Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର
ଆଜିର ଖବର

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର

November 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡ଼ିଶାରେ ସଂସ୍କୃତି ମନ୍ତ୍ରଣାଳୟର ପଦକ୍ଷେପ

ଭୁବନେଶ୍ଵର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜାତୀୟ ପାଠାଗାର ମିଶନ ଜରିଆରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର କରିଛି।

ଓଡ଼ିଶାର ରତ୍ନଗିରି, ଲଳିତଗିରି ଏବଂ କୋଣାର୍କ ଠାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ତିନୋଟି କ୍ଷେତ୍ରୀୟ ସଂଗ୍ରହାଳୟ ରହିଥିବା ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି।

ନୂଆଦିଲ୍ଲୀର ଲଳିତ କଳା ଏକାଡେମୀ ପକ୍ଷରୁ ୧୯୮୮ ମସିହା ଠାରୁ ଭୁବନେଶ୍ୱରରେ ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ର ପକ୍ଷରୁ ଭିଜୁଆଲ ଆର୍ଟିଷ୍ଟ ମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ନିୟମିତ କଳା ଶିବିର/କର୍ମଶାଳା/ପ୍ରଦର୍ଶନ/କଳା ମହୋତ୍ସବ ଆୟୋଜନ କରିଆସୁଛି ଏଥିରେ ଓଡ଼ିଶା ସମେତ ସାରା ଭାରତରୁ କଳାକାରମାନେ ଅଂଶଗ୍ରହଣ କରିଥା’ନ୍ତି।

ମୂଳ ଯୋଜନା କଳା ସଂସ୍କୃତି ବିକାଶ ଯୋଜନା ଅନ୍ତର୍ଗତ ଗୁରୁ ଶିଷ୍ୟ ପରମ୍ପରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଯୋଜନା ଅନୁଦାନ, ଜାତୀୟ ଉପସ୍ଥିତି ଥିବା ସାଂସ୍କୃତିକ ସଂଗଠନଗୁଡ଼ିକ ଆର୍ଥିକ ସହାୟତା, ଷ୍ଟୁଡିଓ ଥିଏଟର ସମେତ ନିର୍ମାଣ ଅନୁଦାନ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍କଲାରସିପ୍‌ ଓ ଫେଲୋସିପ୍‌ ଯୋଜନା, ବରିଷ୍ଠ କଳାକାରଙ୍କ ପାଇଁ ଆର୍ଥିକ ସହାୟତା ଆଦି ଜରିଆରେ ସଂସ୍କୃତି ମନ୍ତ୍ରଣାଳୟ ସହାୟତା ଯୋଗାଇ ଦେଉଛି।

ବିଦ୍ୟାଳୟଗୁଡ଼ିକରେ ସାଂସ୍କୃତିକ କ୍ଲବ୍‌ ପ୍ରତିଷ୍ଠା ପାଇଁ ସାଂସ୍କୃତିକ ସମ୍ବଳ ଓ ତାଲିମ କେନ୍ଦ୍ର (ସିସିଆରଟି) ପଦକ୍ଷେପ ନେଇଛି। ସାଂସ୍କୃତିକ କ୍ଲବ ବିଦ୍ୟାର୍ଥୀମାନଙ୍କୁ ଏକ ସାମୂହିକ ସ୍ୱର ଉତ୍ତୋଳନ କରିବା ପାଇଁ ଏକ ମାଧ୍ୟମ ପ୍ରଦାନ କରିଥାଏ ଯାହା ପ୍ରଚଳିତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସ୍ୱାଗତଯୋଗ୍ୟ, ଯତ୍ନଶୀଳ, ଉତ୍ସବପ୍ରିୟ ଜନ ସମୁଦାୟକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥାଏ। ଓଡ଼ିଶାରେ ସିସିଆରଟି ଦ୍ୱାରା ୧୩୪ଟି ସାଂସ୍କୃତିକ କ୍ଲବ୍‌ ପ୍ରତିଷ୍ଠା କରାଯାଇଛି।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଆଜି ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କୋଣାର୍କ ଭୁବନେଶ୍ୱର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର
Share. Facebook Twitter LinkedIn Email WhatsApp Copy Link

Related Posts

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ରାଶିଫଳ: ଆଜି ଏପ୍ରିଲ ୨୬ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 25, 2026

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026
Latest News

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ରାଶିଫଳ: ଆଜି ଏପ୍ରିଲ ୨୬ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 25, 2026

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.