୍ରବାସୀ ଓଡ଼ିଆ ମଧୁସୂଦନ ପଲାଇ।

ବର୍ତ୍ତମାନ ରାଜ୍ୟର ୧୩ଟି ଜିଲ୍ଲାରେ ୮ ପ୍ରକାର ବାସନା ଚାଉଳ ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଇନ୍‌ପୁଟ ଓ ବୈଷ ୟିକ ସହାୟତା ଦିଆଯାଉଛି। ଚଳିତ ବର୍ଷ ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ପ୍ରାୟ ୨.୮ ମେଟ୍ରିକ୍ ଟନ୍ ସୁଗନ୍ଧିତ ଚାଉଳ ବିକ୍ରି ହେବ ବୋଲି କୃଷି ବିଭାଗ ଆକଳନ କରିଛି।

“ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ବିଭିନ୍ନ ପ୍ରକାର ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି ପାଇଁ ଏକ ଅପୂର୍ବ ସୁଯୋଗ। ଚଳିତବର୍ଷ କୃଷି ବିଭାଗ ଷ୍ଟଲରେ ଆମେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁଗନ୍ଧିତ ଚାଉଳ ରଖିଛୁ। ତା’ସହିତ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଓଡ଼ିଶାର ଲୋକପ୍ରିୟ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଖାଦ୍ୟ ଦିଲ୍ଲୀର ଗ୍ରାହକମାନେ ପସନ୍ଦ କରୁଛନ୍ତି। ଜାତୀୟସ୍ତରର ବାଣିଜ୍ୟ ମେଳାରେ ଏଭଳି ଯୋଗଦାନ ଓଡ଼ିଶାର ଚାଷୀମାନଙ୍କୁ ବିଶେଷ ଉତ୍ସାହିତ କରିବ,” କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।

‘ଓଡ଼ିଶା ମଣ୍ଡପ’ରେ ଆଉ ଏକ ଆକର୍ଷଣ ହେଉଛି କୃଷି ବିଭାଗର ‘ଶ୍ରୀ ଅନ୍ନ ଅଭିଯାନ’ ଅଧୀନରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପାରମ୍ପରିକ ଓ ଆଧୁନିକ ଖାଦ୍ୟ ପଦାର୍ଥ । ତା’ ଭିତରେ ରହିଛି ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଯେପରିକି ମାଣ୍ଡିଆ ଲଡୁ, ବିସ୍କୁଟ, ମିସ୍କଚର, ନମକିନ୍‌, ନୁଡୁଲ୍‌ସ ଇତ୍ୟାଦି। ‘ଓଡ଼ିଶା ମଣ୍ଡପ’କୁ ବୁଲି ଆସୁଥିବା ପ୍ରବାସୀ ଓଡ଼ିଆ ଏବଂ ବିଭିନ୍ନ ପ୍ରଦେଶର ଲୋକେ ଏହିସବୁ ଜିନିଷ ଆଗ୍ରହର ସହ କିଣି ନେଉଛନ୍ତି।

“ଓଡ଼ିଶା ମଣ୍ଡପରୁ ମୁଁ ହଳଦୀ କିଣିଛି। ତା’ସହ ବିଭିନ୍ନ ପ୍ରକାରର ବାସମତୀ ଚାଉଳ ରହିଥିବା ମଧ୍ୟ ଦେଖିଲି। ବିଶେଷକରି, ଓଡ଼ିଶାର କଳାଜିରା ଚାଉଳ ବିଷୟରେ ଆଗରୁ ମୁଁ ଶୁଣିଥଲି। ତାହା ଏଠାରେ ବିକ୍ରି ହେଉଥିବା ଦେଖି ମତେ ଖୁସି ଲାଗିଲା। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ,” କହିଛନ୍ତି ବାଣିଜ୍ୟ ମେଳା ବୁଲି ଆସିଥିବା ଉତ୍ତର ପ୍ରଦେଶର ଡି କେ ଶର୍ମା।

ବିଭାଗୀୟ ସୂଚନା ଅନୁଯାୟୀ ଗତବର୍ଷ ଓଡ଼ିଶା ଷ୍ଟଲରେ ଦେଢ଼ କୁଇଣ୍ଟାଲରୁ ଅଧିକ ମିଲେଟ୍ ସାମଗ୍ରୀ ବିକ୍ରି ହୋଇଥିଲା। ଏଥର ତାହା ୪ କୁଇଣ୍ଟାଲ ହେବ ବୋଲି ଆକଳନ ରଖାଯାଇଛି। ସେହିପରି ଅନ୍ୟାନ୍ୟ କୃଷି ଉତ୍ପାଦ ମଧ୍ୟରେ ହଳଦୀ, ଝୁଣା ଓ ଲେମନ୍ ଗ୍ରାସ୍ ତେଲ ଇତ୍ୟାଦିକୁ କୃଷି ବିଭାଗ ଷ୍ଟଲରୁ ଗ୍ରାହକମାନେ କିଣୁଛନ୍ତି।

ଓଡିଶା ନୂଆଦିଲ୍ଲୀ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.